କେଉଁ ଖାଦ୍ୟ ପ୍ରତି ରହିବେ ସତର୍କ
- _ ଆଖୁ ରସ ଓ ଖୋଲା ଜୁସ୍ ପିଇବା ସମୟରେ । ଏଥିରେ ମେସିନର କଳଙ୍କି, ଅପରିଷ୍କାର ଆଖୁ ଏବଂ କମର୍ସିଆଲ୍ ବରଫ ମିଶିବାର ଭୟ ଥାଏ, ଯାହା ଏହାକୁ ବିଷାକ୍ତ କରିଥାଏ ।
- _ ବଜାରରେ ବିକ୍ରି ହେଉଥିବା କଟା ଫଳରେ ବ୍ୟାକ୍ଟେରିଆ ସଂକ୍ରମଣ ଅଧିକ ଥାଏ, ତେଣୁ ଏହାକୁ ଖାଆନ୍ତୁ ନାହିଁ ।
- _ ଦହି- ବରା ଓ ଗୁପଚୁପରେ ବ୍ୟବହୃତ ହେଉଥିବା ପାଣି ଓ ଦହି ଖରାଦିନେ ଖୁବ୍ ଶୀଘ୍ର ଖରାପ ହୋଇଯାଏ, ଯାହା ଏହାକୁ ବିଷାକ୍ତ କରିଥାଏ ।
- ଟିପ୍ସ
- _ ସବୁବେଳେ ଘରେ ପ୍ରସ୍ତୁତ ସତେଜ ଏବଂ ଗରମ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ ।
- _ ବାହାରର ଖୋଲା ପାଣି ପରିବର୍ତ୍ତେ ନିଜ ସାଙ୍ଗରେ ଫିଲ୍ଟର ବୋତଲ ରଖନ୍ତୁ କିମ୍ବା ପ୍ୟାକ୍ଡ ପାଣି ପିଅନ୍ତୁ ।
- _ ବଜାରରୁ କଟା ଫଳ ନକିଣି ଗୋଟା ଫଳ କିଣନ୍ତୁ ଏବଂ ଘରେ ଧୋଇ କାଟି ଖାଆନ୍ତୁ ।
- _ ଯଦି ବାହାରେ ଖାଇବା ଅତି ଜରୁରୀ ହୁଏ, ତେବେ ଦୋକାନର ସ୍ୱଚ୍ଛତା ଏବଂ ପରିବେଶକୁ ଭଲଭାବେ ଯାଞ୍ଚ କରି ଖାଆନ୍ତୁ ।
- _ ଗ୍ରୀଷ୍ମ ଋତୁରେ ପାଟିର ସ୍ୱାଦ ଅପେକ୍ଷା ଶରୀରର ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଅନ୍ତୁ । ସାମାନ୍ୟ ଅସାବଧାନତା ଆପଣଙ୍କୁ ହସ୍ପିଟାଲ୍ ପହଞ୍ଚାଇ ଦେଇପାରେ ।
Tags:



