ମଣିଷକୁ ସଫା କରିବ ୱାସିଂ ମେସିନ

ମଣିଷକୁ ସଫା କରିବ ୱାସିଂ ମେସିନ
Ipsita Picture
By: Ipsita
Published On

 

ଜାପାନର ପ୍ରସିଦ୍ଧ କମ୍ପାନୀ ସାଇନ୍ସ ଇଙ୍କ୍ଏକ ଅଦ୍ଭୁତପୂର୍ବ ହାଇଟେକ୍ ମେସିନ୍ ପ୍ରସ୍ତୁତ କରିଛି, ଯାହା ପୋଷାକ ଭଳି ମଣିଷଙ୍କୁ ମଧ୍ୟ ସଫା କରିଦେବ । ହ୍ୟୁମ୍ୟାନ୍ ୱାଶିଂ ମେସିନ୍ନାମକ ଏହି ଯନ୍ତ୍ରଟି ପ୍ରଥମ କରି ଏକ୍ସପୋ-୨୦୨୫ ରେ ପ୍ରଦର୍ଶିତ ହୋଇଥିଲା । ତେବେ ବର୍ତ୍ତମାନର ସୂଚନା ଅନୁସାରେ  ଏବେ ଏହା ବଜାରକୁ ଆସିବା ପାଇଁ ପ୍ରସ୍ତୁତ ହେଉଛି । ପ୍ରାୟ ୭.୫ ଫୁଟ ଲମ୍ବର ଏହି କ୍ୟାପସୁଲ୍ ମଧ୍ୟରେ ଜଣେ ବ୍ୟକ୍ତି ଆରାମରେ ବସିପାରିବେ ଏବଂ ମାତ୍ର ୧୫ ମିନିଟ୍ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଶରୀରକୁ ସଫା କରିଦେବ। ଏଥିରେ ଜଳର ପ୍ରଖର ସ୍ରୋତ ବଦଳରେ ମାଇକ୍ରୋବବଲ୍ସଏବଂ ହାଲୁକା ବାଷ୍ପର ପ୍ରୟୋଗ କରାଯାଇଛି, ଯାହା ଶରୀରର ମଇଳା, ତୈଳାକ୍ତ ଅଂଶ ଏବଂ ଡେଡ୍ ସ୍କିନକୁ ସଫା କରିଥାଏ । କେବଳ ସେତିକି ନୁହେଁ, ବ୍ୟକ୍ତିଙ୍କୁ ମାନସିକ ଶାନ୍ତି ଓ ରିଲାକ୍ସ ଦେବା ପାଇଁ ଏହି ମେସିନ୍ ଭିତରେ ହାଲୁକା ଆଲୋକ ଏବଂ କୋମଳ ସଙ୍ଗୀତର ମଧ୍ୟ ବ୍ୟବସ୍ଥା ରହିଛି । ଯାହା ଏକ ସ୍ପାଭଳି ଅନୁଭୂତି ପ୍ରଦାନ କରେ । ଏହି ମେସିନର ମୂଲ୍ୟ ପ୍ରାୟ ୬୦ ନିୟୁତ ୟେନ୍ ଅର୍ଥାତ ଭାରତୀୟ ମୁଦ୍ରାରେ ୩.୫୦ କୋଟି ଟଙ୍କାରୁ ଅଧିକ ହେବ । ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନୀ କେବଳ ୪୦ ରୁ ୫୦ଟି ୟୁନିଟ୍ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଓସାକାର ଏକ ବିଳାସପୂର୍ଣ୍ଣ ହୋଟେଲରେ ପ୍ରଥମେ ଏହାକୁ ସ୍ଥାପନ କରାଯିବ। ସୋସିଆଲ ମିଡିଆରେ ଏହି ଏହି ମେସିନଟି ବର୍ତ୍ତମାନ ଖୁବ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି ।

Tags: