ଶୀତଦିନେ ରୁମ ହିଟର ବ୍ୟବହାର

ଶୀତଦିନେ ରୁମ ହିଟର ବ୍ୟବହାର
Ipsita Picture
By: Ipsita



ଏବେ ଶୀତର ପ୍ରକୋପ ବଢ଼ିଛି । ପ୍ରାୟତଃ ଶୀତ ଦିନେ ଥଣ୍ଡାରୁ ଆରମ ପାଇବା ପାଇଁ ଅନେକ ଲୋକ ରୁମ ହିଟର ବ୍ୟବହାର କରିଥାନ୍ତି । ସେମାନଙ୍କ ଭିତରୁ ଅଧିକାଂଶ ଅଛନ୍ତି, ଯେଉଁମାନେ ଘଣ୍ଟା ଘଣ୍ଟା ଧରି ରୁମ ହିଟର ବ୍ୟବହାରରେ ଅଭ୍ୟସ୍ତ । ତେବେ ଘଣ୍ଟା ଘଣ୍ଟା ଧରି ଏହି ଦୀର୍ଘ ସମୟର ବନ୍ଦ ରୁମ ଭିତରେ ହିଟର ବ୍ୟବହାର ଦ୍ୱାରା ମଣିଷର ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ । ଏକ ସ୍ୱାସ୍ଥ୍ୟ ଭିତ୍ତିକ ଅଧ୍ୟୟନର ରିପୋର୍ଟ ମୁତାବକ ଅଧିକ ସମୟ ଧରି ରୁମ ହିଟର ବ୍ୟବହାର ଦ୍ୱାରା ମସ୍ତିଷ୍କ ସହ ଶରୀରର ଅନ୍ୟାନ୍ୟ ଅଙ୍ଗ ପ୍ରଭାବିତ ହୋଇଥାଏ । ତେବେ ବଡ଼କଥା ହେଉଛି ଏହା ଜଣଙ୍କର ଶାରୀରିକ ଅଭିବୃଦ୍ଧି, ପାଚନ ପ୍ରକ୍ରିୟା, ନିଦ୍ରା ବ୍ୟବସ୍ଥା ଓ ଶାରୀରିକ ସନ୍ତୁଳନକୁ ପ୍ରଭାବିତ କରିବାରେ ସକ୍ଷମ ହୋଇଥାଏ । ରୁମ ହିଟର ଚଳାଇବା ଦ୍ୱାରା କୋଠରୀରେ ଅମ୍ଳଜାନ ମାତ୍ରା ହ ୍ରାସ ପାଏ । ମସ୍ତିଷ୍କକୁ ସଠିକ ମାତ୍ରାର ଅମ୍ଳଜାନ ମିଳିପାରୁ ନଥିବାରୁ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଥMାପଣ ଆଦି ସମସ୍ୟା ହୋଇଥାଏ । ହୃଦଘାତର କାରଣ ହୋଇପାରେ । ଦୀର୍ଘସମୟ ଧରି ଅମ୍ଳଜାନ କମ ଯୋଗୁଁ ମସ୍ତିଷ୍କର କାର୍ଯ୍ୟକ୍ଷମତା ପ୍ରଭାବିତ ହୋଇପାରେ । ସ୍ମୃତିଶକ୍ତି ହ ୍ରାସ ପାଇବା ସହ ନିର୍ଣ୍ଣୟ ନେବା କ୍ଷମତା ଉପରେ ପ୍ରଭାବ ପଡ଼େ ।
    ତ୍ୱଚା ଏବଂ ଦୃଷ୍ଟିଶକ୍ତିି ଉପରେ ଏହା ପ୍ରଭାବ ପକାଇଥାଏ । ରୁମ ହିଟର ଜଳାଇବା ଦ୍ୱାରା କୋଠରୀର ଆର୍ଦ୍ରତା ନିୟନ୍ତ୍ରଣରେ ରହେନାହିଁ । ଏହାଦ୍ୱାରା ଚର୍ମକୁ କ୍ଷତି ପହଞ୍ଚିଥାଏ । ତ୍ୱଚା ଶୁଷ୍କ ହୋଇଥାଏ । ଆଖି ଜଳାପୋଡ଼ା, ହାଇଡ୍ରେଟ ସମସ୍ୟା ବୃଦ୍ଧି ପାଇଥାଏ । ତେଣୁ ଅଧିକ ସମୟ ରୁମ ହିଟର ପାଖେ ବସିବା ଦ୍ୱାରା ତ୍ୱଚା ଡିହାଇଡ୍ରେଟ ହୋଇପାରେ, ଏହାଫଳରେ ଶରୀର କୁଣ୍ଡାଇ ହୋଇପାରେ । ରୁମ ହିଟରରୁ ବାହାରୁଥିବା ଗରମ ବାୟୁ ନିଃଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ସୃଷ୍ଟି କରିପାରେ । ଶ୍ୱାସ ସମ୍ବନ୍ଧୀୟ ସମସ୍ୟାରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଏହା ଅଧିକ ବିପଦ ସୃଷ୍ଟି କରେ । ଅଧିକ ସମୟ ରୁମ ହିଟର ବ୍ୟବହାର ଦ୍ୱାରା ନାକ ଏବଂ ଗଳା ଶୁଖିବାର ଆଶଙ୍କା ଥିବାରୁ ସଂକ୍ରମଣ ଆଶଙ୍କା ବଢ଼ିଯାଏ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ହିଟରର ଅତ୍ୟଧିକ ବ୍ୟବହାର ଯୋଗୁଁ କୋଠରୀର କାର୍ବନ ମନେକ୍ସାଇଡ଼ ସ୍ତର ବଢ଼ିଯାଏ । ଫଳରେ ମସ୍ତିଷ୍କରେ ରକ୍ତ ଅଭାବ ଦେଖାଯିବା ସହ ମସ୍ତିଷ୍କକୁ ଗୁରୁତର କ୍ଷତି ପହଞ୍ଚାଏ । ମସ୍ତିଷ୍କରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ହେବାର ଆଶଙ୍କା ବଢ଼ିଯାଏ । ଏଥିରୁ କିପରି ବର୍ତ୍ତବେ ସେ ନେଇ ପ୍ରଥମ କଥା ହେଉଛି ରୁମ ହିଟର ଚଳାଚଳ ପାଇଁ ସାମାନ୍ୟ ବନ୍ଦୋବସ୍ତ ରଖନ୍ତୁ । ହିଟର ସହ ହ୍ୟୁମିଡ଼ିଫାୟର ବ୍ୟବହାର ଦ୍ୱାରା ଆଦ୍ରତା ବଜାୟ ରହିବ । ଏହାସହ ପର୍ଯ୍ୟାପ୍ତ ମାତ୍ରାର ପାଣି ପିଅନ୍ତୁ । ଦୀର୍ଘସମୟ ରୁମ ହିଟର ବ୍ୟବହାର ନକରି ମଝିରେ ମଜିରେ ବନ୍ଦ ରଖନ୍ତୁ । ରୁମକୁ ଉଷୁମ ରଖିବା ପାଇଁ ଆବଶ୍ୟକୀୟ ପ୍ରାକୃତିକ ବ୍ୟବସ୍ଥା ଆପଣାନ୍ତୁ । ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ ।

Read More ବିପଦ ଜନକ ଭିଡିଓ ଗେମ୍‌

ଡାକ୍ତର ପ୍ରଫୁଲ୍ଲ କୁମାର ଦାସ
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ

Read More ଲୁହ ବିକ୍ରି କରୁଛନ୍ତି ମହିଳା

Tags: