ବିଭିନ୍ନ କ୍ଷେତ୍ରରେ ଉପଯୋଗିତା

ବିଭିନ୍ନ କ୍ଷେତ୍ରରେ ଉପଯୋଗିତା
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ରହିଛି ମିଶ୍ରିତ ଫଳ

ବର୍ତ୍ତମାନର ଆଧୁନିକ ଯୁଗରେ ଚାଟ ଜିପିଟି କେବଳ ଏକ ସାଧାରଣ ସଫ୍ଟୱେୟାର ହୋଇ ରହିନାହିଁ, ବରଂ ଏହା ମାନବ ସଭ୍ୟତାର ପ୍ରତିଟି କାର୍ଯ୍ୟଧାରାକୁ ବଦଳାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହାର ବ୍ୟବହାରିକ ଜ୍ଞାନ ଏବଂ ତଥ୍ୟ ବିଶ୍ଳେଷଣ କରିବାର ଅଦ୍ଭୁତ କ୍ଷମତା ଯୋଗୁଁ ଏହା ଶିକ୍ଷାଠାରୁ ଆରମ୍ଭ କରି ବ୍ୟବସାୟ ଓ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଏକ ଅପରିହାର୍ଯ୍ୟ ସହାୟକ ଭାବେ ଉଭା ହୋଇଛି । ଜଣେ ବ୍ୟକ୍ତିଗତ ସହକାରୀ ଭଳି କାର୍ଯ୍ୟ କରୁଥିବା ଏହି ଏଆଇ ମଡେଲ୍ଟି ଜଟିଳ କାର୍ଯ୍ୟଗୁଡ଼ିକୁ ସରଳ କରିବା ସହ ସମୟ ବଞ୍ଚାଇବାରେ ମଧ୍ୟ ସାହାଯ୍ୟ କରୁଛି । ଏଭଳି ଅନେକ କ୍ଷେତ୍ର ରହିଛି ଯେଉଁଥିରେ ଆଜିକାଲି ଚାଟ ଜିପିଟର ବ୍ୟବହାର ବଢିବାରେ ଲାଗିଛି । ହେଲେ ଏହାର ଯେତିକି ସୁବିଧା ରହୁଛି ଅସୁବିଧା ମଧ୍ୟ ରହୁଛି ।

ସମ୍ବନ୍ଧିତ ଖବର ଫେରୁଛନ୍ତି କଙ୍କଡା

ଶିକ୍ଷା କ୍ଷେତ୍ର

ସମ୍ବନ୍ଧିତ ଖବର ବିନା ଧୂଆଁରେ ଚାଲୁଛି ଟ୍ରେନ

ସବୁଠାରୁ ଅଧିକ ବ୍ୟବହାର ଚାଟ ଜିପିଟିର ବ୍ୟବହାର ଶିକ୍ଷାରେ କରାଯାଉଛି । ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ପାଇଁ ଏହା ଏକ ବଡ଼ ସହାୟକ ପାଲଟିଛି । ଏହା ଜଟିଳ ବିଷୟକୁ ସରଳ ଭାବେ ବୁଝାଇପାରୁଛି । ନୋଟ୍ସ ପ୍ରସ୍ତୁତ କରିବା, ଗଣିତ ସମାଧାନ କରିବା ଏବଂ ନୂତନ ଭାଷା ଶିଖିବାରେ ଏହା ସାହାଯ୍ୟ କରେ।

ବ୍ୟବସାୟ ଏବଂ ମାର୍କେଟିଂ

ବ୍ୟବସାୟିକ ଅନୁଷ୍ଠାନଗୁଡ଼ିକ ଗ୍ରାହକ ସେବା ପାଇଁ ଏହାକୁ ବ୍ୟବହାର କରୁଛନ୍ତି । ଇମେଲ୍ ଲେଖିବା, ବିଜ୍ଞାପନ ପାଇଁ କଣ୍ଟେଣ୍ଟ ପ୍ରସ୍ତୁତ କରିବା ଏବଂ ସୋସିଆଲ ମିଡିଆ ପୋଷ୍ଟ ଲେଖିବାରେ ଏହା ବହୁତ ଦକ୍ଷ ।

 ସଫ୍ଟୱେୟାର ଏବଂ ଆଇଟି

କମ୍ପ୍ୟୁଟର ପ୍ରୋଗ୍ରାମରମାନେ  ଚାଟ ଜିପିଟି ବ୍ୟବହାର କରି କୋଡିଂ ଲେଖିପାରୁଛନ୍ତି।

ଯଦି କୌଣସି କୋଡ୍ରେ ଭୁଲ୍  ବା ବଗ୍ ଥାଏ, ତେବେ ଏହା ତାହାକୁ ଚିହ୍ନଟ କରି ସଂଶୋଧନ କରିବାରେ ସାହାଯ୍ୟ କରେ ।

. ସ୍ୱାସ୍ଥ୍ୟ ସେବା

ଡାକ୍ତରୀ କ୍ଷେତ୍ରରେ ପ୍ରାଥମିକ ପରାମର୍ଶ ଏବଂ ରୋଗର ଲକ୍ଷଣ ବୁଝିବା ପାଇଁ ଏହାର ବ୍ୟବହାର ଆରମ୍ଭ ହେଲାଣି।ରିପୋର୍ଟ ବିଶ୍ଳେଷଣ କରିବା ଏବଂ ରୋଗୀଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେବାରେ ଏହା ସହାୟକ ହେଉଛି ।

ସାମ୍ବାଦିକତା ଏବଂ ସାହିତ୍ୟ

ଲେଖକ ଏବଂ ସାମ୍ବାଦିକମାନେ ଖବର ପ୍ରସ୍ତୁତ କରିବା କିମ୍ବା ଗଳ୍ପ-କବିତା ଲେଖିବା ପାଇଁ ଏହାର ସାହାଯ୍ୟ ନେଉଛନ୍ତି। ଏହା ଅଳ୍ପ ସମୟ ମଧ୍ୟରେ ବହୁତ ଲେଖା ପ୍ରସ୍ତୁତ କରିପାରୁଛି ।

Tags:

Related Posts