ଆନ୍ଧ୍ରପ୍ରଦେଶର ବୈଦିକ ଗ୍ରାମ

ଆନ୍ଧ୍ରପ୍ରଦେଶର ବୈଦିକ ଗ୍ରାମ
Ipsita Picture
By: Ipsita
Published On

 

ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାସ୍ଥିତ ଆନ୍ଧକାପଲ୍ଲୀ ପାହାଡ଼ ନିକଟରେ ଥିବା 'କୂର୍ମଗ୍ରାମ' ବୈଦିକ ଗ୍ରାମର ୧୭ଟି ପରିବାର ଆଧୁନିକ ସ୍ମାର୍ଟଫୋନ୍, ଇଣ୍ଟରନେଟ୍ଓ ବିଜୁଳି ସେବାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି ଏକ ପାରମ୍ପରିକ ଓ ଆଧ୍ୟାତ୍ମିକ ଜୀବନଶୈଳୀ ଆପଣାଇ ଚର୍ଚ୍ଚାରେ ଅଛନ୍ତି । ୨୦୧ ୮ ମସିହାରେ 'ନନ୍ଦ ଗୋକୁଳମ୍ ଗୋଶାଳା ଟ୍ରଷ୍ଟ' ଅଧୀନରେ ଇସ୍କନ୍ର ସଂସ୍ଥାପକଙ୍କ ଶିକ୍ଷାରେ ଅନୁପ୍ରାଣିତ ହୋଇ ପ୍ରତିଷ୍ଠା ହୋଇଥିବା ଏହି ୬୦ ଏକର ପରିବ୍ୟାପ୍ତ ଗାଁରେ କୌଣସି ବିଦ୍ୟୁତ୍ ସଂଯୋଗ, ମୋବାଇଲ୍ ନେଟୱାର୍କ, ଟିଭି କିମ୍ବା ଏଲପିଜି ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରାଯାଏ ନାହିଁ । ବ୍ରାହ୍ମ ମୁହୂର୍ତ୍ତ (ଭୋର୍ ୩ଟାରୁ ୩:୩୦) ରୁ ଦିନଚର୍ଯ୍ୟା ଆରମ୍ଭ କରୁଥିବା ଏହି ଭିନ୍ନ ଗ୍ରାମବାସୀମାନେ ମାଟି, କାଠ, ପଥର ଓ ଝୁଣାରେ ନିର୍ମିତ ଘରେ ରୁହନ୍ତି । ଗୁରୁକୁଳ ପଦ୍ଧତିରେ ପିଲାମାନଙ୍କୁ ସଂସ୍କୃତ, ବେଦ, ଗୀତା ଓ ସାଧାରଣ ଜ୍ଞାନ ଶିକ୍ଷା ଦିଅନ୍ତି ଏବଂ ନିଜସ୍ୱ ଜୈବିକ କୃଷି ଓ ଗୋ-ସେବା ମାଧ୍ୟମରେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଗ୍ରୀଷ୍ମଦିନେ ଫ୍ୟାନ୍ ଓ ଚିକିତ୍ସା ସୁବିଧାର ଅଭାବ ପରି କିଛି ଚ୍ୟାଲେଞ୍ଜ ଥିବା ସତ୍ତ୍ୱେ, କେବଳ ଗୋଟିଏ ଜରୁରୀ ଲ୍ୟାଣ୍ଡଲାଇନ୍ ଫୋନ୍କୁ ସମ୍ପର୍କର ମାଧ୍ୟମ କରି ସେମାନେ ପ୍ରକୃତି, ଅଧ୍ୟାତ୍ମ ଓ ମାନସିକ ଶାନ୍ତିକୁ ଗୁରୁତ୍ୱ ଦେଇ ଆଧୁନିକ ମାନସିକ ଚାପମୁକ୍ତ ଜୀବନ ବିତାଉଛନ୍ତି ।

Tags: