କୁକୁର ଏତେ ବୁଦ୍ଧିମାନ ହେଲା କିପରି !
କୁକୁର ମଣିଷର ସବୁଠାରୁ ଭଲ ଓ ବିଶ୍ୱସ୍ତ ସହଯୋଗୀ ହୋଇଥାଏ । କୁକୁର ଥରେ ଯାହାକୁ ନିଜର ବୋଲି ଭାବି ନିଏ ସାରା ଜୀବନ ସେ ତାକୁ ଭୁଲିପାରେ ନାହିଁ । ମାଲିକର ସୁରକ୍ଷା ଲାଗି ସେ ନିଜ ଜୀବନ ଦେବାକୁ ମଧ୍ୟ ପଛାଏ ନାହିଁ । ଏହି କାରଣରୁ ପୋଷା ଜୀବମାନଙ୍କ ମଧ୍ୟରେ ଏମାନଙ୍କ ଚାହିଦା ଅଧିକ । ତେବେ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଉଠେ ଯେ, କୁକୁର ଏତେ ବୁଦ୍ଧିମାନ ହେଲା କିପରି […]
କୁକୁର ମଣିଷର ସବୁଠାରୁ ଭଲ ଓ ବିଶ୍ୱସ୍ତ ସହଯୋଗୀ ହୋଇଥାଏ । କୁକୁର ଥରେ ଯାହାକୁ ନିଜର ବୋଲି ଭାବି ନିଏ ସାରା ଜୀବନ ସେ ତାକୁ ଭୁଲିପାରେ ନାହିଁ । ମାଲିକର ସୁରକ୍ଷା ଲାଗି ସେ ନିଜ ଜୀବନ ଦେବାକୁ ମଧ୍ୟ ପଛାଏ ନାହିଁ । ଏହି କାରଣରୁ ପୋଷା ଜୀବମାନଙ୍କ ମଧ୍ୟରେ ଏମାନଙ୍କ ଚାହିଦା ଅଧିକ । ତେବେ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଉଠେ ଯେ, କୁକୁର ଏତେ ବୁଦ୍ଧିମାନ ହେଲା କିପରି ?

ଏହା ଉପରେ କରାଯାଇଥବା ଗବେଷଣାରୁ କିଛି ତଥ୍ୟ ମିଳିଛି । ବୁଦାପେଷ୍ଟର ଇଟବୋସ ଲୋରଣ୍ଡ ୟୁନିଭରସିଟି ପକ୍ଷରୁ ଫ୍ୟାମିଲି ଡଗ୍ ପ୍ରୋଜେକଫର ଏକ ନୂତନ ଅଧ୍ୟୟନ ଜରିଆରେ ଏ ବିଷୟରେ କିଛି ସୂଚନା ମିଳିଛି । କୁକୁରର ମସ୍ତିଷ୍କରେ ସବୁ ପରିଚିତ ଜିନିଷର ଏକ ମଲଫିମିଡିଆ ଇମେଜ୍ ଛାପି ହୋଇଯାଏ । ଯଦ୍ୱାରା ସେ ସେହି ଜିନିଷକୁ କେଉଁଠାରୁ ବି ଖୋଜି ବାହାର କରିବାକୁ ସମର୍ଥ ହୋଇଥାଏ ।

କୌଣସି ଜିନିଷକୁ କୁକୁର କିପରି ଚିହ୍ନିପାରେ ଏହାକୁ ନେଇ ଗବେଷଣା କରାଯାଇଥିଲା । ଆନିମଲ୍ କଗନିସନ୍ରେ ପ୍ରକାଶ ପାଇଥିବା ଅଧ୍ୟୟନ ରିପୋର୍ଟ ଅନୁଯାୟୀ କୌଣସି ଜିନିଷ ଖୋଜିବା ପାଇଁ କୁକୁର ଆଖି ଓ ନାକର ଉପଯୋଗ କରିଥାଏ । ଗବେଷକଙ୍କ ଅନୁଯାୟୀ କୁକୁର ୨ ପ୍ରକାରର ହୋଇଥାନ୍ତି । ସେହି ହିସାବରେ ସେମାନଙ୍କ ଇନ୍ଦ୍ରିୟ କାମ କରିଥାଏ । ଯେପରିକି ଟ୍ରେନଡ୍ ଡଗ୍ ଓ ଫ୍ୟାମିଲି ଡଗ୍ । ଅଧ୍ୟୟନରେ ଦୁଇ ପ୍ରକାରର କୁକୁରଙ୍କୁ ଏକ ସଙ୍ଗେ ତାଲିମ ଦିଆଯାଇଥିଲା ।

ଦେଖାଯାଇଥିଲା ତାଲିମପ୍ରାପ୍ତ କୁକୁର ଜିନିଷର ନାମ ମନେ ରଖି ଦେଉଥିବା ବେଳେ ଫ୍ୟାମିଲି ଡଗ୍ ଏପରି କରି ପାରି ନ ଥିଲା । ନାମ ଶୁଣିବା ମାତ୍ରେ ଟ୍ରେନଡ୍ ଡଗ୍ ମସ୍ତିଷ୍କରେ ସେହି ଜିନିଷର ଛବି ତିଆରି ହୋଇ ଯାଉଥିଲା ଓ ସେ ଜିନିଷଟିକୁ ସହଜରେ ଖୋଜି ବାହାର କରିପାରୁଥିଲା ।




