ମଦ ବାଦଲ!

ମଦ ବାଦଲ!
Ipsita Picture
By: Ipsita
Published On

 

ବ୍ରହ୍ମାଣ୍ଡର ରହସ୍ୟକୁ ନେଇ କାମ କରୁଥିବା ବୈଜ୍ଞାନିକମାନେ ମହାକାଶରେ ଏକ ବିଶାଳ ମଦର ବାଦଲ ଆବିଷ୍କାର କରିଛନ୍ତି । ଏହି ବାଦଲ ପୃଥିବୀଠାରୁ ପ୍ରାୟ ୨୬ ହଜାର ଆଲୋକ ବର୍ଷ ଦୂର ଆକାଶଗଙ୍ଗାର କେନ୍ଦ୍ର ନିକଟରେ ଭାସୁଥିବା ଦେଖିବାକୁ ମିଳିଛି । 'ସାଜିଟେରିଅସ୍ B2' ନାମକ ଏହି ବିଶାଳ ମଲିକ୍ୟୁଲାର କ୍ଲାଉଡ୍ ପ୍ରାୟ ୧୫୦ ଆଲୋକ ବର୍ଷ ବ୍ୟାପୀ ଅଞ୍ଚଳରେ ବିସ୍ତାରିତ ହୋଇ ରହିଛି । ଯାହାକୁ ବୈଜ୍ଞାନିକମାନେ ୧୯୦ ମସିହାରୁ ଅଧ୍ୟୟନ କରିଆସୁଛନ୍ତି । ଏହି ବାଦଲରେ ଏତେ ଅଧିକ ପରିମାଣରେ ଏଥାନଲ୍ ଗ୍ୟାସ୍ ରହିଛି ଯେ ସେଥିରୁ ପ୍ରାୟ ୪୦୦ ଟ୍ରିଲିୟନ୍ ପିଣ୍ଟ ବିୟର ପ୍ରସ୍ତୁତ କରାଯାଇପାରିବ । ଏଥିରେ କେବଳ ଏଥାନଲ୍ ନୁହେଁ, ବରଂ ଭିନାଇଲ୍ ଆଲକୋହଲ୍, ଏଥିଲିନ୍ ଗ୍ଲାଇକଲ୍ ଏବଂ ସାଧାରଣ ଚିନି ଭଳି ଅନେକ ଅର୍ଗାନିକ୍ ମଲିକ୍ୟୁଲ୍ ମଧ୍ୟ ରହିଥିବା ଜଣାପଡିଛି । ତେବେ ଏହା ତରଳ ରୂପରେ ନଥାଇ ଅତ୍ୟନ୍ତ ପତଳା ଗ୍ୟାସ୍ ଆକାରରେ ବ୍ୟାପି ରହିଥିବାରୁ ଏବଂ ଏହାର ସାନ୍ଦ୍ରତା ବହୁତ କମ୍ ଥିବାରୁ ମଣିଷ ଏହାକୁ ଶୁଙ୍ଘିବା ମଧ୍ୟ ସମ୍ଭବ ନୁହେଁ । ଏହା ସହିତ ଏହି ବାଦଲ ମଧ୍ୟରେ ହାଇଡ୍ରୋଜେନ୍ ସାଇନାଇଡ୍ ଏବଂ କାର୍ବନ ମୋନୋଅକ୍ସାଇଡ୍ ଭଳି ଅତ୍ୟନ୍ତ ବିଷାକ୍ତ ଗ୍ୟାସ୍ ଭରି ରହିଥିବାରୁ ଏହା ମାନବ ସମାଜର ବ୍ୟବହାର ଉପଯୋଗୀ ନୁହେଁ ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ।

Tags: