ବିଶ୍ୱ ଭେଗାନ ଦିବସ
ପ୍ରତିବର୍ଷ ନଭେମ୍ବର ୧ରେ ପାଳନ ହୋଇଥାଏ ବିଶ୍ୱ ଭେଗାନ ଦିବସ । ଭେଗାନ୍ କହିଲେ କେବଳ ଉଦ୍ଭୁିଦ ଜାତ ଖାଦ୍ୟକୁ ବୁଝାଇଥାଏ । ଏହି ଖାଦ୍ୟଶୈଳୀକୁ ଅନୁକରଣ କରୁଥିବା ବ୍ୟକ୍ତିମାନେ ନିଜ ଖାଦ୍ୟରେ କୌଣସି ପ୍ରାଣୀଜାତ ଖାଦ୍ୟ ସାମିଲ କରନ୍ତି ନାହିଁ । ଏହା ପ୍ରାଣୀମାନଙ୍କ ବିରୋଧରେ ହେଉଥିବା ଅତ୍ୟାଚାରକୁ ରୋକିବାକୁ ଏକ ପଦକ୍ଷେପ । ୧୯୯୪ରୁୟୁନାଇଟେଡ କିଂଡମ୍ ଦ ଭେଗାନ ସୋସାଇଟି ପକ୍ଷରୁ ଏହା ପାଳିତ ହୋଇ ଆସୁଛି । ୧୯୪୪ ନଭେମ୍ବରରେ ଏହି ସଂସ୍ଥା […]
ପ୍ରତିବର୍ଷ ନଭେମ୍ବର ୧ରେ ପାଳନ ହୋଇଥାଏ ବିଶ୍ୱ ଭେଗାନ ଦିବସ । ଭେଗାନ୍ କହିଲେ କେବଳ ଉଦ୍ଭୁିଦ ଜାତ ଖାଦ୍ୟକୁ ବୁଝାଇଥାଏ । ଏହି ଖାଦ୍ୟଶୈଳୀକୁ ଅନୁକରଣ କରୁଥିବା ବ୍ୟକ୍ତିମାନେ ନିଜ ଖାଦ୍ୟରେ କୌଣସି ପ୍ରାଣୀଜାତ ଖାଦ୍ୟ ସାମିଲ କରନ୍ତି ନାହିଁ । ଏହା ପ୍ରାଣୀମାନଙ୍କ ବିରୋଧରେ ହେଉଥିବା ଅତ୍ୟାଚାରକୁ ରୋକିବାକୁ ଏକ ପଦକ୍ଷେପ । ୧୯୯୪ରୁୟୁନାଇଟେଡ କିଂଡମ୍ ଦ ଭେଗାନ ସୋସାଇଟି ପକ୍ଷରୁ ଏହା ପାଳିତ ହୋଇ ଆସୁଛି । ୧୯୪୪ ନଭେମ୍ବରରେ ଏହି ସଂସ୍ଥା ଗଢ଼ା ଯାଇଥିଲା. ଯେଉଁକାରଣରୁ ନଭେମ୍ବର ୧କୁ ବିଶ୍ୱ ଭେଗାନ ଦିବସ ଭାବେ ପାଳନ କରାଯାଇଥାଏ । ଭେଗାନ ଖାଦ୍ୟଶୈଳୀର ଉପକାରିତା ବାବଦରେ ଜନସଚେତନତା ସୃଷ୍ଟି ଏହି ଦିବସ ପାଳନର ଲକ୍ଷ୍ୟ । ଭେଗାନ୍ ସୋସାଇଟିର ପ୍ରତିଷ୍ଠାକୁ ମନେପକାଇବା ପାଇଁ ଏହି ଦିବସ ପ୍ରତିବର୍ଷ ପାଳନ କରାଯାଇଥାଏ । ବର୍ତ୍ତମାନ ଧୀରେଧୀରେ ବିଶ୍ୱରେ ଭେଗାନ୍ ଖାଦ୍ୟଶୈଳୀକୁ ଅନୁକରଣ କରୁଥିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । କେବଳ ଖାଦ୍ୟ ନୁହେଁ ଏହାକୁ ଫ୍ୟାଶନରେ ମଧ୍ୟ ବ୍ୟବହାର କରାଯାଉଛି, ଯେପରି ଫ୍ୟାଶନ ପାଇଁ ପ୍ରାଣୀଙ୍କ ଉପରେ ଅତ୍ୟାଚାରକୁ ରୋକା ଯାଇପାରିବ ।




