ଶୀତଦିନେ ନିଅନ୍ତୁ ପୋଷାକର ଯତ୍ନ

ଶୀତଦିନେ ନିଅନ୍ତୁ ପୋଷାକର ଯତ୍ନ
Ipsita Picture
By: Ipsita


ଶୀତଦିନେ ପୋଷାକ ଶୁଖାଇବା ସବୁଠାରୁ କଷ୍ଟକର କାମ ହୋଇଥାଏ । ଏହିଦିନେ ବାୟୁମଣ୍ଡଳରେ ଆଦ୍ରତା ଥିବା କାରଣରୁ ଏବଂ ଦିନ ଛୋଟ ହୋଇଥିବା କାରଣରୁ ଲୁଗାପଟା ଶୀଘ୍ର ଶୁଖି ନଥାଏ । ଯେଉଁ କାରଣରୁ ଅନେକ ସମୟରେ ଲୁଗା ଭଲକରି ଶୁଖି ପାରିନଥାଏ । ଯେଉଁଥିରେ ଫଙ୍ଗସ ଲାଗିବା ସହିତ ଦୁର୍ଗନ୍ଧ ମଧ୍ୟ ଛାଡିଥାଏ । ତେବେ ଏହା ଆମର ସ୍ୱାସ୍ଥ୍ୟ ପାଇଁ ଖୁବ ଖରାପ ହୋଇଥାଏ । ଏହି ଲୁଗା ପିନ୍ଧିବା ଦ୍ୱାରା ବିଭିନ୍ନ ପ୍ରକାର ଚର୍ମ ସଂକ୍ରମଣ ହେବାର ଆଶଙ୍କା ଉପୁଜିଥାଏ । ତେଣୁ କିଛି ଟ୍ରିକ ଆପଣାଇ ଏହିଦିନେ ଲୁଗାକୁ ଭଲକରି ଶୁଖାନ୍ତୁ । ଯଦି ଓ୍ୱାସିଂ ମେସିନରେ ଲୁଗା ଶୁଖାଉଛନ୍ତି ତେବେ ସ୍ପିନିଂ ସ୍ପିଡକୁ ବଢାନ୍ତୁ । ସେହିଭଳି ଯେଉଁଠାରେ ପୋଷାକକୁ ଶୁଖାଉଛନ୍ତି ସେଠାରେ କିଛି ଲୁଣ ରଖିଦିଅନ୍ତୁ । ଲୁଣ ଘରର ଆଦ୍ରତାକୁ ଶୁଖାଇଥାଏ । ସେହିଭଳି ଘରେ ଭେଣ୍ଟିଲେସନର ବ୍ୟବସ୍ଥା ରଖନ୍ତୁ , ଯେପରି ବାହାର ପବନ ଭିତରକୁ ଆସୁଥିବ । ତାର ବଦଳରେ ଲୁଗା ଶୁଖାଇବାକୁ ହ୍ୟାଙ୍ଗର ବ୍ୟବହାର କରନ୍ତୁ । ପେପର ଉପରେ ଶୁଖାଇ ପାରିବେ, ଏହା ମଧ୍ୟ ଲାଭ ଦାୟକ ହୋଇଥାଏ । ବେକିଂ ସୋଡା ପକାଇ ପୋଷାକରୁ ଦୁର୍ଗନ୍ଧ ଦୂର କରିପାରିବେ । ସେହିଭଳି ପୋଷାକର ପକେଟ ଓ କଣ ସ୍ଥାନ ଗୁଡିକୁ ହେୟାର ଡ୍ରାୟର ବ୍ୟବହାର କରି ଶୁଖାଇ ପାରିବେ । ଲୁଗା ଶୁଖିବା ପରେ ଯଦି ଆଦ୍ରତା ରହୁଛି ତେବେ ପିନ୍ଧିବା ଆଗରୁ ଆଇରନ କରି ପିନ୍ଧିପାରିବେ ।

Read More ଦୁଗ୍ଧରୁ ପ୍ରସ୍ତୁତ ହେବ ପୋଷାକ

Related Posts