ବିଲେଇକୁ ଆଜୀବନ ଦଣ୍ଡ

ବିଲେଇକୁ ଆଜୀବନ ଦଣ୍ଡ
Ipsita Picture
By: Ipsita


ଫ୍ରାନ୍ସର ଏକ ସହରର ଏକ ବିଲେଇକୁ କୋର୍ଟ ଆଜୀବନ ଘରେ କଏଦୀ ହୋଇ ରହିବାର ଦଣ୍ଡ ଶୁଣାଇଛନ୍ତି । ଏହି ବିଲେଇର ନାଁ ରହିଛି ରେମୀ । ସୂଚନା ଅନୁସାରେ ଏହି ବିଲେଇଟି ପଡୋଶୀଙ୍କର ବଗିଚାରେ ସବୁସମୟରେ ବୁଲିବା ସହିତ ତାଙ୍କ ବଗିଚାକୁ ନଷ୍ଟ କରୁଥିଲା । ଯାହାପରେ ପଡୋଶୀ ଜଣଙ୍କ ବିଲେଇ ବିରୋଧରେ କୋର୍ଟକୁ ଯାଇଥିଲେ । ମାମଲାର ଶୁଣାଣୀ ସମୟରେ କୋର୍ଟ ଏହି ଫଇସଲା ଦେଇଥିବା ଜଣା ପଡିଛି । କେବଳ ବିଲେଇ ଉପରେ ନୁହେଁ କୋର୍ଟ ବିଲେଇ ମାଲିକାଣିଙ୍କ ଉପରେ ବି ୧.୧୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି । ଏହାସହ ବିଲେଇକୁ ଆଜୀବନ ଘରେ ବନ୍ଦି କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଯଦି ପୁଣିଥରେ ଏହି ଭୁଲ ହୁଏ ତେବେ ପ୍ରତିଦିନ ମାଲିକଙ୍କୁ ୨୭୦୦ ଟଙ୍କାର ଜରିମାନା ଦେବାକୁ ହେବ ।

Read More ଶୀତଦିନେ ନିଅନ୍ତୁ ପୋଷାକର ଯତ୍ନ

Tags: