ଶୀତ ମହୋତ୍ସବ
ଶୀତଦିନ ଆସିଲେ ସାରା ଭାରତରେ ଆରମ୍ଭ ହୁଏ ବିଭିନ୍ନ ମେଳା ମହୋତ୍ସବ । ଯାହା ପୁରା ପରିବେଶକୁ ଖୁବ ମନୋରମ କରିଥାଏ । ଏହି ତାଲିକାରେ ଅନେକ ମହୋତ୍ସବ ସାମିଲ ରହିଛି ।
ନାଗାଲାଣ୍ଡ
ନାଗାଲାଣ୍ଡରେ ଶୀତଦିନେ ଆୟୋଜିତ ହୋଇଥାଏ ହର୍ଣ୍ଣବିଲ ଫେଷ୍ଟିଭାଲ । ଯାହା ନାଗାଲାଣ୍ଡର ପରମ୍ପରା ଓ ସଂସ୍କୃତିକୁ ପ୍ରତିପାଦିତ କରିଥାଏ । ଏହା ଉକ୍ତ ସ୍ଥାନର ସବୁଠାରୁ ବଡ ମେଳା, ଯାହା ଶୀତଦିନେ ଆୟୋଜିତ ହୋଇଥାଏ । ଏହା କିସାମା ହେରିଟେଜ୍ ଗ୍ରାମରେ ଆୟୋଜିତ ହୋଇଥାଏ । ଏହି ଉତ୍ସବରେ ଗୀତ, ଯୁଦ୍ଧ ନୃତ୍ୟ ଏବଂ ମୁଣ୍ଡ ଶିକାର ରୀତିନୀତି ଏବଂ ସ୍ଥାନୀୟ ଖେଳର ଆୟୋଜନ ହୋଇଥାଏ ଏହାସହ ନାଗା ବସ୍ତ୍ରକୁ ପ୍ରଦର୍ଶିତ କରୁଥିବା ଫ୍ୟାଶନ୍ ଶୋ ମଧ୍ୟ ଆୟୋଜନ ହୋଇଥାଏ ।

କେରଳ
ପ୍ରଥମଥର ପାଇଁ ୨୦୧୨ରେ ଅନୁଷ୍ଠିତ ହୋଇଥିଲା କେରଳର ପ୍ରସିଦ୍ଧ ଫେଷ୍ଟିଭାଲ କୋଚି ମୁଜିରିସ ବିଏନାଲେ ଫେଷ୍ଟିଭାଲ । ଏହା ଏକ ଅନ୍ତର୍ଜାତୀୟ ସ୍ତରୀୟ ପ୍ରଦର୍ଶନୀ । ଏହାକୁ ଦେଖିବାକୁ ଅନେକ ଲୋକଙ୍କର ଭିଡ ଯମିଥାଏ । ମୁଖ୍ୟ ସ୍ଥାନ, ଆସ୍ପିନୱାଲ୍ ହାଉସ୍, ଏକ ବିଶାଳ ସମୁଦ୍ରମୁଖୀ ମାନସନ ଯାହା ମୂଳତଃ ଏକ ବାଣିଜ୍ୟ କମ୍ପାନୀର କାର୍ଯ୍ୟାଳୟ ଥିଲା। ଅତୀତକୁ ବର୍ତ୍ତମାନ ସହିତ ଭେଟିବା ପାଇଁ ଏହା ଏକ ଅନନ୍ୟ ସୁଯୋଗ, ଏହା କୋଚିନର ବିଶ୍ୱବ୍ୟାପୀ ଇତିହାସ ଏବଂ ଆଖପାଖର ବ୍ୟାକୱାଟରଗୁଡ଼ିକୁ ଅନୁସନ୍ଧାନ କରିବା ପାଇଁ ମଧ୍ୟ ଏକ ଆଦର୍ଶ । ଏହାକୁ ଦେଖିବାକୁ ଅନେକ ଲୋକଙ୍କର ଭିଡ ଯମିଥାଏ ।
ଗୋଆ
ସନବର୍ଣ୍ଣ ଫେଷ୍ଟିଭାଲ ସାରା ବିଶ୍ବରେ ଖୁବ ପରିଚିତ । ଅନେକ ଲୋକ ଏହି ଫେଷ୍ଟିଭାଲ ଉପଭୋଗ କରିବାକୁ ଚାତକ ଭଳି ଚାହିଁ ବସିଥାଆନ୍ତି । ଗୋଆ ବିଚରେ ଆୟୋଜନ ହେଉଥିବା ଏହି ଫେଷ୍ଟିଭାଲର କ୍ରେଜ ସାରା ଭାରତରେ ଦେଖିବାକୁ ମିଳିଥାଏ । ଏହି ଫେଷ୍ଟିଭାଲରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଡିଜେ ଭାଗ ନେଇଥାଆନ୍ତି । ଏହାକୁ ଲୋକମାନେ ମ୍ୟୁଜିକ ଫେଷ୍ଟିଭାଲ ନାମରେ ମଧ୍ୟ ଜାଣିଥାଆନ୍ତି । ଏଠାକୁ ଆସୁଥିବା ପ୍ରତିଟି ପର୍ଯ୍ୟଟକ ଏହି ଫେଷ୍ଟିଭାଲକୁ ଖୁବ ଉପଭୋଗ କରନ୍ତି । ଡିସେମ୍ବର ମାସରେ ଏହି ଫେଷ୍ଟିଭାଲଟି ଆୟୋଜନ ହୋଇଥାଏ ।

ରାଜସ୍ଥାନ
ରାଜସ୍ଥାନରେ ଆୟୋଜନ ହୋଇଥାଏ ମ୍ୟାଗନେଟିକ ଫିଲ୍ଡ ଫେଷ୍ଟିଭାଲ । ଏହା ଏକ ମ୍ୟୁଜିକ ଫେଷ୍ଟିଭାଲ । ଏହାକୁ ରାଜସ୍ଥାନର ଓପନ ଆର୍ଟ ଗ୍ୟାଲେରୀ ବୋଲି ମଧ୍ୟ ଲୋକମାନେ କହିଥାଆନ୍ତି । ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ ଆର୍ଟିଷ୍ଟ ଭାଗ ନେଇଥାଆନ୍ତି । ଏଥିରେ ସାରା ରାତି ଅନେକ ବଡବଡ ମ୍ୟୁଜିକ ଆର୍ଟିଷ୍ଟଙ୍କର ସଙ୍ଗୀତ ଶୁଣିବାକୁ ମିଳିଥାଏ । ପର୍ଯ୍ୟଟକଙ୍କ ସହିତ ସ୍ଥାନୀୟ ବାସିନ୍ଦା ଏହାର ଖୁବ ମଜା ଉଠାଇଥାଆନ୍ତି ।
ଓଡ଼ିଶା
ଶୀତଦିନ ଆସିଲେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆୟୋଜନ ହୋଇଥାଏ ବିଭିନ୍ନ ମେଳା ମହୋତ୍ସବ, ଯାହାର ମଜା ସ୍ଥାନୀୟ ଲୋକଙ୍କ ସହିତ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ନେଇଥାଆନ୍ତି । ଶୀତଦିନେ ଏଠାରେ କୋଣାର୍କ ଫେଷ୍ଟିଭାଲ, ରାଜାରାଣୀ ମହୋତ୍ସବ, ଧଉଳି ମହୋତ୍ସବ, ପୁରୀ ବିଚ୍ ଫେଷ୍ଟିଭାଲ, ବିଭିନ୍ନ ଜିଲ୍ଲାରେ ଇକୋରିଟ୍ରିଟ ଆଦି ଆୟୋଜନ ହୋଇଥାଏ। ଏହା ସହିତ ରାଜଧାନୀରେ ବିଭିନ୍ନ ମେଳାର ମଧ୍ୟ ଆୟୋଜନ କରାଯାଇଥାଏ । ଏହି ସମସ୍ତ ମେଳା ମହୋତ୍ସବକୁ ଲୋକମାନେ ଖୁବ ଉପଭୋଗ କରିବା ସହିତ ଏହାର ମଜା ନେଇଥାଆନ୍ତି ।




