ମହାକାଶରେ ପାଣି

ମହାକାଶରେ ପାଣି
Ipsita Picture
By: Ipsita
Published On

 

ମହାକାଶରେ ପାଣିର ବିଶାଳ ଭଣ୍ଡାରର ସୂଚନା ମିଳିଛି । ତଥ୍ୟ ଅନୁସାରେ ପୃଥିବୀର ସମସ୍ତ ସମୁଦ୍ରଠାରୁ ୧୪୦ ଲକ୍ଷ କୋଟି ଗୁଣ ଅଧିକ ଜଳ ଥିବା ବାଦଲ ଆବିଷ୍କାର କରାଯାଇଛି । ବୈଜ୍ଞାନିକମାନେ ମହାକାଶରେ ଜଳୀୟ ବାଷ୍ପରେ ପରିପୂର୍ଣ୍ଣ ଏକ ବିଶାଳ ବାଦଲ ଆବିଷ୍କାର କରିଛନ୍ତି, ଯେଉଁଥିରେ ପୃଥିବୀର ସମସ୍ତ ମହାସାଗରର ମୋଟ ଜଳରାଶି ତୁଳନାରେ ପ୍ରାୟ ୧୪୦ ଲକ୍ଷ କୋଟି ଗୁଣ ଅଧିକ ପାଣି ରହିଛି । ପୃଥିବୀଠାରୁ ପ୍ରାୟ ୧୨ ଅରବ ଆଲୋକବର୍ଷ ଦୂରରେ ଅବସ୍ଥିତ ଏହି ବାଦଲ ଏକ ବିଶାଳକାୟ ବ୍ଲାକ୍ ହୋଲ୍ନିକଟରେ ମିଳିଛି ।  ଏହା ସୂର୍ଯ୍ୟଙ୍କ ତୁଳନାରେ ୨୦ ଅରବ ଗୁଣ ଅଧିକ ଭାରୀହୋଇଥିବା ଜଣା ପଡିଛି । ପ୍ରାୟ ୪୦ କୋଟି ବର୍ଷ ପୂର୍ବେ ସୃଷ୍ଟି ହୋଇଥିବା ଏହି ବାଦଲରେ ପାଣି ତରଳ ଅବସ୍ଥା ପରିବର୍ତ୍ତେ ବାଷ୍ପ ଆକାରରେ ରହିଛି । ଏହି ଆବିଷ୍କାରରୁ ପ୍ରମାଣିତ ହେଉଛି ଯେ ପାଣି କେବଳ ପୃଥିବୀରେ ସୀମିତ ନୁହେଁ, ବରଂ ସମଗ୍ର ବ୍ରହ୍ମାଣ୍ଡରେ ରହିଛି । ତେବେ ଏଠାରେ ବର୍ତ୍ତମାନ କେବଳ ପାଣିର ଉପସ୍ଥିତିର ସୂଚନା ମିଳିଛି । ଏଠାରେ  ଜୀବନର ସମ୍ଭାବନା ବିଷୟରେ କୌଣସି ସ୍ପଷ୍ଟ ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ ।

Tags: