ଯେଉଁଠି ହନୁମାନଙ୍କ ଉପରେ ରାଗନ୍ତି ଲୋକେ

ନାମରେ ଜାଣନ୍ତି । ଶ୍ରୀରାମଭକ୍ତ ହନୁମାନଙ୍କୁ ବିଭିନ୍ନ ସ୍ଥାନରେ ଆରାଧ୍ୟ ଦେବତା ରୂପେ ମଧ୍ୟ ପୂଜା କରାଯାଇଥାଏ । ମାତ୍ର ଦେବଭୂମି ଉତ୍ତରାଖଣ୍ଡରେ ଏମିତି ଏକ ଗାଁ ଅଛି, ଯେଉଁଠି ହନୁମାନଙ୍କୁ ପୂଜା କରାଯାଏ ନାହିଁ । ଏପରିକି ଏଠାରେ ହନୁମାନଙ୍କର ଗୋଟିଏ ହେଲେ ମନ୍ଦିର ନାହିଁ । ଏହାସହ ଗ୍ରାମବାସୀ ହନୁମାନଙ୍କ ନାଁ ଶୁଣିଲେ ରାଗିଯାଆନ୍ତି । କେବଳ ଏତିକି ନୁହେଁ, ଏଠାରେ ହନୁମାନଙ୍କ ନାଁ ନେବା ଅପରାଧ ବୋଲି ମନେ କରାଯାଏ । ଏହି […]

Samaya Live Picture
Published On

ନାମରେ ଜାଣନ୍ତି । ଶ୍ରୀରାମଭକ୍ତ ହନୁମାନଙ୍କୁ ବିଭିନ୍ନ ସ୍ଥାନରେ ଆରାଧ୍ୟ ଦେବତା ରୂପେ ମଧ୍ୟ ପୂଜା କରାଯାଇଥାଏ । ମାତ୍ର ଦେବଭୂମି ଉତ୍ତରାଖଣ୍ଡରେ ଏମିତି ଏକ ଗାଁ ଅଛି, ଯେଉଁଠି ହନୁମାନଙ୍କୁ ପୂଜା କରାଯାଏ ନାହିଁ । ଏପରିକି ଏଠାରେ ହନୁମାନଙ୍କର ଗୋଟିଏ ହେଲେ ମନ୍ଦିର ନାହିଁ । ଏହାସହ ଗ୍ରାମବାସୀ ହନୁମାନଙ୍କ ନାଁ ଶୁଣିଲେ ରାଗିଯାଆନ୍ତି । କେବଳ ଏତିକି ନୁହେଁ, ଏଠାରେ ହନୁମାନଙ୍କ ନାଁ ନେବା ଅପରାଧ ବୋଲି ମନେ କରାଯାଏ । ଏହି କଥା ଏବର ନୁହେଁ, ବରଂ ପୁରାଣ ସମୟ ଠାରୁ ଏହି ଗ୍ରାମର ଲୋକେ ହନୁମାନଙ୍କ ଉପରେ ରୋଷ କରି ବସିଛନ୍ତି । ଏହି ଗାଁ’ର ନାଁ ହେଉଛି ଦ୍ରୋଣଗିରି ଏବଂ ଏହା ଚମୋଲି ଜିଲ୍ଲାରେ ଅବସ୍ଥିତ । ଔଷଧିୟ ଗୁଣ ପାଇଁ ଏହି ଗାଁ’ଟି ବେଶ୍‌ ପରିଚିତ ଥିବାବେଳେ ପୁରାଣରେ ଏହି ଗ୍ରାମ ବିଷୟରେ ବର୍ଣ୍ଣନା କରାଯାଇଛି । ଲକ୍ଷ୍ମଣ ମୃତୁ୍ୟଶଯ୍ୟାରେ ପଡ଼ିଥିବାବେଳେ ହନୁମାନ ତାଙ୍କୁ ବଞ୍ଚାଇବା ପାଇଁ ଗନ୍ଧମାର୍ଦ୍ଦନ ପର୍ବତ ବା ଦ୍ରୋଣଗିରି ପର୍ବତକୁ ସଞ୍ଜିବନୀ ଆଣିବା ଲାଗି ଯାଇଥିଲେ । ମାତ୍ର ସଞ୍ଜିବନୀ ଗଛକୁ ଚିହ୍ନଟ କରିନପାରି ସମସ୍ତ ପର୍ବତକୁ ଟେକିଆଣିଥିଲେ । ଯାହା ଏହି ଗ୍ରାମବାସୀଙ୍କର ରୋଷର କାରଣ ବୋଲି ସ୍ଥାନୀୟ ଲୋକେ କୁହନ୍ତି । ସେଠାକାର ଲୋକେ ଦ୍ରୋଣଗିରି ପର୍ବତକୁ ଦେବତା ବୋଲି ମଣନ୍ତି । ମାତ୍ର ହନୁମାନ ସେମାନଙ୍କ ଦେବତାଙ୍କ ବିନାନୁମତିରେ ପର୍ବତକୁ ଉଠେଇ ଆଣିଥିଲେ, ଯାହାଫଳରେ ପର୍ବତ ଦେବତାଙ୍କ ତପସ୍ୟା ଭଙ୍ଗ ହୋଇଥିଲା । ଏହାସହିତ ପର୍ବତ ଦେବତାଙ୍କର ଡାହାଣ ବାହୁକୁ ଓପାଡ଼ି ନେଇଆସିଥିଲେ, ଯାହାଫଳରେ ଆଜି ବି ପର୍ବତ ଦେବତାଙ୍କ ଡାହାଣ ହାତରୁ ରକ୍ତଶ୍ରାବ ହେଉଥିବା ଏହି ଗ୍ରାମରେ ମାନ୍ୟତା ରହିଛି ବୋଲି ଲୋକମୁଖରୁ ପ୍ରକାଶ ପାଇଥାଏ । ଏହି କାରଣରୁ ଏଠାକାର ଲୋକେ ହନୁମାନଙ୍କ ଉପରେ କ୍ରୋଧ ପ୍ରକାଶ କରନ୍ତି । ଏମିତିକି ତାଙ୍କ ନାଁ ନେବା ପାପ ବୋଲି ଧରାଯାଏ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ହନୁମାନ ସେମାନଙ୍କ ଦେବତାଙ୍କୁ ଓପାଡ଼ି ଦେଇଥିବାରୁ ଆଜି ଏହି ଗ୍ରାମ ସମ୍ପୂର୍ଣ୍ଣ ନାହିଁ । ଯଦି ସେମାନଙ୍କର ଦେବତାଙ୍କର ସମସ୍ତ ଅଂଶ ଏଠାରେ ଥାଆନ୍ତା ତେବେ ଏହି ଗ୍ରାମ ସମ୍ପୂର୍ଣ୍ଣ ରହିଥାଆନ୍ତା । ତେଣୁ ତାଙ୍କ ଗ୍ରାମକୁ ନଷ୍ଟ କରିଥିବା ମନେ କରି ଏହି ଗ୍ରାମର ଲୋକେ କେବେ ବି ହନୁମାନଙ୍କୁ ପୂଜା କରନ୍ତି ନାହିଁ ।

Tags: