ଭାଇରାଲ ଟ୍ୟାକ୍ସି

ଭାଇରାଲ ଟ୍ୟାକ୍ସି
Ipsita Picture
By: Ipsita
Published On

 

ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍ର ଏକ ଟ୍ୟାକ୍ସି ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଜଣେ ଟ୍ୟାକ୍ସି ଚାଳକ ନିଜ ଗାଡ଼ିକୁ ଏକ 'ମିନି ମାର୍ଟ'ରେ ପରିଣତ କରିଥିବା ଦେଖିବାକୁ ମିଳିଛି । ସେ ଏଥିରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀଗୁଡ଼ିକୁ ଯାତ୍ରୀମାନଙ୍କ ପାଇଁ ମାଗଣାରେ ଉପଲବ୍ଧ କରାଇଛନ୍ତି । ସୋସିଆଲ୍ ମିଡିଆ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ 'ଫ୍ଲୋରା ଆଣ୍ଡ ନୋଟ' ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓରୁ ଜଣାପଡ଼ିଛି ଯେ, ଚାଳକଜଣକ ବିଗତ ୧୦ ବର୍ଷ ଧରି ଏହି ଜନକଲ୍ୟାଣକାରୀ କାର୍ଯ୍ୟ ଜାରି ରଖିଛନ୍ତି । ଗାଡ଼ି ଭିତରେ ବ୍ରଶ୍, ମୋଜା, ଆଇନା, ବେବି ପାଉଡର୍, ଏବଂ ବିଲେଇ ଖାଦ୍ୟ ଭଳି ନିତ୍ୟ ଆବଶ୍ୟକୀୟ ଜିନିଷ ସହିତ ଯାତ୍ରୀମାନଙ୍କ ପାଇଁ ପାଣି ଓ କଫିର ବ୍ୟବସ୍ଥା ମଧ୍ୟ ରହିଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ସମସ୍ତ ସାମଗ୍ରୀ ସମ୍ପୂର୍ଣ୍ଣ ମାଗଣା । ଚାଳକଙ୍କର ଏହି ଭାବନାକୁ ଖୁସିରେ ସ୍ୱୀକାର କରି ଯାତ୍ରୀମାନେ ଯେଉଁ ଟିପ୍ସ ଦିଅନ୍ତି, ସେହି ଅର୍ଥରେ ସେ ପୁଣି ନୂଆ ସାମଗ୍ରୀ କିଣି ଗାଡ଼ିରେ ରଖନ୍ତି । ଏହି ନିଆରା ଉଦ୍ୟମ 'ପେ-ଇଟ୍-ଫରୱାର୍ଡ' ସାହାଯ୍ୟର ଶୃଙ୍ଖଳାର ଏକ ସୁନ୍ଦର ଉଦାହରଣ ସାଜିଥିବା ବେଳେ ସୋସିଆଲ୍ ମିଡିଆରେ ନେଟିଜେନ୍ମାନେ ଚାଳକଙ୍କ ଏହି ମାନବୀୟତା ଓ ଉଦାରତାକୁ ଭୂୟସୀ ପ୍ରଶଂସା କରୁଛନ୍ତି ।

Tags: