ଜନ୍ମ ହେବ କି ଡାଇନୋସର ଶିଶୁ !
By: Ipsita
ସମ୍ବନ୍ଧିତ ଖବର ଦୋଷ କାଟିବାକୁ କୁକୁରକୁ ବିବାହ
ଅନେକ ସମୟରେ ବୈଜ୍ଞାନିକଙ୍କୁ ମାଟିତଳୁ ଡାଇନୋସର ସମ୍ବନ୍ଧିତ ତଥ୍ୟ ମିଳିଥାଏ । ତେବେ ନିକଟରେ ଆର୍ଜେଣ୍ଟିନାରେ ପାଖାପାଖି ୭ କୋଟି ବର୍ଷ ତଳର ଏକ ଡାଇନୋସର ଅଣ୍ଡା ମିଳିଛି । ଏହି ଅଣ୍ଡାର ବିଶେଷତ୍ବ ଏହା କି ଉକ୍ତ ଅଣ୍ଡାଟି ଭଲ ଅବସ୍ଥାରେ ଅଛି । ଅର୍ଥାତ ଏଥିରୁ ଛୁଆ ଜନ୍ମହେବାର ଆଶଙ୍କା ରହିଛି । ବୈଜ୍ଞାନିକଙ୍କ ସୂଚନା ଅନୁଯାୟୀ ଏହି ଅଣ୍ଡାଟିକୁ ମାଇକ୍ରୋ ସିଟି ସ୍କାନ କରିବାର ପ୍ରୟାସ ଆରମ୍ଭ କରାଯାଇଛି । ଏହାଦ୍ବାରା ଅଣ୍ଡା ଭିତରର ଅଂଶ କିଭଳି ଅଛି ସେ ସମ୍ପର୍କରେ ଜଣା ପଡିବ । ଯଦି ଅଣ୍ଡା ଭିତରେ ଥିବା ଭ୍ରୃଣ ଭଲ ଅବସ୍ଥାରେ ରହିଥାଏ ତେବେ ଏଥିରୁ ଶିଶୁ ଜନ୍ମ ହେବା ସମ୍ଭବ । ତେବେ ଏହି ଶିଶୁଟି ଜୀବନ୍ତ ଥିବ କି ନାହିଁ ତାହାର କୌଣସି ନିଶ୍ଚିତତା ନାହିଁ , ଭ୍ରୁଣର ଖାଲି କଙ୍କାଳ ମଧ୍ୟ ଅଣ୍ଡା ଭିତରେ ରହିପାରେ । ତେବେ ଏହାମଧ୍ୟ ବୈଜ୍ଞାନିକଙ୍କ ପାଇଁ ଏକ ବଡ ଉପଲବ୍ଧି ହେବ ବୋଲି ସେମାନେ ମତ ଦେଇଛନ୍ତି ।
ସମ୍ବନ୍ଧିତ ଖବର କୁନି ବୟସରେ ପକ୍ଷୀ ଅଭିଭାବକ
Tags:



