ମୃତ ଲୋକଙ୍କ ଚର୍ବିର ବ୍ୟବହାର

ମୃତ ଲୋକଙ୍କ ଚର୍ବିର ବ୍ୟବହାର
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଫେରୁଛନ୍ତି କଙ୍କଡା

ଆଜିକାଲି ମୃତ ଲୋକଙ୍କ ଶରୀରରେ ଥିବା ଚର୍ବିକୁ ମଧ୍ୟ ବୈଜ୍ଞାନିକମାନେ ବ୍ୟବହାର କରୁଛନ୍ତି । ସୂଚନା ଅନୁସାରେ ଆମେରିକାରେ ବର୍ତ୍ତମାନ ମୃତ ଲୋକଙ୍କର ଶରୀରରେ ଥିବା ଚର୍ବିକୁ ବ୍ୟବହାର କରି ବଞ୍ଚିଥିବା ମଣିଷଙ୍କର ଶରୀରରୁ ସୁନ୍ଦର ଓ ସୁଢଳ କରାଯାଉଛି । ଏହି ନୂଆ ଟେକନିକ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ଏହି ପ୍ରକ୍ରିୟାରେ ମୃତ ଲୋକଙ୍କର ଚର୍ବିକୁ ପ୍ରଥମେ ପ୍ରୋସେସ କରାଯାଉଛି । ଯେଉଁଥିରୁ ଅଦରକାରୀ ଜନିଷକୁ ବାହାର କରି ଦିଆଯାଉଛି । ଯାହାପରେ ଏହାକୁ ଇଞ୍ଜେକସନ ସାହାଯ୍ୟରେ ଲୋକଙ୍କ ଶରୀରରେ ଫୋଡା ଯାଉଛି । ଏହି ପ୍ରକ୍ରିୟାକୁ ଉଭୟ ପୁରୁଷ ଓ ମହିଳା ନିଜ ଶରୀରକୁ ଏକ ସୁନ୍ଦର ଆକାର ଦେବା ପାଇଁ କରୁଛନ୍ତି । ଅନେକ ଉପାୟରେ ଏହାର ବ୍ୟବହାର ହେଉଥିବା ଜଣା ପଡିଛି । ନିକଟରେ ଏହି ଟେକନିକ ନ୍ୟୁୟର୍କରେ ଜଣେ ଯୁପତୀଙ୍କ ଉପରେ କରାଯାଇଛି । ଯିଏ ଏହି ଟେକନିକକୁ ବ୍ୟବହାର କରି ପୂରା ନିଜର ଶରୀରର ଆକାରକୁ ପରିବର୍ତ୍ତନ କରିଛନ୍ତି ଯେଉଁଥିପାଇଁ ତାଙ୍କୁ ୪୦ ଲକ୍ଷ ଟଙ୍କାର ଖର୍ଚ୍ଚ କରିବାକୁ ପଡିଛି ।

ସମ୍ବନ୍ଧିତ ଖବର ବିଭିନ୍ନ କ୍ଷେତ୍ରରେ ଉପଯୋଗିତା

Tags: