ହ୍ୱେଲ୍ ବଢାଇବ ଆୟୁଷ

ହ୍ୱେଲ୍ ବଢାଇବ ଆୟୁଷ
Ipsita Picture
By: Ipsita
Published On

 

ବୈଜ୍ଞାନିକମାନେ ସମୁଦ୍ର ମଧ୍ୟରେ ରହୁଥିବା 'ବୋହେଡ୍ ହ୍ୱେଲ୍'  ଶରୀରରୁ ଏଭଳି ଏକ ସ୍ୱତନ୍ତ୍ର ପ୍ରୋଟିନ୍ ଆବିଷ୍କାର କରିଛନ୍ତି, ଯାହା ମଣିଷର ଆୟୁଷକୁ ଦ୍ୱିଗୁଣିତ କରିବାର କ୍ଷମତା ରଖୁଛି । ପ୍ରାୟ ୨୦୦ ବର୍ଷରୁ ଅଧିକ ସମୟ ବଞ୍ଚୁଥିବା ଏହି ବିଶାଳକାୟ ଜୀବର ଶରୀରରେ କୋଟି କୋଟି କୋଷିକା ଥିଲେ ମଧ୍ୟ ଏହାକୁ କ୍ୟାନ୍ସର ହୋଇନଥାଏ, ଯାହାକୁ ବିଜ୍ଞାନ ଭାଷାରେ 'ପେଟୋସ୍ ପାରାଡକ୍ସ' କୁହାଯାଏ । ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି ଯେ, ଏହି ହ୍ୱେଲ୍ ଶରୀରରେ ଥିବା ପ୍ରୋଟିନ୍ ଡିଏନ୍ଏ ମରାମତି କରିବାରେ ଏବଂ ଶରୀରର ପ୍ରଦାହ କମାଇବାରେ ସାହାଯ୍ୟ କରିଥାଏ। ଯାହାଫଳରେ ବାର୍ଦ୍ଧକ୍ୟ ପ୍ରକ୍ରିୟା ଧୀର ହୋଇଯାଏ । ବୈଜ୍ଞାନିକଙ୍କ ଅନୁଯାୟୀ, ଯଦି ଏହି ପ୍ରୋଟିନ୍କୁ ମାନବ ଶରୀର ପାଇଁ ସଫଳତାର ସହ କପି କରାଯାଇପାରିବ, ତେବେ ଭବିଷ୍ୟତରେ ମଣିଷ କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ରକ୍ଷା ପାଇପାରିବ । ଏହାସହ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ଓ ଯୁବାବସ୍ଥା ବଜାୟ ରଖିପାରିବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି । ବର୍ତ୍ତମାନ ଏହି ଗବେଷଣା ପ୍ରାଥମିକ ପର୍ଯ୍ୟାୟରେ ଥିଲେ ହେଁ, ଏହା ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି ।

Tags: