ବିପଦ ଜନକ ଭିଡିଓ ଗେମ୍‌

ବିପଦ ଜନକ ଭିଡିଓ ଗେମ୍‌
Ipsita Picture
By: Ipsita


ଆଜିକାଲି ଏଆଇ ଯୁଗରେ ବିଭିନ୍ନ ପ୍ରକାରର କ୍ରାଇମ୍‌ ବାହାରିଲାଣି । ଯାହା ବିଭିନ୍ନ ଲୋକଙ୍କୁ ଭିନ୍ନଭିନ୍ନ ସମସ୍ୟାରେ ପକାଉଛି । ତେବେ ବର୍ତ୍ତମାନ ଛୋଟ ପିଲା ଠାରୁ ଆରମ୍ଭ କରି ବଡ ଲୋକ ବିଭିନ୍ନ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ଗେମ୍‌ ଖେଳୁଛନ୍ତି । ଏଗୁଡିକ ବେଶ୍‌ ଫ୍ୟାଶନେଟିଂ ହୋଇଥିବାରୁ ସମସ୍ତେ ଏହାକୁ ଖେଳିବାକୁ ଖୁବ ଭଲ ପାଉଛନ୍ତି । ତେବେ କେବଳ ଖେଳେଳି ନୁହେଁ ଅପରାଧୀଙ୍କର ମଧ୍ୟ ଏହି ଗେମ୍‌ ଉପରେ ନଜର ରହୁଛି । ସେମାନେ ମଧ୍ୟ ଏହି ଗେମ୍‌ ଜରିଆରେ ନିଜ ବ୍ୟବସାୟ ଜମେଇବାକୁ ଚେଷ୍ଟା କରୁଛନ୍ତି । ଭିଡିଓ ଗେମ୍‌ ଜରିଆରେ ସେମାନେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଚୋରି କରିବାର ଭୟ ରହିଛି । କିଛି ଲୋକ ବେଳେବେଳେ ଗେମ୍‌ର କିଛି ଫିଚର ଆକଫିଭ୍‌ କରିବା ପାଇଁ ଅର୍ଥ ନେଣଦେଣ କରନ୍ତି । ଏହି ତଥ୍ୟାକୁ ସେମାନେ ହ୍ୟାକ୍‌ କରି ଆପଣଙ୍କ ଆକାଉଣ୍ଟର ସବିଶେଷ ତଥ୍ୟ ହାସଲ କରନ୍ତି ଏବଂ ଏହାକୁ କାମରେ ଲଗାନ୍ତି । ସେହିଭଳି ଜଣେଜଣେ ଖେଳାଳି ନିଜ ସମ୍ପର୍କରେ ସମସ୍ତ ତଥ୍ୟା ଏହି ଗେମିଂ ପ୍ଲାର୍ଟଫର୍ମରେ ଦେଇଥାଆନ୍ତି, ଯାହାକୁ ଖଳ ପ୍ରକୃତିର ଲୋକ ଖରାପ କାର୍ଯ୍ୟ ପାଇଁ ବ୍ୟବହାର କରନ୍ତି । ଯେଉଁ କାରଣରୁ ଆପଣଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଥାଏ । ସେହିଭଳି ଗେମ୍‌ ଖେଳିବାବେଳେ କିଛି ଅସୁରକ୍ଷିତ ଲିଙ୍କ୍‌ ପ୍ରତି ମଧ୍ୟ ସତର୍କ ରୁହନ୍ତୁ । ଏହି ଜରିଆରେ ଆପଣଙ୍କର ବିଭିନ୍ନ ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ଭୟ ରହିଛି । ସେହିଭଳି ଏହି ଆପରେ ବିଭିନ୍ନ ବିଜ୍ଞାପନ ଦିଆଯାଇଥାଏ, ଯାହା ଉପରେ କେବେ ବି କ୍ଲିକ୍‌ କରିବେ ନାହିଁ । ଏହା ଅପରାଧୀଙ୍କର ଏକ ପ୍ରକାର ଚାଲ ହୋଇଥାଏ । ଯେତେବେଳେ ବି ଗେମ୍‌ ଖେଳୁଛନ୍ତି ଖୁବ ସତର୍କତାର ସହିତ ଖେଳନ୍ତୁ । ବିଭିନ୍ନ ପ୍ରକାର ସାଇବର ସୁରକ୍ଷା ରହିଛି, ଯାହାକୁ ବ୍ୟବହାର କରି ଆପଣ ଗେମ୍‌ରେ ହେଉଥିବା ବିଭିନ୍ନ ସାଇବର ଅପରାଧରୁ ବର୍ତ୍ତି ପାରିବେ । ଏ ବିଷୟରେ ସବିଶେଷ ତଥ୍ୟ ପ୍ରଥମେ ସଂଗ୍ରହ କରନ୍ତୁ ଏବଂ ଏହାପରେ କୌଣସି ଗେମ୍‌ ଖେଳନ୍ତୁ ।

Read More ମାରାଥନରେ ବତକ

Tags: