ଭାଲେଣ୍ଟାଇନ ଡେ ୨୦୨୩ : ସପ୍ତାହ ୨ୟ ଦିନ ପ୍ରପୋଜ ଡେ
ଫେବୃଆରୀ ୮, ପ୍ରପ୍ରୋଜ ଡେ:ଭାଲେଣ୍ଟାଇନ ସପ୍ତାହର ପ୍ରଥମ ଦିନକୁ ରୋଜ ଡେ କୁହାଯାଉଥିବା ବେଳେ ୨ୟ ଦିନକୁ ପ୍ରପୋଜ ଡେ କୁହାଯାଏ I ଏହି ଦିନ ପ୍ରେମୀ ଯୁଗଳ ସେମାନଙ୍କ ହୃଦୟର କଥା ଭଲ ପାଉଥିବା ମଣିଷ ଆଗରେ ବଖାଣି ଥାନ୍ତି। କୁହାଯାଏ ଜୀବନରେ ସମସ୍ତେ ନିଶ୍ଚିତ ଭାବରେ ପ୍ରେମ କରନ୍ତି | ପ୍ରେମରେ ରହିବା ଏବଂ ଏହାକୁ ସ୍ୱୀକାର କରିବା ଦୁଇଟି ଭିନ୍ନ ଜିନିଷ I ନିଜ ହୃଦୟର ଭାଷାକୁ କାହା ସାମ୍ନାରେ ପ୍ରକାଶ କରିବାକୁ […]
ଫେବୃଆରୀ ୮, ପ୍ରପ୍ରୋଜ ଡେ:ଭାଲେଣ୍ଟାଇନ ସପ୍ତାହର ପ୍ରଥମ ଦିନକୁ ରୋଜ ଡେ କୁହାଯାଉଥିବା ବେଳେ ୨ୟ ଦିନକୁ ପ୍ରପୋଜ ଡେ କୁହାଯାଏ I ଏହି ଦିନ ପ୍ରେମୀ ଯୁଗଳ ସେମାନଙ୍କ ହୃଦୟର କଥା ଭଲ ପାଉଥିବା ମଣିଷ ଆଗରେ ବଖାଣି ଥାନ୍ତି। କୁହାଯାଏ ଜୀବନରେ ସମସ୍ତେ ନିଶ୍ଚିତ ଭାବରେ ପ୍ରେମ କରନ୍ତି | ପ୍ରେମରେ ରହିବା ଏବଂ ଏହାକୁ ସ୍ୱୀକାର କରିବା ଦୁଇଟି ଭିନ୍ନ ଜିନିଷ I ନିଜ ହୃଦୟର ଭାଷାକୁ କାହା ସାମ୍ନାରେ ପ୍ରକାଶ କରିବାକୁ ପ୍ରସ୍ତାବ କୁହାଯାଏ | ସାଧାରଣତ ନିଜର ପ୍ରେମ ପ୍ରକାଶ କରିବାକୁ ସମସ୍ତେ ପ୍ରପୋଜ ଡେ (ପ୍ରସ୍ତାବ ଦିନ)ଏକ ବିଶେଷ ମୁହୂର୍ତ୍ତକୁ ଅପେକ୍ଷା କରିଥାନ୍ତି I ଏହି ଦିନଟି ହେଉଛି ଭାଲେଣ୍ଟାଇନ୍ ସପ୍ତାହ ୨୦୨୩ ର ଦ୍ୱିତୀୟ ଦିନ ଅର୍ଥାତ୍ ଫେବୃଆରୀ ୮ ରେ ଏହା କରାଯାଏ I
ପ୍ରପୋଜ ଡେ ର ଇତିହାସ
ପ୍ରପୋଜ ଡେ କିପରି ଆରମ୍ଭ ହେଲା ସେ ବିଷୟରେ ଅନେକ କାହାଣୀ ଅଛି I କୁହାଯାଏ ଯେ ୧୪୭୭ ମସିହାରେ ଅଷ୍ଟ୍ରିଆର ଆର୍ଚଡ୍ୟୁକ୍ ମ୍ୟାକ୍ସିମିଲିୟାନ୍ ପ୍ରେମରେ ପଡି ବରଗଣ୍ଡି ମେରିଙ୍କୁ ଫେବୃଆରୀ -୮ ତାରିଖରେ ପ୍ରପୋଜ କରିଥିଲେ I ସେହି ଦିନଠାରୁ ଏହି ବିଶେଷ ଦିନ ଆରମ୍ଭ ହୋଇଥିଲା I ସେହିପରି ଆଉ ଏକ ଇତିହାସ ଅନୁସାରେ ୧୮୧୬ ରେ ରାଜକୁମାରୀ ଚାର୍ଲୋଟେ ତାଙ୍କ ଭାବି ସ୍ୱାମୀଙ୍କୁ ଫେବୃଆରୀ -୮ ତାରିଖ ଦିନ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ I ବିଶ୍ୱାସ କରାଯାଏ ଯେ ସେହି ଦିନ ଠାରୁ ଭାଲେଣ୍ଟାଇନ୍ ସପ୍ତାହର ଦ୍ୱିତୀୟ ଦିନକୁ ପ୍ରପୋଜ ଡେ (ପ୍ରସ୍ତାବ ଦିବସ) ଭାବରେ ପାଳନ କରାଯାଉଛି I




