୪ ଦିନ ଧରି କାନ୍ଦିଲେ ମହିଳା

୪ ଦିନ ଧରି କାନ୍ଦିଲେ ମହିଳା
Ipsita Picture
By: Ipsita
Published On


ନିକଟରେ ଉତ୍ତରାଖଣ୍ଡରେ ମହିଳାମାନେ ୪ଦିନ ଧରି କାନ୍ଦିଛନ୍ତି । ଏହାର କାରଣ ସେମାନେ ସେମାନଙ୍କର ଆରାଧ୍ୟ ଦେବତାଙ୍କୁ ୫ବର୍ଷ ପାଇଁ ବିଦାୟ ଦେଇଛନ୍ତି । ଏହି ବିଦାୟ ଦେବାପରେ ଏହି ମହିଳାମାନେ ଖୁବ କାନ୍ଦୁଥିବାର ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ୮ଡିସେମ୍ବରରେ ଚାଲଦା ମହାସୁ ମହାରାଜ ଦସଉ ମନ୍ଦିରରୁ ଏକ ଯାତ୍ରାରେ ବାହାରଥିଲେ, ଯାହାପରେ ମହିଳାମାନେ ଏକତ୍ରିତ ହୋଇ କାନ୍ଦିବାକୁ ଲାଗିଲେ । ଏହି ସମୟରେ ୬୦ ହଜାରରୁ ଅଧିକ ଲୋକ ଏକତ୍ରିତ ହୋଇ ଦେବତାଙ୍କର ଦର୍ଶନ କରିଥିଲେ । ସୂଚନା ଅନୁସାରେ ଏହି ଚାଲଦା ମହାସୁ ମହାରାଜ ହେଉଛନ୍ତି ହିମାଚଳ ଓ ଉତ୍ତରାଖଣ୍ଡର ହଜାର ହଜାର ଲୋକଙ୍କର ଆରାଧ୍ୟ ଦେବତା । ବର୍ତ୍ତମାନ ସେ ପାଞ୍ଚବର୍ଷ ପାଇଁ ସିରମୌରର ପଶ୍ଚିମୀ ମନ୍ଦିରରେ ରହିବେ ।

Tags: