ମଣିଷଙ୍କୁ ଗାଧୋଇବ ଓ୍ୱାସିଂ ମେସିନ

ମଣିଷଙ୍କୁ ଗାଧୋଇବ ଓ୍ୱାସିଂ ମେସିନ
Ipsita Picture
By: Ipsita


ସାଧାରଣତଃ ଓ୍ୱାସିଂ ମେସିନ ବ୍ୟବହାରକରି ମଣିଷ ଲୁଗାପଟା ସଫା କରିଥାଆନ୍ତି । ହେଲେ ନିକଟରେ ମିଳିଥିବା ସୂଚନା ଅନୁସାରେ ମଣିଷଙ୍କୁ ମଧ୍ୟ ଓ୍ୱାସିଂ ମେସିନ ରେ ଗାଧୋଇବାର ସୁଯୋଗ ମିଳିବ । ଏହାକୁ ବିଶେଷଭାବେ ଶୀତଦିନ ପାଇଁ ନିର୍ମାଣ କରାଯାଇଛି । ନିକଟରେ ଓସକା ଓ୍ୱାଲïର୍ ଏକ୍ସପୋରେ ଏହି ମେସିନର ପ୍ରଦର୍ଶନ ମଧ୍ୟ କରାଯାଇଛି । ଏହାକୁ ଜାପାନର ଏକ କମ୍ପାନୀ ନିର୍ମାଣ କରିଛନ୍ତି । ଏହି ମେସିନରେ ଥିବା ୨.୩ ମିଟର କ୍ୟାପସୁଲ ରହିଛି, ଯେଉଁଥିରେ ମଣିଷଙ୍କୁ ଶୋଇବାକୁ ହୋଇଥାଏ । ଏହାପରେ ମାଇକ୍ରୋ ବବଲ ଓ ସାଓ୍ୱାର ଜେଲ ସହାୟତାରେ ଶରୀରକୁ ସଫା କରାଯାଇଥାଏ । ଏଥିରେ ଲାଗିଥିବା ସେନ୍ସର ଆମର ହାର୍ଟ ବିଟକୁ ଟ୍ରାକ କରିଥାଏ । ଏହା ଭିତରେ ଟିଭି ଦେଖିବାର ବ୍ୟବସ୍ଥା ମଧ୍ୟ ରହିଛି । ଗାଧୁଆ ସରିବା ପରେ ଶରୀରକୁ ଭଲକରି ଶୁଖା ମଧ୍ୟ ଯାଇଥାଏ । ଯାହାପରେ ଆପଣ ସେ ଭିତରୁ ବାହାରି ପାରିବେ ।

Read More  ଅନ୍ତଃରାଷ୍ଟ୍ରୀୟ ଦିବ୍ୟାଙ୍ଗ ଦିବସ 

Tags: