ଅନ୍ଲାଇନ ସପିଂର ନିଆରା ବ୍ୟବହାର
ସାଉଥ କୋରିଆ ପୋଲିସ ଏକ ନିଆରା ଉପାୟ ଲଗାଇ ବର୍ଷବର୍ଷ ଧରି ନିଖୋଜ ଶିଶୁଙ୍କୁ ଧରିବାରେ ସକ୍ଷମ ହେଉଛି, ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ଏଥିପାଇଁ ପୋଲିସ ପ୍ରତି ଡେଲିଭରି ପ୍ୟାକେଜ ଉପରେ ନିଖୋଜ ପିଲାଙ୍କର ତଥ୍ୟ ଛାପୁଛି । ଡେଲିଭରି ପ୍ୟାକେଜ ସର୍ଚ୍ଚ ମିଶନ ଜରିଆରେ ବର୍ତ୍ତମାନ ସୁଦ୍ଧା ଅନେକ ଶିଶୁଙ୍କୁ ଉଦ୍ଧାର କରି ସାରିଛନ୍ତି । କୋରିଆନ ନ୍ୟାସନାଲ ପୋଲିସ ଏଜେନ୍ସି ପକ୍ଷରୁ ହୋପ […]
ସାଉଥ କୋରିଆ ପୋଲିସ ଏକ ନିଆରା ଉପାୟ ଲଗାଇ ବର୍ଷବର୍ଷ ଧରି ନିଖୋଜ ଶିଶୁଙ୍କୁ ଧରିବାରେ ସକ୍ଷମ ହେଉଛି, ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ଏଥିପାଇଁ ପୋଲିସ ପ୍ରତି ଡେଲିଭରି ପ୍ୟାକେଜ ଉପରେ ନିଖୋଜ ପିଲାଙ୍କର ତଥ୍ୟ ଛାପୁଛି । ଡେଲିଭରି ପ୍ୟାକେଜ ସର୍ଚ୍ଚ ମିଶନ ଜରିଆରେ ବର୍ତ୍ତମାନ ସୁଦ୍ଧା ଅନେକ ଶିଶୁଙ୍କୁ ଉଦ୍ଧାର କରି ସାରିଛନ୍ତି । କୋରିଆନ ନ୍ୟାସନାଲ ପୋଲିସ ଏଜେନ୍ସି ପକ୍ଷରୁ ହୋପ ଟେପ ନାମକ ଏକ ଅଭିଯାନର ଆରମ୍ଭ କରିଛନ୍ତି । ଏହା ଏକ ପ୍ୟାକେଜିଂ ଟେପ ଯାହାକୁ ଡେଲିଭରି ବକ୍ସ ଉପରେ ଲଗାଯାଇଥାଏ । ଏହି ଟେପରେ ନିଖୋଜ ଶିଶୁଙ୍କ ଫଟୋ ସହିତ ତଥ୍ୟକୁ ପ୍ରିଣ୍ଟ କରାଯାଇଛି । ଏହାସହ ଏକ କ୍ୟୁଆର୍ କୋର୍ଡ ମଧ୍ୟ ରହିଛି ଯେଉଁଥିରେ ଏହି ଶିଶୁଙ୍କୁ ନେଇ ଯଦି କିଛି ତଥ୍ୟମିଳେ ତେବେ ଦିଆଯାଇ ପାରିବ । ଏହା ସାହାଯ୍ୟରେ ଅନେକ ସ୍ଥାନରେ ଏହି ତଥ୍ୟ ପହଞ୍ଚି ପାରୁଛି ଏବଂ ନିଖୋଜଙ୍କ ସମ୍ପର୍କରେ ତଥ୍ୟ ମିଳିପାରୁଛି ।


