ମାନବିକତାର ବିଜୟ

ମାନବିକତାର ବିଜୟ
Ipsita Picture
By: Ipsita
Published On

 

ନ୍ୟୁଜିଲାଣ୍ଡର ଏକ ଘଞ୍ଚ ଜଙ୍ଗଲରେ ହାଇକିଂ କରୁଥିବା ସମୟରେ ଜଣେ ମହିଳା ପଦଯାତ୍ରୀ ଏକ ଦୁର୍ଘଟଣାର ଶିକାର ହୋଇ ୫୫ ମିଟର ଉଚ୍ଚ ଏକ ଜଳପ୍ରପାତରୁ ତଳକୁ ଖସିପଡ଼ିଥିଲେ । ଯେଉଁଥିରେ ସେ ନିଜେ ଅଳ୍ପକେ ବର୍ତ୍ତି ଯାଇଥିଲେ କିନ୍ତୁ ତାଙ୍କ ସାଥୀରେ ଥିବା ପ୍ରିୟ ପୋଷା କୁକୁର 'ମୌଲି' ନିଖୋଜ ହୋଇଯାଇଥିଲା । ଏହି ଘଟଣା ପରେ ମୌଲିକୁ ଖୋଜିବା ପାଇଁ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଥିଲା । ଯେଉଁଥିରେ ଉକ୍ତ ମହିଳାଙ୍କ ସମେତ ସ୍ଥାନୀୟ ଲୋକମାନେ ମଧ୍ୟ ମାନବିକତା ଦେଖାଇଥିଲେ । ସମସ୍ତେ ମିଶି ପ୍ରାୟ ୬ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରିଥିଲେ ।  ଥର୍ମାଲ ଇମେଜିଙ୍ଗ୍ କ୍ୟାମେରା ସାହାଯ୍ୟରେ ନଦୀ କୂଳରେ ଥିବା ଏକ ପଥର ସନ୍ଧିରେ କୁକୁରର ଶରୀରର ଉଷ୍ମତାକୁ ଚିହ୍ନଟ କରିଥିଲେ । ଏହାପରେ ସମସ୍ତେ ମିଶି ସୁରକ୍ଷିତ ଭାବେ କୁକୁରଟିକୁ ଉଦ୍ଧାର କରିଥିଲେ । ସୋସିଆଲ ମିଡିଆରେ ଉକ୍ତ ଘଟଣାଟି ଖୁବ ଭାଇରାଲ ହେବା ସହ ଲୋକଙ୍କ ପ୍ରଶଂସା ସାଉଁଟିଥିଲା ।

Tags: