ଚାଲୁଥିବା ଗଛ !

ଚାଲୁଥିବା ଗଛ !
Ipsita Picture
By: Ipsita


ଗଛମାନେ ଯେଉଁ ସ୍ଥାନରେ ଉଠିଥାଆନ୍ତି ସେହି ସ୍ଥାନରେ ହିଁ ମରିବା ଯାଏଁ ରହିଥାଆନ୍ତି । ହେଲେ ନିକଟରେ ସୋସିଆଲ ମିଡିଆରେ ଏକ ଗଛ ଖୁବ ଭାଇରାଲ ହେବାରେ ଲାଗିଛି । ଗଛଟିର ନାଁ ରହିଛି ଓ୍ୱାକିଂ ପାମ, ଏହି ଗଛଟି ଗୋଟିଏ ସ୍ଥାନରେ ନୁହେଁ ବରଂ ଜଙ୍ଗଲ ସାର ଚାଲିଥାଏ । ଦକ୍ଷିଣ ଆମେରିକାର ଜଙ୍ଗଲରେ ଥିବା ଏହି ଗଛଟି ଖରା ପାଇଁ ସାରା ଜଙ୍ଗଲ ଘୁରିବୁଲିଥାଏ । ଏହି ଗଛର ଚେର ମାଟି ଉପରେ ରହିଥାଏ । ତେଣୁ ଯଦି ତାକୁ ଖରା ନମିଳେ ତେବେ ସେ ଖରା ପଡୁଥିବା ସ୍ଥାନ ପଟକୁ ନିଜର ନୂଆ ଚେର ତିଆରି କରିଥାଏ । ଏହାପରେ ନିଜର ପୁରୁଣା ଚେରକୁ ନଷ୍ଟ କରିଦେଇଥାଏ । ଯାହାଫଳରେ ଗଛଟି ଧୀରେଧୀରେ ଆଗକୁ ଗତି କରିଥାଏ । ରିପୋର୍ଟ ଅନୁସାରେ ଏହି ଗଛଟି ଦିନକୁ ୨ ରୁ ୩ ସେଣ୍ଟିମିଟର ଚାଲିଥାଏ ବୋଲି ଆକଳନ କରାଯାଇଥାଏ । ଘଞ୍ଚ ବର୍ଷା ବଣରେ ଭଲ ଖରା ଓ ମାଟି ଖୋଜିବାକୁ ସେ ଏହି ଯାତ୍ରା କରିଥାଏ । ତେବେ ବୈଜ୍ଞାନିକମାନେ କିନ୍ତୁ ଏହାକୁ ଭ୍ରମ ବୋଲି କହିଥାଆନ୍ତି । ସେମାନଙ୍କ ମତରେ ଗଛର ଅଧିକାଂଶ ଡାଳ ଖରା ପଟକୁ ବଢିଥାଏ ତେଣୁ ଲୋକଙ୍କୁ ଲାଗିଥାଏ କି ଗଛ ଚାଲୁଛି ।

ସମ୍ବନ୍ଧିତ ଖବର ଶୁଖୁଛି ହ୍ରଦ

Tags:

Related Posts