ପ୍ରଥମେ କେବେ ପାଳନ କରାଯାଇଥିଲା ଖ୍ରୀଷ୍ଟମାସ ପର୍ବ
ଖ୍ରୀଷ୍ଟମାସ ପର୍ବ ସମଗ୍ର ବିଶ୍ୱରେ ଖୁବ ଧୁମ ଧାମ ସହିତ ପାଳନ କରାଯାଏ I ଡିସେମ୍ବର ୨୪ ତାରିଖ ମଧ୍ୟ ରାତ୍ରରେ ପ୍ରଭୁ ଯୀଶୁ ଧରାପୃଷ୍ଠରେ ଅବତରଣ କରିଥିଲେ ବୋଲି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନେ ବିଶ୍ୱାସ କରନ୍ତି I କୁହାଯାଏ ପ୍ରଭୁ ଯୀଶୁ ଏକ ମେଷଶାଳାରେ ଜନ୍ମ ନେଇଥିଲେ । ଆମେ ଜନ୍ମାଷ୍ଟମୀରେ ଯେଉଁଭଳି ଶ୍ରୀକୃଷ୍ଣଙ୍କ ଜନ୍ମ ମହୋତ୍ସବକୁ ପାଳନ କରିଥାଉ ,ସେହିଭଳି ଖ୍ରୀଷ୍ଟ ସମ୍ପ୍ରଦାୟ ର ଲୋକେ ପ୍ରଭୁ ଯୀଶୁଙ୍କ ସ୍ମୃତିରେ ଘରେ ଗୋଶାଳା ଭଳି […]
ଖ୍ରୀଷ୍ଟମାସ ପର୍ବ ସମଗ୍ର ବିଶ୍ୱରେ ଖୁବ ଧୁମ ଧାମ ସହିତ ପାଳନ କରାଯାଏ I ଡିସେମ୍ବର ୨୪ ତାରିଖ ମଧ୍ୟ ରାତ୍ରରେ ପ୍ରଭୁ ଯୀଶୁ ଧରାପୃଷ୍ଠରେ ଅବତରଣ କରିଥିଲେ ବୋଲି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନେ ବିଶ୍ୱାସ କରନ୍ତି I କୁହାଯାଏ ପ୍ରଭୁ ଯୀଶୁ ଏକ ମେଷଶାଳାରେ ଜନ୍ମ ନେଇଥିଲେ । ଆମେ ଜନ୍ମାଷ୍ଟମୀରେ ଯେଉଁଭଳି ଶ୍ରୀକୃଷ୍ଣଙ୍କ ଜନ୍ମ ମହୋତ୍ସବକୁ ପାଳନ କରିଥାଉ ,ସେହିଭଳି ଖ୍ରୀଷ୍ଟ ସମ୍ପ୍ରଦାୟ ର ଲୋକେ ପ୍ରଭୁ ଯୀଶୁଙ୍କ ସ୍ମୃତିରେ ଘରେ ଗୋଶାଳା ଭଳି ମେଷଶାଳା ପରି ପ୍ରତିକୃତି ତିଆରି କରି ଏହି ଉତ୍ସବ ମନାଇଥାନ୍ତି । ଘରେ ଗୋଟିଏ ଟେବୁଲରେ ମେଷପାଳକ ମାନେ ଯୀଶୁଙ୍କ ଯତ୍ନ ନେଉଥିବାର ଆକୃତି ପରି ରଖା ଯାଇ ତା ଚତୁର୍ପାର୍ଶ୍ୱରେ ରଙ୍ଗୀନ ଆଲୋକମାଳାରେ ସଜାଇ ରଖା ଯାଇଥାଏ I
ଖ୍ରୀଷ୍ଟମାସ ପର୍ବ ପାଳନ ସମ୍ପର୍କରେ ଖ୍ରୀଷ୍ଟିଆନମାନଙ୍କର ପବିତ୍ର ପୁସ୍ତକ ବାଇବଲରେ ଉଲ୍ଲେଖ କରାଯାଇଥିବା ବିଶ୍ୱାସ ଅନୁଯାୟୀ ପ୍ରଭୁ ଯୀଶୁ ଖ୍ରୀଷ୍ଟପୂର୍ବ ୪ ରେ ଇସ୍ରାଏଲର ବେଥେଲହମରେ ଜନ୍ମଗ୍ରହଣ କରିଥିଲେ। ଯୀଶୁ ଆରମ୍ଭରୁ ଯିହୂଦୀ ଥିଲେ I ତାଙ୍କ ପିତାଙ୍କ ନାମ ୟୁସୁଫ ଏବଂ ମାତାଙ୍କ ନାମ ମରିୟମ ଥିଲା । କୁହାଯାଏ ଯେ ଈଶ୍ୱରଙ୍କ ଠାରୁ କିଛି ଦୈବୀ ସଂକେତ ମିଳିବା ପରେ ଯୋଷେଫ ମରିୟମଙ୍କୁ ବିବାହ କଲେ ଏବଂ ତା’ପରେ ସେମାନଙ୍କର ଏକ ସନ୍ତାନ ହେଲା ଏବଂ ସେମାନଙ୍କର ନାମ ଯୀଶୁ I ବିଶ୍ୱାସ କରାଯାଏ ଯେ ଯୀଶୁ ଏବଂ ତାଙ୍କ ପିତା ବୃତ୍ତିରେ ବଢ଼େଇ ଥିଲେ। ପିଲାଦିନରୁ ଯୀଶୁ ପିତାଙ୍କୁ କାମରେ ସାହାଯ୍ୟ କରୁଥିଲେ I ଯୀଶୁଙ୍କୁ ଯେତେବେଳେ ୩୦ ବର୍ଷ ବୟସ ହୋଇଥିଲା ଈଶ୍ୱରଙ୍କ ଆଶୀର୍ବାଦରୁ ସେ ମାନବ କଲ୍ୟାଣ ପାଇଁ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। ଏହାପରେ କିଛି କିଛି ଜାଗାରେ ଯାଇ ଲୋକମାନଙ୍କୁ ଈଶ୍ୱରଙ୍କ ସନ୍ଦେଶ ବିଷୟରେ କହିଲେ I କ୍ରମେ ଲୋକମାନଙ୍କୁ ଏହା ଭଲ ଲାଗିବାରୁ କ୍ରମଶଃ ଯୀଶୁଙ୍କର ଲୋକପ୍ରିୟତା ବଢ଼ିଲା I କିନ୍ତୁ ସେଠାକାର କିଛି ଯିହୂଦୀ ଧର୍ମର କଟରପନ୍ଥୀଙ୍କୁ ଏହା ଭଲ ଲାଗିଲା ନାହିଁ I ତେଣୁ ସେମାନେ ଯୀଶୁଙ୍କୁ ଘୋର ବିରୋଧ କଲେ I ଏହି ବିରୋଧ କ୍ରମେ ବଢି ବଢି ଯାଇ ଭୟଙ୍କର ରୂପ ନେଇଥିଲା Iତା’ପରେ ଦିନେ ତାଙ୍କୁ ରୋମୀ ସମ୍ରାଟଙ୍କ ନିକଟରେ ଉପସ୍ଥିତ କରି ସର୍ବ ସମ୍ମୁଖରେ ତାଙ୍କୁ କ୍ରୁଶବିଦ୍ଧରେ କରାଗଲା। ଯୀଶୁଙ୍କୁ ଯେଉଁ ଦିନ କୃଶ ବିଦ୍ଧ କରାଯାଇଥିଲା ସେ ଦିନଟି ଥିଲା ଶୁକ୍ରବାର I ତେଣୁ ଇସାହି ମାନେ ଏହି ଦିନଟିକୁ ଗୁଡ଼ ଫ୍ରୀଇଡେ ଭାବରେ ପାଳନ କରିଥାନ୍ତି I କୁହାଯାଏ ଯେ କ୍ରୁଶବିଦ୍ଧ ହେବା ପରେ ଯୀଶୁ ପୁଣି ଥରେ ପୁନର୍ଜୀବିତ ହୋଇଥିଲେ I ଯୀଶୁ ପ୍ରଚାର କରିଯାଇଥିବା ବାଣୀକୁ ଗ୍ରହଣ କରିଥିବା ଲୋକମାନେ ହେଲେ ଇସାହି I
କୁହାଯାଏ ଯେ ଚତୁର୍ଥ ଶତାବ୍ଦୀର ମଧ୍ୟଭାଗରେ ପାଶ୍ଚାତ୍ୟ ଦେଶମାନେ ଡିସେମ୍ବର ୨୫ଉତ୍ସବକୁ ଖ୍ରୀଷ୍ଟମାସ ଦିବସ ଭାବରେ ସ୍ୱୀକୃତି ଦେଇଥିଲେ। ଆନୁଷ୍ଠାନିକ ଭାବରେ ୧୮୭୦ ମସିହାରେ, ଆମେରିକା ଖ୍ରୀଷ୍ଟମାସ ଉତ୍ସବକୁ ଛୁଟି ଦିବସ ଭାବରେ ଘୋଷଣା କରିଥିଲା I




