ବିଜୟ

ବିଜୟ
Ipsita Picture
By: Ipsita
Published On

ଚନ୍ଦ୍ରଶେଖରନ ଜୋସେଫ ବିଜୟ ବର୍ତ୍ତମାନ ଦେଶର ରାଜନୀତିର ସବୁଠାରୁ ଚର୍ଚ୍ଚିତ ନାଁ ଭାବେ ଉଭା ହୋଇଛି । ଜଣେ ଅଭିନେତାରୁ ଜନନେତା ସାଜିବା ଏବଂ ପ୍ରଥମ ପ୍ରୟାସରେ ଏଭଳି ବଡ଼ ସଫଳତା ପାଇବାରେ ସେ ହେଉଛନ୍ତି ବୋଧେ ପ୍ରଥମ ଅଭିନେତା । ତାଙ୍କର ଏହି ବିଜୟ କେବଳ ଏକ ରାଜନୈତିକ ସଫଳତା ନୁହେଁ, ବରଂ ତାଙ୍କ ପ୍ରତି ଥିବା ଜନସାଧାରଣଙ୍କ ଅକୁଣ୍ଠ ଭଲପାଇବା ଓ ପରିବର୍ତ୍ତନର ପ୍ରତିଫଳନ ।

ତାମିଲନାଡୁର ରାଜନୀତି ଦୃଶ୍ୟପଟ୍ଟକୁ ବଦଳାଇ ଦେଇଛନ୍ତି ଜୀବନର ପ୍ରଥମ ନିର୍ବାଚନ ଲଢିଥିବା ଚନ୍ଦ୍ରଶେଖରନ ଜୋସେଫ ବିଜୟ ବା ଥାଲାପତି ବିଜୟ । ସମସ୍ତଙ୍କୁ ଚକିତ କରିଥିଲା ପ୍ରଥମଥର ପାଇଁ ୨୦୨୪ରେ ଗଢା ହୋଇଥିବା ଦଳ 'ତାମିଲଗା ଭେଟ୍ରି କାଝାଗାମ' ବା ଟିଭିକେର ନିର୍ବାଚନ ଫଳାଫଳ । ଅନେକ ବଡବଡ ଦଳକୁ ଧରାଶାୟୀ କରି ୧୦୭ଟି ସିଟ ହାତେଇବାରେ ସକ୍ଷମ ହୋଇଥିଲା ଟିଭିକେ । ୫୦ ବର୍ଷ ଧରି ତାମିଲନାଡୁରେ ଚାଲିଥିବା ରାଜନୈତିକ ପରମ୍ପରାକୁ ଭାଙ୍ଗି ସବୁଠାରୁ ବଡ ଶକ୍ତି ଭାବେ ଉଭା ହୋଇଛି ବିଜୟଙ୍କ ଦଳ ଟିଭିକେ । ତାମିଲନାଡୁର ବଡବଡ ଦଳ ଯଥା ଡିଏମକେ ଓ ଏଆଇଡିଏମକେର ପ୍ରଭାବକୁ କମ କରି ବାଜି ମାରିଛି ଟିଭିକେ । ତେବେ କେବେଳ ବିଜୟ ନୁହେଁ ଏହାପୂର୍ବରୁ ମଧ୍ୟ ଅନେକ ଅଭିନେତା ଭାରତୀୟ ରାଜନୀତିରେ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି, ହେଲେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ବିଜୟ । ତାଙ୍କ ପ୍ରତି ଥିବା ଲୋକଙ୍କର ଅହେତୁକ ଭଲପାଇବା, ବିଶ୍ବାସ ସହ ତାଙ୍କର ଲୋକଙ୍କର ସେବା କରିବାପାଇଁ ଥିବା ମନୋଭାବକୁ ଏହି ଅଦ୍ଭୁତପୂର୍ବ ସଫଳତା ମିଳିଛି ବୋଲି ଚର୍ଚ୍ଚା ହେଉଛି । ମାତ୍ର ୨ ବର୍ଷର ଦଳ ଅନେକ ପୂରାତନ ଦଳ ଉପରେ ଭାରି ପଡିଛି । ୨୦୨୬ର ଏହି ତାମିଲନାଡୁ ନିର୍ବାଚନ ଭାରତୀୟ ରାଜନୀତିରେ ଏକ ଇତିହାସ ରଚିଛି ।

Tags: