ଓଜନ ହ୍ରାସ

ଓଜନ ହ୍ରାସ
Ipsita Picture
By: Ipsita
Published On

 

ଆଜିକାଲି ଓଜନ ହ୍ରାସ ପାଇଁ ସମସ୍ତେ ଚିନ୍ତିତ । ତେବେ ଓଜନ ହ୍ରାସ କରିବାପାଇଁ ଖୁବ ପରିଶ୍ରମ ଓ ନିଷ୍ଠାର ଆବଶ୍ୟକତା ପଡିଥାଏ । ଏଥିପାଇଁ ପ୍ରତିଦିନ ବ୍ୟାୟାମ, ସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ଜୀବନ ଶୈଳୀରେ ଅନେକ ଅନୁଶାସନର ଦରକାର ପଡିଥାଏ । ତେବେ ଏଥିପାଇଁ କିଛିଟା ଟ୍ରିକ ରହିଛି, ଯାହାକୁ ମାନିଲେ ଆମେ ଆମର ଓଜନକୁ ନିୟନ୍ତ୍ରଣରେ ରଖିପାରିବା ।

କ୍ୟାଲୋରି ନିୟନ୍ତ୍ରଣ - ଓଜନ ହ୍ରାସ କରିବାପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାୟ ହେଲା କ୍ୟାଲୋରିକୁ ନିୟନ୍ତ୍ରଣ କରିବା । ତେଣୁ ଖାଦ୍ୟ ଖାଇବାବେଳେ କେତେମାତ୍ରାରେ କ୍ୟାଲୋରି ଇନ୍‌ଟେକ୍‌ କରୁଛନ୍ତି ସେନେଇ ହିସାବ ରଖନ୍ତୁ । ତେବେ ନିଜ ଡାଏଟ୍‌ରେ ହଠାତ୍‌ ପରିବର୍ତ୍ତନ କରନ୍ତୁ ନାହିଁ । ଏହା ଦ୍ୱାରା ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ତେଣୁ ଧିରେଧିରେ ଡାଏଟ୍‌ରେ କ୍ୟାଲୋରିକୁ ନିୟନ୍ତ୍ରଣ କରନ୍ତୁ ।

ମାକ୍ରୋନ୍ୟୁଟ୍ରିଏଣ୍ଟ୍‌ - ନିଜ ମିଲ୍‌ରେ ସମାନ ପରିମାଣର କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌ ଓ ଫ୍ୟାଟ୍‌ ସାମିଲ କରନ୍ତୁ । କାର୍ବୋହାଇଡେଟ୍‌ ଆମକୁ ଏନର୍ଜି ଦେବା ସହିତ, ପ୍ରୋଟିନ ଆମର ମସଲକୁ ସପୋର୍ଟ ଦେଇଥାଏ ଓ ଫ୍ୟାଟ୍‌ ହର୍ମୋନ ପ୍ରଡକସନ୍‌କୁ ସରଳ କରିଥାଏ । ଏହା ଦ୍ୱାରା ଆମେ ସୁସ୍ଥ ରହିବା ସହିତ ଆମ ଓଜନ ନିୟନ୍ତ୍ରଣରେ ରହିଥାଏ ।

ପ୍ରୋଟିନ୍‌ - ମିଲ୍‌ରେ ସବୁବେଳେ ଚେଷ୍ଟା କରନ୍ତୁ ପ୍ରୋଟିନ୍‌ରେ ଭରପୂର ଖାଦ୍ୟ ଖାଇବାକୁ । ପ୍ରୋଟିନ୍‌ ଆମର ମସଲ୍‌ ମାସ୍‌କୁ ସୁରକ୍ଷିତ ରଖିଥାଏ ଏହାସହିତ ମେଟାବଲିଜିମ୍‌କୁ ମଧ୍ୟ ସୁଧାରି ଥାଏ । ତେଣୁ ଖାଦ୍ୟରେ ଅଣ୍ଡା, ମାଛ, ମାଂସ ଆଦି ସାମିଲ କରନ୍ତୁ ।

 

Tags: