ନିଆରା ଚାକିରି

ନିଆରା ଚାକିରି
Ipsita Picture
By: Ipsita


ସୋସିଆଲ ମିଡିଆରେ ଜଣେ ମହିଳା ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛନ୍ତି । ସୂଚନା ଅନୁସାରେ ଏହି ବୃଦ୍ଧାଜଣଙ୍କ ନିଜ ପାଇଁ ଏକ ଝିଅ ଖୋଜୁଛନ୍ତି ଯିଏ ତାଙ୍କର ସନ୍ତାନ ହେବ । ତେବେ ଏଥିପାଇଁ ବୃଦ୍ଧା ଜଣଙ୍କ ଏକ ନିିଆରା ଉପାୟ ବାହାର କରିଛନ୍ତି, ଯେଉଁଥିରେ ସେ ଏହାକୁ ଚାକିରି ଭଳି ବିଜ୍ଞାପନ ଦେଇଛନ୍ତି । ଯିଏ ତାଙ୍କର ଝିଅ ହୋଇ ଧ୍ୟାନ ରଖିବ ତାଙ୍କୁ ପ୍ରତି ମାସ ୩୫ ହଜାର ଟଙ୍କା ଦରମା, ଗୋଟିଏ ଫ୍ଲାଟ ସହିତ ୫୬ ଲକ୍ଷର ସମ୍ପତ୍ତିରେ ମଧ୍ୟ ଭାଗ ମିଳିବ । ଏଥିପାଇଁ ତାଙ୍କୁ ଏକ କଣ୍ଟ୍ରାକଫ ସାଇନ କରିବାକୁ ହେବ । ଯେଉଁଥିରେ ସେ କିଭଳି ନିଜ ବୃଦ୍ଧା ମହିଳାଙ୍କର ଉପଯୁକ୍ତ ଯନି ନେବେ ସେନେଇ ଚୁକ୍ତି ହେବ । ଝିଅ ହେବାପରେ ତାଙ୍କୁ ବୃଦ୍ଧାଙ୍କର ଭଲଭାବେ ଯନି ନେବାକୁ ହେବ, ଯେହେତୁ ସେ ଆଜମାରେ ପିଡିତ । ସୂଚନା ଅନୁସାରେ ତାଙ୍କର ଦୁଇଟି ଝିଅ ଅଛନ୍ତି ହେଲେ ବଡ ଝିଅ ତାଙ୍କ ସହିତ ସମ୍ପର୍କ ରଖିନାହାନ୍ତି ଏବଂ ସାନ ଝିଅ ମାନସିକ ସ୍ତରରେ ଅକ୍ଷମ । ତେଣୁ ସେ ଜଣେ ଝିଅ ଖୋଜୁଛନ୍ତି ବୋଲି ବିଜ୍ଞାପନରେ ଦର୍ଶାଇଛନ୍ତି ।

Read More ମାରାଥନରେ ବତକ

Tags: