ଭାଲେଣ୍ଟାଇନ ଡେ ୨୦୨୩ : ଆଜି ଚକୋଲେଟ ଡେ,ଜାଣନ୍ତୁ ଏହାର ଇତିହାସ

ପ୍ରତିବର୍ଷ ଫେବୃଆରୀ ୧୪କୁ ଭାଲେଣ୍ଟାଇନ୍ ଡ଼େ ପାଳନ କରାଯାଏ I ଏହା ପୂର୍ବର ଗୋଟିଏ ସପ୍ତାହ ଧରି ବିଭିନ୍ନ ଡେ ପାଳନ ହୁଏ I ଏହା ରୋଜ ଡ଼େ ରୁ ଆରମ୍ଭ ହୋଇ ଥାଏ I ପରେ ପ୍ରପୋଜ ଡେ, ଚକୋଲେଟ୍ ଡେ, ଟେଡି ଡେ, ପ୍ରମିଜ୍ ଡେ, ହଗ୍ ଡେ, କିସ୍ ଡେ ଶେଷରେ ଭାଲେଣ୍ଟାଇନ୍ ଡେ । ସେହିପରି ସପ୍ତାହର ତୃତୀୟ ଦିନକୁ ଚକୋଲେଟ୍ ଡେ ଭାବରେ ପାଳନ କରାଯାଏ I ଚକୋଲେଟ୍ ର […]

Samaya Live Picture
Published On

ପ୍ରତିବର୍ଷ ଫେବୃଆରୀ ୧୪କୁ ଭାଲେଣ୍ଟାଇନ୍ ଡ଼େ ପାଳନ କରାଯାଏ I ଏହା ପୂର୍ବର ଗୋଟିଏ ସପ୍ତାହ ଧରି ବିଭିନ୍ନ ଡେ ପାଳନ ହୁଏ I ଏହା ରୋଜ ଡ଼େ ରୁ ଆରମ୍ଭ ହୋଇ ଥାଏ I ପରେ ପ୍ରପୋଜ ଡେ, ଚକୋଲେଟ୍ ଡେ, ଟେଡି ଡେ, ପ୍ରମିଜ୍ ଡେ, ହଗ୍ ଡେ, କିସ୍ ଡେ ଶେଷରେ ଭାଲେଣ୍ଟାଇନ୍ ଡେ । ସେହିପରି ସପ୍ତାହର ତୃତୀୟ ଦିନକୁ ଚକୋଲେଟ୍ ଡେ ଭାବରେ ପାଳନ କରାଯାଏ I ଚକୋଲେଟ୍ ର ଅର୍ଥ ମିଠା ଏହି ଦିନ ନିଜ ନାଁ ରେ ଜଣାଯାଏ I ଏହି ଦିନ ପ୍ରେମୀ ଯୁଗଳ ପରସ୍ପରକୁ ନିଜ ସମ୍ପର୍କର ମଧୁରତା ବଢିବା ପାଇଁ ଚକୋଲେଟ୍ ଉପହାର ଦିଅନ୍ତି ଏବଂ ସେମାନଙ୍କ ସମ୍ପର୍କର ମଧୁରତା ବଢ଼ାଇ ଥାନ୍ତି I ତେବେ ଏହି ଦିନ କେବେ ଠାରୁ ଆରମ୍ଭ ହେଲା ଆସନ୍ତୁ ଜାଣିବା ଏହାର ଇତିହାସ :

ଚକୋଲେଟ୍ ପାଇଁ ସମସ୍ତଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳେ । ଆଜିକାଲି ଏହାକୁ ବେଷ୍ଟ ଷ୍ଟ୍ରେସ୍ ବୁଷ୍ଟର ବୋଲି କୁହାଯାଉଛି । ଚକୋଲେଟରେ ଔଷଧୀୟ ଗୁଣ ଭରପୁର ମାତ୍ରାରେ ଥିବା ଯୋଗୁଁ ଡାରକ୍ତମାନେ ଜ୍ୱରରୁ ଉପଶମ ପାଇଁ ଚକୋଲେଟ୍ ଖାଇବାକୁ ପରାମର୍ଶ ଦେଲେ । ପେନ୍ କିଲର ଭାବରେ ଏହାର ବ୍ୟବହାର କରାଗଲା ଏବଂ ବଦହଜମୀ ପାଇଁ ମଧ୍ୟ ଏହାର ବ୍ୟବହାର କରାଗଲା ।

ଚକୋଲେଟର ଇତିହାସ ବିଷୟରେ ଯାହା ବିଶ୍ୱାସ କରାଯାଏ ପ୍ରଥମେ ୧୫୧୯ ମସିହାରେ ସ୍ପେନର ଜଣେ ଗବେଷକ ହର୍ନାନ କର୍ଟେସଙ୍କୁ ଚକୋଲେଟ ପିଇବାକୁ ଦିଆଯାଇଥିଲା, ଏହାର ସ୍ୱାଦ ସାମାନ୍ୟ ପିତା ଥିଲା Iଏହା ପରେ ସେ ଏହାକୁ ସ୍ପେନ ନେଇଥିଲେ ଏବଂ ଚକୋଲେଟ ର ସ୍ୱାଦ ଆହୁରି ବଢାଇବା ପାଇଁ ସେ ଏଥିରେ ଭାନିଲା, ଚିନି ଏବଂ ବାଦାମ ମିଶାଇଥିଲେ। ଏହା ପରେ ୧୫୫୦ ମସିହାରେ ଜୁଲାଇ ୭ରେ ପ୍ରଥମ ଥର ପାଇଁ ଚକୋଲେଟ୍ ଡେ ପାଳନ କରାଯାଇଥିଲା I ଏଥି ସହିତ, ସେହି ଦିନଠାରୁ, ଫେବୃଆରୀ ୯ କୁ ସାରା ବିଶ୍ୱରେ ଚକୋଲେଟ୍ ଡେ ଭାବରେ ପାଳନ କରାଯାଇଥିଲା |

ଚକୋଲେଟ ଉପରେ ଏକ ପୁସ୍ତକ ବିଶେଷ ଲେଖା ହୋଇଛି । ଯାହାର ଲେଖକମାନେ ସୋଫି ଏବଂ ମାଇକେଲ୍ । ବହିର ନାମ ହେଉଛି ” True History of Chocolate ‘। ଏହି ପୁସ୍ତକରେ ଚକୋଲେଟ୍ କୁ ” The food of Gods ” ଅର୍ଥାତ୍ ଦେବତାଙ୍କ ଖାଦ୍ୟ ଭାବରେ ବର୍ଣ୍ଣନା କରାଯାଇଛି ।

ଚକୋଲେଟ ଡ଼େ ରେ ନିଜ ନିଜ ସାଥୀଙ୍କ ପସନ୍ଦ ଅନୁସାରେ ଏହାକୁ ଘରେ ମଧ୍ୟ ପ୍ରସ୍ତୁତ କରାଯାଉଛି Iଯଦି ଆପଣ ଚାହାଁନ୍ତି, ଆପଣ ଚକୋଲେଟ୍ ସିରପ ମଧ୍ୟ ତିଆରି କରିପାରିବେ I ଏହା ବାଦ ଆପଣ ଚକୋଲେଟ୍ କୁକିଜ୍ ମଧ୍ୟ ପ୍ରସ୍ତୁତ କରିପାରିବେ I ଯଦି ଆପଣ ଚାହାଁନ୍ତି, ଆପଣ ନିଜ ସାଥୀଙ୍କୁ ହାତ ତିଆରି ଚକୋଲେଟ୍ ଗୁଡ଼ାଇ ଉପହାର ଦେଇପାରିବେ I ଏହି ପଦ୍ଧତି ବହୁତ ପୁରୁଣା ହୋଇଥିଲେ ମଧ୍ୟ ପାର୍ଟନର ଅଧିକ ଖୁସି ହୋଇଥାନ୍ତି I