କାହିଁକି ପଦକ ଦାନ୍ତରେ କାମୁଡନ୍ତି ଖେଳାଳୀ

ଅଲମ୍ପିକ୍‌ ଖେଳରେ ସବୁ ଖେଳାଳୀଙ୍କ ସ୍ୱପ୍ନ ରହିଥାଏ ସ୍ୱର୍ଣ୍ଣ ପଦକ ଜିତିବା । ଏଥିପାଇଁ ସେମାନେ ବହୁ ବର୍ଷ ଧରି କଠିନ ପରିଶ୍ରମ ମଧ୍ୟ କରିଥାନ୍ତି । ତେବେ ଖେଳରେ ଜିତିବା ପରେ ସବୁ ଖେଳାଳୀ ନିଜ ପଦକକୁ ଦାନ୍ତରେ କାମୁଡିବାର ଆପଣ ଦେଖିଥିବେ ନିଶ୍ଚୟ । ଗୋଲï ମେଡାଲ୍‌ ଜିତୁଥିବା ଖେଳାଳୀ ଏପରି ବେଶୀ କରିଥାନ୍ତି । ଏହି ପରମ୍ପରା ପଛରେ କ’ଣ କାରଣ ରହିଛି ଆସ;ୁ ଜାଣିବା । ସୋସାଇଟି ଅଫ୍‌ ଅଲମ୍ପିକ୍‌ ହିଷ୍ଟୋରିଆନ୍ସର […]

Samaya Live Picture
Published On

ଅଲମ୍ପିକ୍‌ ଖେଳରେ ସବୁ ଖେଳାଳୀଙ୍କ ସ୍ୱପ୍ନ ରହିଥାଏ ସ୍ୱର୍ଣ୍ଣ ପଦକ ଜିତିବା । ଏଥିପାଇଁ ସେମାନେ ବହୁ ବର୍ଷ ଧରି କଠିନ ପରିଶ୍ରମ ମଧ୍ୟ କରିଥାନ୍ତି । ତେବେ ଖେଳରେ ଜିତିବା ପରେ ସବୁ ଖେଳାଳୀ ନିଜ ପଦକକୁ ଦାନ୍ତରେ କାମୁଡିବାର ଆପଣ ଦେଖିଥିବେ ନିଶ୍ଚୟ । ଗୋଲï ମେଡାଲ୍‌ ଜିତୁଥିବା ଖେଳାଳୀ ଏପରି ବେଶୀ କରିଥାନ୍ତି । ଏହି ପରମ୍ପରା ପଛରେ କ’ଣ କାରଣ ରହିଛି ଆସ;ୁ ଜାଣିବା ।

କାହିଁକି ପଦକ ଦାନ୍ତରେ କାମୁଡନ୍ତି ଖେଳାଳୀ

ସୋସାଇଟି ଅଫ୍‌ ଅଲମ୍ପିକ୍‌ ହିଷ୍ଟୋରିଆନ୍ସର ସଭାପତି ଡେଭିଡ୍‌ ଭୋଲେନଚିନ୍ସକୀଙ୍କ କହିବା ଅନୁଯାୟୀ ଫଟୋଗ୍ରାଫର ଖେଳାଳୀଙ୍କୁ ଏପରି କରିବାକୁ କହିଥାନ୍ତି । ଏକ ରିପୋଟଁ ଅନୁଯାୟୀ ବହୁ ବର୍ଷରୁ ଏହି ପ୍ରଥା ଚଳି ଆସୁଛି । ଏପରି ଫଟୋ ସମ୍ବାଦପତ୍ର ଓ ମାଗାଜିନ୍‌ରେ ସ୍ୱତନ୍ତ୍ର ଲାଗିଥାଏ ଯାହାକୁ ଲୋକମାନେ ଖୁବ୍‌ ପସନ୍ଦ କରିଥାନ୍ତି । ଯଦିଓ ଫଟୋଗ୍ରାଫରଙ୍କ କହିବା ଅନୁଯାୟୀ ବିଜୟୀ ଖେଳାଳୀ ନିଜ ପଦକକୁ ପାଟିରେ କାମୁଡିଥାଏ ତଥାପି ଏହି ପ୍ରଥା କେବେ ଠାରୁ ଚଳି ଆସୁଛି ସେ ବିଷୟରେ କୌଣସି ସୂଚନା କାହା ପାଖରେ ନାହିଁ ।

କାହିଁକି ପଦକ ଦାନ୍ତରେ କାମୁଡନ୍ତି ଖେଳାଳୀ

ମିଳିଥିବା ଏକ ରିପୋର୍ଟ ଅନୁଯାୟୀ ୧୮୦୦ ମସିହାରେ କାଲିଫର୍ଣ୍ଣିଆରେ ବିଜୟୀ ଖେଳାଳୀ ଗୋଲï ମେଡାଲ୍‌ ପାଟିରେ କାମୁଡିବାର ପ୍ରଥମେ ନଜର ଆସିଥିଲା । ଏହା ଅସଲି କି ନକଲି ତାହା ଜାଣିବା ଲାଗି ସେତେବେଳେ ଖେଳାଳୀ ଏହାକୁ ଦାନ୍ତରେ କାମୁଡୁଥିଲେ । ତେବେ ୧୯୧୨ ମସିହା ପର୍ଯ୍ୟନ୍ତ ବିଶୁଦ୍ଧ ସୁନାରେ ତିଆରି ଗୋଲï ମେଡାଲ ଦିଆଯାଉଥିଲା ଯାହା ପରର୍ବୀ ସମୟରେ ବନ୍ଦ ହୋଇଗଲା । ତେବେ ଲେଖକ ଡେଭିଡ୍‌ ଭୋଲେନଚିନ୍ସକୀ ନିଜ ପୁସ୍ତକରେ ଲେଖିଛନ୍ତି, କେବଳ ଅଲମ୍ପିକ୍‌ ଖେଳାଳୀ ନୁହନ୍ତି ସମସ୍ତ ପ୍ରତିଯୋଗିତାରେ ସାମିଲ ହେଉଥିବା ଖେଳାଳୀ ପଦକ ଜିତିବା ପରେ ଏପରି କରିଥାନ୍ତି । ସେ ଲେଖିଛନ୍ତି ପୂର୍ବରୁ ଲୋକମାନେ କୌଣସି ଜିନିଷକୁ ପରଖିବା ପାଇଁ ଏପରି କରୁଥିଲେ । ଅନ୍ୟପକ୍ଷରେ ସେମାନେ ପଦକ ଜିତିଛନ୍ତି ବୋଲି ଦେଖାଇବା ଲାଗି ଏପରି ତରିକା ଆପଣାଇ ଥାନ୍ତି ବୋଲି ମଧ୍ୟ କୁହାଯାଇପାରେ ।