ଉତ୍କଳ ଦିବସ

ଉତ୍କଳ ଦିବସ
Ipsita Picture
By: Ipsita
Published On

 

ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ତାର ନିଜସ୍ବ ପରିଚୟ, ଯେଉଁ ଦିନକୁ ପ୍ରତି ଓଡିଆ ଉତ୍କଳ ଦିବସ ଭାବେ ପାଳନ କରେ । ଉତ୍କଳ ଦିବସ ହେଉଛି ଆମ ଓଡ଼ିଆ ଜାତିର ସ୍ୱାଭିମାନ, ସଂସ୍କୃତି ଏବଂ ବରପୁତ୍ରମାନଙ୍କ ଅତୁଳନୀୟ ତ୍ୟାଗର ପ୍ରତୀକ ।

୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ଭାଷା ଭିତ୍ତିକ ସ୍ବତନ୍ତ୍ର ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ ଉତ୍କଳ ଦିବସ ପାଳନ କରାଯାଇଥାଏ । ୧୫୬୮ରେ ଶେଷ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଏକ "ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ" ଗଠନ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତି ଆଦିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା । ପ୍ରଥମେ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଓଡ଼ିଶା ଗଠନ କରାଯାଇଥିଲା । ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ ପାଇଁ ମୁଖ୍ୟ ବିପ୍ଳବ ଉତ୍କଳ ସମ୍ମିଳନୀ ଗଠନ ଦିନଠାରୁ ତିନି ଦଶନ୍ଧି ଧରି ଲାଗିରହିଥିଲା ଓ ଏହା ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ମୂଳଦୁଆ ସ୍ଥାପନକରିଥିଲା । ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତି, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଆଦିଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଅଧିକ ତୀବ୍ର ହୋଇଥିଲା। ସାର ଅଷ୍ଟିନ ହବାକ ଓଡ଼ିଶାର ପହିଲା ରାଜ୍ୟପାଳ ଭାବରେ ଶପଥ ନେଇଥିଲେ। ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଥିଲା ।  ଏହି ସମୟରେ ରାଜ୍ୟର ନାମ ରହିଥିଲା ଉତ୍କଳ ।  ସ୍ବତନ୍ତ୍ର ଓ ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରାଗଲା । ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଉତ୍କଳ ଦିବସ ନାମରେ ପାଳନ କରାଯାଇ ସ୍ୱତନ୍ତ୍ର ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣ କରାଯାଇଥାଏ । 

ସେହିଭଳି ଓଡ଼ିଶୀ ନୃତ୍ୟ ଏବଂ ପଟ୍ଟଚିତ୍ର ହେଉଛି ଓଡ଼ିଆ ଅସ୍ମିତା ଓ ସାଂସ୍କୃତିକ ଐତିହ୍ୟର ଦୁଇଟି ଅମୂଲ୍ୟ ରତ୍ନ, ଯାହା ବିଶ୍ୱ ଦରବାରରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି । ଓଡ଼ିଶୀ ନୃତ୍ୟ ହେଉଛି ଭାରତର ଅନ୍ୟତମ ପ୍ରାଚୀନ ଶାସ୍ତ୍ରୀୟ ନୃତ୍ୟ ଶୈଳୀ, ଯାହାର ମୂଳ ଭିତ୍ତି ଶ୍ରୀମନ୍ଦିରର ମହାରୀ ସେବା ଓ କୋଣାର୍କର ଶିଳ୍ପକଳାରେ ଦେଖିବାକୁ ମିଳେ ଏବଂ ଏହା ନିଜର ଅନନ୍ୟ 'ତ୍ରିଭଙ୍ଗୀ' ଭଙ୍ଗୀ ତଥା ମନୋମୁଗ୍ଧକର ଅଭିନୟ ପାଇଁ ଆନ୍ତର୍ଜାତୀୟ ସ୍ତରରେ ସୁଖ୍ୟାତି ଅର୍ଜନ କରିଛି । ଅନ୍ୟପଟେ, ପଟ୍ଟଚିତ୍ର ହେଉଛି ଓଡ଼ିଶାର ଏକ ପାରମ୍ପରିକ ଓ ନିଖୁଣ ଚିତ୍ରକଳା, ଯେଉଁଥିରେ ପ୍ରାକୃତିକ ରଙ୍ଗ ବ୍ୟବହାର କରି କପଡ଼ା ବା ତାଳପତ୍ର ଉପରେ ଜଗନ୍ନାଥ ସଂସ୍କୃତି ଓ ପୁରାଣର ବିଭିନ୍ନ କାହାଣୀକୁ ଅତି ସୂକ୍ଷ୍ମ ଭାବେ ଚିତ୍ରିତ କରାଯାଏ । ଏହି ଦୁଇଟି କଳା ମୁଖ୍ୟତଃ ପୁରୀ ଓ ରଘୁରାଜପୁର ଭଳି ଅଞ୍ଚଳରେ ଜୀବନ୍ତ ହୋଇ ରହିଥିବା ବେଳେ, ଏହା ଓଡ଼ିଶାର କଳାତ୍ମକ ନୈପୁଣ୍ୟ ଏବଂ ଶତାବ୍ଦୀ ଶତାବ୍ଦୀର ପୁରୁଣା ପରମ୍ପରାକୁ ପରବର୍ତ୍ତୀ ପିଢ଼ି ପାଇଁ ସୁରକ୍ଷିତ କରି ରଖିଛି ।

Tags: