ଯେତେବେଳେ ଇଫତାର ପାର୍ଟି ଦେବାକୁ ମନା କରିଥିଲେ ଡକ୍ଟର ଏପିଜେ ଅବଦୁଲ କଲାମ

ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବୈଜ୍ଞାନିକ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୁରା ଜୀବନ ପ୍ରେରଣାଦାୟକ । ଅବଦୁଲ କଲାମ ତାଙ୍କର ସମଗ୍ର ଜୀବନକୁ ଦେଶବାସୀଙ୍କ ପାଇଁ ଉତ୍ସର୍ଗ କରିଥିଲେ। ଏକ ଗରିବ ପରିବାରରୁ ଆସି ରାଷ୍ଟ୍ରପତି ହୋଇଥିବା ମିସାଇଲ୍ ମ୍ୟାନ୍ କଲାମ ସାହେବ ଭୌତିକସୁଖ ଠାରୁ ବହୁଦୂରରେ ରହି ସର୍ବଦା ମାନବିକତାକୁ ପ୍ରାଥମିକତା ଦେଉଥିଲେ I ନଭେମ୍ବର ୨୦୦୨ ରମଜାନ ସମୟରେ କାଲାମଙ୍କ ସାମ୍ନାରେ ଏକ ଦ୍ୱନ୍ଦ୍ୱ ଦେଖାଦେଇଥିଲାIଏହି ପବିତ୍ର ମାସରେ ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀ […]

Samaya Live Picture
Published On

ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବୈଜ୍ଞାନିକ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୁରା ଜୀବନ ପ୍ରେରଣାଦାୟକ । ଅବଦୁଲ କଲାମ ତାଙ୍କର ସମଗ୍ର ଜୀବନକୁ ଦେଶବାସୀଙ୍କ ପାଇଁ ଉତ୍ସର୍ଗ କରିଥିଲେ। ଏକ ଗରିବ ପରିବାରରୁ ଆସି ରାଷ୍ଟ୍ରପତି ହୋଇଥିବା ମିସାଇଲ୍ ମ୍ୟାନ୍ କଲାମ ସାହେବ ଭୌତିକସୁଖ ଠାରୁ ବହୁଦୂରରେ ରହି ସର୍ବଦା ମାନବିକତାକୁ ପ୍ରାଥମିକତା ଦେଉଥିଲେ I

ନଭେମ୍ବର ୨୦୦୨ ରମଜାନ ସମୟରେ କାଲାମଙ୍କ ସାମ୍ନାରେ ଏକ ଦ୍ୱନ୍ଦ୍ୱ ଦେଖାଦେଇଥିଲାIଏହି ପବିତ୍ର ମାସରେ ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀ ମାନେ ଇଫତାର ପାର୍ଟି ଦେଇଥାନ୍ତି I ସେହିପରି ରାଷ୍ଟ୍ରପତି ଡକ୍ଟର କଲାମଙ୍କୁ ମଧ୍ୟ ଇଫତାର ପାର୍ଟିର ଆୟୋଜନ କରିବାର ଥିଲା । କିନ୍ତୁ ତାଙ୍କ ମନ,ହୃଦୟ ଏଥିପାଇଁ ଅନୁମତି ଦେଉ ନଥିଲା। ଯେଉଁ ସମୟରେ ଦେଶର ଅନେକ ଲୋକ ଅନାହାରରେ ରହୁଥିଲେ ସେ ଇଫତାର ପାର୍ଟିର ଆୟୋଜନ କରି କିଛି ସମୃଦ୍ଧିଶାଳୀ ବ୍ୟକ୍ତିଙ୍କୁ ଭୁରି ଭୋଜନରେ ଆପ୍ୟାୟିତ କରିବାକୁ ଚାହୁଁ ନଥିଲେ I

ବହୁତ ଚିନ୍ତା କରିବାପରେ ଅବ୍ଦଦୁଲ କାଲାମ ତାଙ୍କ ସଚିବ ଶ୍ରୀ ନାୟାରଙ୍କୁ ଇଫତାର ପାର୍ଟିର ସମୁଦାୟ ଖର୍ଚ୍ଚ କେତେହେବ ବୋଲି ହିସାବ କରିବାକୁ କହିଲେ I ନୟାର ହିସାବ କରି କହିଲେ ପାଖାପାଖି ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ I ଏହାଦେଖି କାଲାମ ସାହେବ ତାଙ୍କ ସଚିବଙ୍କୁ ପଚାରିଲେ,ଯେଉଁମାନେ ପ୍ରତିଦିନ ଭୁରି ଭୋଜନରେ ବୁଡି ରହୁଛନ୍ତି,ତାଙ୍କ ପାଇଁ ଇଫତାର ପାର୍ଟିର ଆୟୋଜନ କରି କ’ଣ ହେବ? ବରଂ ଏହି ଟଙ୍କାରେ ଅନାଥ ପିଲାମାନଙ୍କୁ ଖାଦ୍ୟ, ପୋଷାକ ଏବଂ କମ୍ବଳ ଯୋଗାଇ ଦିଆଯାଉ । ସେସବୁ ସଂସ୍ଥା ଗୁଡିକୁ ରାଷ୍ଟ୍ରିୟ ଭବନର ଏକ ଦଳ ଦ୍ୱାରା ଚୟନ କରାଯିବା ଉଚିତ୍ I ଏହି ନିର୍ଦେଶ ଦେଇ କଲାମ ସାହେବ ବହୁତ ଖୁସି ଥିଲେ। ସେ ବାହ୍ୟ ଆଡମ୍ବର,ଚାକଚକ୍ୟ ଠାରୁ ଦୁରେଇ ଅନ୍ୟର ଖୁସିରେ ଖୁସି ହେଉଥିଲେ I

ତାଙ୍କ ଜୀବନୀରେ ସେ କହିଛନ୍ତି ଏହି ନିଷ୍ପତ୍ତି ପରେ ରାତିରେ ମୋତେ ବାପାଙ୍କ କଥା ମାନେ ପଡିଥିଲା I ସେହିଦିନ ରାତିରେ ମୋତେ ଅନୁଭବ ହେଲା ଯେମିତି ବାପା ମୋ କାନରେ ଫୁସ୍ଫୁସ୍ କରୁଛନ୍ତି,’ଜୀବନର ପ୍ରକୃତ ଆନନ୍ଦ ଧର୍ମ ଏବଂ ସାଂସାରିକ ବିଳାସ ପ୍ରାଚୁର୍ଯ୍ୟ ମଧ୍ୟରେ ନଥାଏ I ଅନ୍ୟଠାରୁ ଏହି ଲାଭ ଉଠାଇବା ଦ୍ୱାରା ଆନନ୍ଦ ପରିବର୍ତ୍ତେ ବିପତ୍ତି ମାଡି ଆସେ’I ଅର୍ଥାତ୍ ଆମେ ଧର୍ମ ଠାରୁ ଉର୍ଦ୍ଧରେ ରହି ପ୍ରଥମେ ମାନବିକତାକୁ ପ୍ରାଥମିକତା ଦେବା ଉଚିତ Iମାନବିକତା ହିଁ ଆମକୁ ପ୍ରକୃତ ଶାନ୍ତି ଦେଇଥାଏ । ପିତାଙ୍କ ଏହି ଜୀବନାଦର୍ଶନ ତାଙ୍କୁ ପ୍ରକୃତ ମାର୍ଗ ଦେଖାଇଥିଲା ।

Tags: