ଗହମ ଖିରି

ଗହମ ଖିରି
Ipsita Picture
By: Ipsita
Published On

 

ସାମଗ୍ରୀ  _ ଘିଅ, ଭଙ୍ଗା ଗହମ,କିସମିସ,ଗୁଜୁରାତି ଗୁଣ୍ଡ,କାଜୁ, ଗୁଡ଼, କ୍ଷୀର ।

 

ପ୍ରସ୍ତୁତି _

 ଏକ ମୋଟା  ନନ୍-ଷ୍ଟିକ୍ ପ୍ୟାନରେ ଘିଅ ଗରମ କରନ୍ତୁ, ସେଥିରେ ଗହମକୁ ପକାନ୍ତୁ ଏବଂ ଭାଜି ନିଅନ୍ତୁ । ଏହାପରେ କିସମିସ୍ ପକାନ୍ତୁ ଏବଂ ଅଧିକ ଆଞ୍ଚରେ ଭାଜନ୍ତୁ । ସେଥିରେ ବର୍ତ୍ତମାନ ଗୁଜୁରାତି ଗୁଣ୍ଡ ଓ କାଜୁ ମିଶାଇ ଭଲ ଭାବରେ ଗୋଳାନ୍ତୁ । ବର୍ତ୍ତମାନ ଏଥିରେ ଗୁଡ଼ ମିଶାନ୍ତୁ, ଭଲ ଭାବରେ ଗୋଳାନ୍ତୁ ଏବଂ ଏକ ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ । ଏହାପରେ ଏକ କପ୍ ପାଣି ମିଶାନ୍ତୁ, କ୍ରମାଗତ ଭାବେ ଘାଣ୍ଟନ୍ତୁ ଏବଂ ୩-୪ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ । ଏହାପରେ ଆଞ୍ଚ କମାଇ ଦିଅନ୍ତୁ, ଧୀରେ ଧୀରେ କ୍ଷୀର ମିଶାନ୍ତୁ ଏବଂ ସବୁ ଜିନିଷ ଭଲ ଭାବେ ମିଶିବା ପର୍ଯ୍ୟନ୍ତ ଘାଣ୍ଟୁଥାନ୍ତୁ। ଅଳ୍ପ ସମୟ ଫୁଟିବା ପରେ ପ୍ରସ୍ତୁତ ହୋଇଯିବ ଗହମ ଖିରି ।

Tags: