ରାଶି ଅନୁସାରେ ପିନ୍ଧନ୍ତୁ ରୁଦ୍ରାକ୍ଷ

ସାଧୁ ସନ୍ଥମାନଙ୍କ ସମେତ ସାଧାରଣ ଲୋକେ ବି ରୁଦ୍ରାକ୍ଷ ଧାରଣ କରିଥାଆନ୍ତି । ଜ୍ୟୋତିଷ ଶାସ୍ତ୍ରରେ ରୁଦ୍ରାକ୍ଷ ପିନ୍ଧିବାର ଅନେକ ଲାଭ ରହିଛି । ୧ରୁ ୧୪ ମୁଖୀ ରୁଦ୍ରାକ୍ଷର ନିଜନିଜର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି । କେଉଁ ରାଶୀର ଲୋକେ କେଉଁ ରୁଦ୍ରାକ୍ଷ ଧାରଣ କରିବେ ସେ ସମ୍ବନ୍ଧରେ ସମସ୍ତେ ଅବଗତ ହେବା ଉଚିତ । ଶାସ୍ତ୍ର ମୁତାବକ ଯଦି କୌଣସି ବ୍ୟକ୍ତି ରୁଦ୍ରାକ୍ଷ ଧାରଣ କରୁଛନ୍ତି, ତେବେ ତାଙ୍କୁ ମାଛ ମାଂସ ପରିବର୍ତ୍ତେ […]

Samaya Live Picture
Published On

ସାଧୁ ସନ୍ଥମାନଙ୍କ ସମେତ ସାଧାରଣ ଲୋକେ ବି ରୁଦ୍ରାକ୍ଷ ଧାରଣ କରିଥାଆନ୍ତି । ଜ୍ୟୋତିଷ ଶାସ୍ତ୍ରରେ ରୁଦ୍ରାକ୍ଷ ପିନ୍ଧିବାର ଅନେକ ଲାଭ ରହିଛି । ୧ରୁ ୧୪ ମୁଖୀ ରୁଦ୍ରାକ୍ଷର ନିଜନିଜର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି । କେଉଁ ରାଶୀର ଲୋକେ କେଉଁ ରୁଦ୍ରାକ୍ଷ ଧାରଣ କରିବେ ସେ ସମ୍ବନ୍ଧରେ ସମସ୍ତେ ଅବଗତ ହେବା ଉଚିତ । ଶାସ୍ତ୍ର ମୁତାବକ ଯଦି କୌଣସି ବ୍ୟକ୍ତି ରୁଦ୍ରାକ୍ଷ ଧାରଣ କରୁଛନ୍ତି, ତେବେ ତାଙ୍କୁ ମାଛ ମାଂସ ପରିବର୍ତ୍ତେ ଶାକାହାରୀ ଭୋଜନ ଗ୍ରହଣ କରିବା ଆବଶ୍ୟକ । ସେହିପରି ଅନ୍ୟମାନଙ୍କ ରୁଦ୍ରାକ୍ଷକୁ ପିନ୍ଧିବା ମଧ୍ୟ ଅନୁଚିତ । ଏହାସହ ଶୋଇବା ସମୟରେ ରୁଦ୍ରାକ୍ଷ ପିନ୍ଧିବା କିମ୍ବା ହାତରେ ଧରି ଶୋଇବା ଉଚିତ୍‌ ନୁହେଁ । ରାଶି ଅନୁସାରେ ରୁଦ୍ରାକ୍ଷ ଧାରଣ କରୁଥିବା ବ୍ୟକ୍ତିଙ୍କୁ ଅନେକ ସୁଫଳ ପ୍ରାପ୍ତ ହୋଇଥାଏ । ମେଷ ଓ ବୃଷ ରାଶିର ବ୍ୟକ୍ତିଙ୍କୁ ତ୍ରିମୁଖୀ ରୁଦ୍ରାକ୍ଷ ଧାରଣ କରିବା ଆବଶ୍ୟକ । ସେହିପରି ତୁଳା ଓ ବିଛା ରାଶିର ଲୋକେ ଛଅମୁଖୀ, ମିଥୁନ ଓ କନ୍ୟା ରାଶିର ଲୋକଙ୍କୁ ଚାରିମୁଖୀ, କର୍କଟ ରାଶିର ଲୋକଙ୍କୁ ଦୁଇମୁଖୀ, ସିଂହ ରାଶିର ବ୍ୟକ୍ତିଙ୍କୁ ଏକମୁଖୀ, ଧନୁ ଓ ମୀନ ରାଶିର ଲୋକଙ୍କୁ ପାଞ୍ଚମୁଖୀ, ମକର ଓ କୁମ୍ଭ ରାଶିର ବ୍ୟକ୍ତିଙ୍କୁ ୭ ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଆବଶ୍ୟକ ବୋଲି ମାନ୍ୟତା ରହିଛି ।

Tags: