ସାଢେ ତିନିଲକ୍ଷର ଟିପ୍‌

ଆମେରିକା: ଆମେରିକାର ଏକ ରୋସ୍ତୋରାଁରେ ୱଟେର୍‌ଙ୍କୁ ମିଳିଛି ସାଢେ ତିନି ଲକ୍ଷ ଟଙ୍କାର ଟିପ୍‌ । ଜଣେ େୱଟର ଏତେ ଟଙ୍କା ଟିପ୍‌ ଭାବେ ପାଇବା ପରେ ଖୁସି ହେବା ସ୍ୱଭାବିକ କଥା । ହେଲେ ଏହି ୱଟେରଙ୍କ ପାଇଁ ସେ ପାଇଥିବା ଟିପ୍‌ ସାଜିଥିଲା କାଳ । ତାଙ୍କୁ ଏଥିନିମନ୍ତେ ନିଜ ଚାକିରି ହରାଇବାକୁ ପଡିଥିଲା । ଏତେ ଟଙ୍କାର ଟିପ୍‌ ପାଇବା ପରେ ତାଙ୍କୁ ରେସ୍ତୋରାଁ ମାଲିକ ଚାକିରିରୁ ବାହାର କରିଦେଇଥିବା ଜଣାପଡିଛି । […]

Samaya Live Picture
Published On

ଆମେରିକା: ଆମେରିକାର ଏକ ରୋସ୍ତୋରାଁରେ ୱଟେର୍‌ଙ୍କୁ ମିଳିଛି ସାଢେ ତିନି ଲକ୍ଷ ଟଙ୍କାର ଟିପ୍‌ । ଜଣେ େୱଟର ଏତେ ଟଙ୍କା ଟିପ୍‌ ଭାବେ ପାଇବା ପରେ ଖୁସି ହେବା ସ୍ୱଭାବିକ କଥା । ହେଲେ ଏହି ୱଟେରଙ୍କ ପାଇଁ ସେ ପାଇଥିବା ଟିପ୍‌ ସାଜିଥିଲା କାଳ । ତାଙ୍କୁ ଏଥିନିମନ୍ତେ ନିଜ ଚାକିରି ହରାଇବାକୁ ପଡିଥିଲା । ଏତେ ଟଙ୍କାର ଟିପ୍‌ ପାଇବା ପରେ ତାଙ୍କୁ ରେସ୍ତୋରାଁ ମାଲିକ ଚାକିରିରୁ ବାହାର କରିଦେଇଥିବା ଜଣାପଡିଛି ।

ସାଢେ ତିନିଲକ୍ଷର ଟିପ୍‌
ରେୟାନ ଏବଂ ତାଙ୍କୁ ସାହାର୍ଯ୍ୟର ହାତ ବଢ଼ାଇଥିବା ବ୍ୟବସାୟୀ

ରୟାନ ନାମକ ଏହି ମହିଳା େୱଟରଙ୍କୁ କିଛି ଦିନ ତଳେ ଜଣେ ବ୍ୟବସାୟୀ ସାଢେ ତିନିଲକ୍ଷ ଟଙ୍କାର ଟିପ୍‌ ଦେଇଥିଲେ । ତେବେ ରୋସ୍ତୋରାଁର ମ୍ୟାନେଜର ଏହି ଟିପ୍‌ ଅର୍ଥକୁ ଅନ୍ୟ େୱଟରଙ୍କ ସହ ଭାଗ ବାଣ୍ଟିବାକୁ ରେୟାନଙ୍କୁ କହିଥିଲେ । ଯାହା ରେୟାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ଏନେଇ ରେୟାନ ତାଙ୍କୁ ଟିପ୍‌ ଦେଇଥିବା ଲୋକଙ୍କୁ ଜଣାଇଥିଲେ । ହେଲେ ଏସମ୍ପର୍କରେ ମ୍ୟାନେଜର ଜାଣିବା ପରେ ରେୟାନଙ୍କୁ ରେସ୍ତୋରାଁ କଥା ବାହାରେ ପ୍ରକାଶ କରିଥିବା ଅଭିଯୋଗରେ ଚାକିରିରୁ ବାହାର କରିଛନ୍ତି । ଏହାସହ ତାଙ୍କୁ ମିଳିଥିବା ଟିପ୍‌ ଅର୍ଥକୁ ମଧ୍ୟ ଅନ୍ୟ ୱଟେରଙ୍କ ଭିତରେ ବାଣ୍ଟି ଦେଇଛନ୍ତି । ତେବେ ରେୟାନଙ୍କର ଚାକିରି ଯିବା ପରେ ତାଙ୍କୁ ଟିପ୍‌ ଦେଇଥିବା ବ୍ୟବସାୟୀ ଜଣଙ୍କ ସହଯୋଗର ହାତ ବଢାଇଛନ୍ତି ।

ସାଢେ ତିନିଲକ୍ଷର ଟିପ୍‌
ରେୟାନ ଏବଂ ତାଙ୍କୁ ସାହାର୍ଯ୍ୟର ହାତ ବଢ଼ାଇଥିବା ବ୍ୟବସାୟୀ

ସେ ରେୟାନଙ୍କ ପାଇଁ ଏକ ପେଜ୍‌ ଖୋଲିଛନ୍ତି ଯାହା ସାହଯ୍ୟରେ ଲୋକ ତାଙ୍କୁ ଆର୍ଥିକ ସାହାଯ୍ୟ କରିପାରିବେ । ସୂଚନା ଅନୁସାରେ ରେୟାନ ଜଣେ ଛାତ୍ରୀ ହୋଇଥିବା ବେଳେ ନିଜ ଷ୍ଟଡି ଲୋନ୍‌ ସୁଝିବା ପାଇଁ ରେସ୍ତୋରାଁରେ କାର୍ଯ୍ୟ କରୁଥିଲେ ।