ସନଗ୍ଲାସର ବ୍ୟବହାର ଜରୁରୀ

ସନଗ୍ଲାସର ବ୍ୟବହାର ଜରୁରୀ
Ipsita Picture
By: Ipsita
Published On

 

ଗ୍ରୀଷ୍ମ ଋତୁରେ ପ୍ରଖର ସୂର୍ଯ୍ୟକିରଣ ମଧ୍ୟରେ ଘରୁ ବାହାରକୁ ବାହାରିବା ଏକ ବଡ଼ ଆହ୍ୱାନ ହୋଇଥିବାବେଳେ ଦୈନନ୍ଦିନ କାର୍ଯ୍ୟ ପାଇଁ ଏହା ବାଧ୍ୟବାଧକତା ହୋଇଥାଏ । ତେବେ ଏଭଳି ପରିସ୍ଥିତିରେ ଆଖିର ସୁରକ୍ଷା ଅତ୍ୟନ୍ତ ଜରୁରୀ, କାରଣ ସୂର୍ଯ୍ୟଙ୍କଠାରୁ ଆସୁଥିବା ଅତିବାଇଗଣୀ ରଶ୍ମି ଆଖିକୁ ବହୁଳ ଭାବରେ କ୍ଷତି ପହଞ୍ଚାଇଥାଏ । ଏହି ରଶ୍ମି ଦ୍ବାରା ଆଖି ଜଳାପୋଡ଼ା ହେବା, ଦୃଷ୍ଟିଶକ୍ତି ଅସ୍ପଷ୍ଟ ହେବା ଏବଂ ଦୀର୍ଘ ସମୟ ଧରି ଆଖି ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ରହିଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, କେବଳ ପ୍ରଖର ଖରା ନୁହେଁ ବରଂ ମେଘୁଆ ପାଗ ବା ସାମାନ୍ୟ ଖରାରେ ମଧ୍ୟ ୟୁଭି ରଶ୍ମି ଉପସ୍ଥିତ ରହିଥାଏ । ତେଣୁ ବାହାରକୁ ବାହାରିବା ସମୟରେ ସନଗ୍ଲାସ ବ୍ୟବହାର କରିବା ଉଚିତ । ଯଦି ଆମେ ବିନା ସନଗ୍ଲାସରେ ବାହାରକୁ ଯାଉ, ତେବେ ଆଖିରେ ଯନ୍ତ୍ରଣା, ଲାଲ ପଡ଼ିଯିବା, ମୁଣ୍ଡବିନ୍ଧା, ଆଖିରୁ ପାଣି ବାହାରିବା ଏବଂ ଶୁଷ୍କତା ଭଳି ସମସ୍ୟା ଦେଖାଦେବା ସହ ଦୀର୍ଘ ସମୟ ପାଇଁ କର୍ଣ୍ଣିଆ ନଷ୍ଟ ହେବା କିମ୍ବା ମୋତିଆବିନ୍ଦୁ ହେବାର ଭୟ ରହିଥାଏ । ସେହିଭଳି ସନଗ୍ଲାସ କିଣିବା ସମୟରେ କେବଳ ଷ୍ଟାଇଲ୍ ନୁହେଁ ବରଂ ଗୁଣବତ୍ତା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଯେଉଁଥିରେ 'ୟୁଭି ୪୦୦' କିମ୍ବା 'ଶହେ ପ୍ରତିଶତ ୟୁଭି ପ୍ରୋଟେକ୍ସନ' ଲେଖାଥିବ, ସେଗୁଡିକ ବେଶି ସୁରକ୍ଷିତ ହୋଇଥାଏ । ତେଣୁ ଏକ୍ସପର୍ଟଙ୍କ ପରାମର୍ଶ ନେଇ ଆପଣ ସନଗ୍ଲାସ କିଣି ପାରିବେ । ସେହିଭଳି ଆଖିରେ ସମସ୍ୟା ଥିଲେ ଡାକ୍ତରଙ୍କ ପରାମର୍ଶରେ ମଧ୍ୟ ଏହାର ବ୍ୟବହାର କରିପାରିବେ ।

Tags: