ଏକତା ହିଁ ବଳ

ପିଲାଦିନର ଅନେକ ଗପ ବଡ ହେଲା ପରେ ବି ଆମକୁ ନୀତି ଶିକ୍ଷା ଯୋଗାଇଥାଏ । ଜୀବନରେ କିଭଳି ଆଗକୁ ବଢିହେବ ସେନେଇ ଆମକୁ ମାର୍ଗ ଦର୍ଶନ କରିଥାଏ । ପିଲାଦିନର ସେ ସବୁ ଗପ ଆମକୁ ଜୀବନର କଠିନ ସମୟ ଓ ବିଭିନ୍ନ ସମସ୍ୟାରୁ ବାହାରିବା ପାଇଁ ସବୁବେଳେ ବଳ ଯୋଗାଇଥାଏ । ପିଲାଦିନର ଏହି ଗପ ତାଲିକା ଖୁବ ଲମ୍ବା ଯିଏ ଆମ ସମସ୍ତଙ୍କୁ ସାରା ଜୀବନ ମନେ ରହିଥାଏ । ପିଲାଦିନର ଏହି […]

ଏକତା ହିଁ ବଳ
Samaya Live Picture
Published On


ପିଲାଦିନର ଅନେକ ଗପ ବଡ ହେଲା ପରେ ବି ଆମକୁ ନୀତି ଶିକ୍ଷା ଯୋଗାଇଥାଏ । ଜୀବନରେ କିଭଳି ଆଗକୁ ବଢିହେବ ସେନେଇ ଆମକୁ ମାର୍ଗ ଦର୍ଶନ କରିଥାଏ । ପିଲାଦିନର ସେ ସବୁ ଗପ ଆମକୁ ଜୀବନର କଠିନ ସମୟ ଓ ବିଭିନ୍ନ ସମସ୍ୟାରୁ ବାହାରିବା ପାଇଁ ସବୁବେଳେ ବଳ ଯୋଗାଇଥାଏ । ପିଲାଦିନର ଏହି ଗପ ତାଲିକା ଖୁବ ଲମ୍ବା ଯିଏ ଆମ ସମସ୍ତଙ୍କୁ ସାରା ଜୀବନ ମନେ ରହିଥାଏ ।

ପିଲାଦିନର ଏହି ସମସ୍ତ ଗପ ତାଲିକାରେ ଅନେକ ଗପ ଯୋ଼ଡି ହୋଇ ରହିଛି । ସେଥିମଧ୍ୟରୁ ଗୋଟିଏ ଗପ ହେଲା ଏକତା ହିଁ ବଳ । ପ୍ରାୟ ସମସ୍ତେ ଏହି ଗପଟିକୁ ଶୁଣିଥିବେ ନଚେତ କାହାକୁ ନା କାହାକୁ ଶୁଣାଇଥିବେ । ଜୀବନର ଅନେକ ନୀତିଶିକ୍ଷା ଗୁଡିକରେ ଭରପୂର ହୋଇ ରହିଥାଏ ଏହି ଗପଟି । ଏହି ଗପଟି ଆମକୁ ଏକାଠି ରହିଲେ କିଭଳି ସମସ୍ତ ପରିସ୍ଥିତି ଓ ଜୀବନରେ ଆସୁଥିବା ଛୋଟବଡ ସମସ୍ୟାର କିଭଳି ସମାଧାନ ହୋଇପାରିବ ସେ ନେଇ ଶିକ୍ଷା ଦେଇଥାଏ । ପିଲାଦିନେ ଗପ ଶୁଣି ଏକତାର ବଳ କଣ ତାହା ବୁଝି ହୋଇଯାଇଥିଲା, ଯାହା ଜୀବନରେ ବଡ ହେବାପରେ ଅନେକ ସାହାଯ୍ୟ କରିଥିଲା । ଜୀବନରେ ଆସୁଥିବା କଠିନ ସମୟରେ ସେହି ଗପର ବିଷୟ ବସ୍ତୁ ଆମକୁ ସାହସ ଯୋଗାଇବା ସହିତ ନିଜ ପରିବାର ଓ ବନ୍ଧୁ ପରିଜନଙ୍କ ସହିତ କିଭଳି ମିଳିମିଶି ଚଳିବାର ଆବଶ୍ୟକତା ରହିଛି ତାହା ବୁଝାଇଥିଲା । ତେବେ ଆସନ୍ତୁ ପଢିବା କଣ ଥିଲା ଏହି ଗପର ବିଷୟ ବସ୍ତୁ ।
ଏକଦା ଗୋଟିଏ ବଣରେ ଦଳେ ପାରା ବସା ବାନ୍ଧି ରହୁଥିଲେ । ସେମାନଙ୍କର ଏକ ଦଳପତି ଥିଲା, ଯିଏ ସମସ୍ତଙ୍କୁ ସମ୍ଭାଳୁଥିଲେ । ସମସ୍ତେ ମିଳିମିଶି ବେଶ୍ ଆରାମରେ ଚଳୁଥିଲେ । ସେମାନଙ୍କ ଭିତରେ କେବେ ବି କୌଣସି ମତଭେଦ ଦେଖିବାକୁ ମିଳେନାହିଁ । ସକାଳହେଲେ ପୁରା ଦଳ ବାହାରି ଯାଆନ୍ତି ଖାଦ୍ୟ ଖୋଜିବ ପାଇଁ । ସେହିଭଳି ସମସ୍ତେ ମିଶି ଗୋଟିଏ ଥର ବୁଲୁଥିବାବେଳେ ତଳେ ଦେଖିଲେ ମାଟିରେ ଚାଉଳ ପଡିଛି । ଚାଉଳ ଦେଖି ଖାଇବା ପାଇଁ ସମସ୍ତେ ଏକାଥରେ ତଳକୁ ଓହ୍ଲାଇ ପଡିଲେ । ହେଲେ ତଳେ କେବଳ ଚାଉଳ ପଡିଥିଲା ତାହା ନୁହେଁ ଏହାସହ ଏକ ଜାଲ ମଧ୍ୟ ବିଛା ଯାଇଥିଲା । ଏହି ଜାଲ ଥିଲା ଶିକାରୀର ଜାଲ, ଯାହାକୁ ସେ ପକ୍ଷୀଙ୍କୁ ଧରିବାକୁ ବିଛାଇଥିଲା । ଜାଲରେ ଏତେ ପାରା ଫସିଥିବାର ଦେଖି ସେ ଖୁବ ଖୁସି ହୋଇଗଲା ଏବଂ ଘରକୁ ଗଲା କିଛି ସାମଗ୍ରୀ ଆଣିବାକୁ । ଏପଟେ ପାରାମାନେ ଖୁବ ବ୍ୟସ୍ତ ହେବାସହିତ କିଭଳି ଜାଲରୁ ବଞ୍ଚିବେ ସେଥିପାଇଁ ଚିନ୍ତା କରୁଥାଆନ୍ତି । ଏହି ସମୟରେ ଶିକାରୀ ନଥିବା ଦେଖି ଦଳପତି ସମସ୍ତଙ୍କୁ ଏକ ଉପାୟ ନେଇ ସୂଚନା ଦେଲେ । ଏହାପରେ ସସସ୍ତ ପାରା ଶାନ୍ତ ହୋଇ ରହିଲେ । କିଛି ସମୟ ପରେ ଶିକାରୀ ଘରୁ ଫେରି ଜାଲ ଖୋଲିଥିଲା ପାରାମାନଙ୍କୁ ମାରିବା ପାଇଁ । ହେଲେ ଏହି ସମୟରେ ଦେଖିବାକୁ ମିଳିଲା ପାରାମାନେ ଜାଲ ଧରି ଉଡି ପଳାଇଲେ ଏବଂ ଶିକାରୀ ହାବୁଡରୁ ବଞ୍ଚିଯାଇଥିଲେ । ତେବେ ଦଳପତିଙ୍କର ଉପାୟ ପାଇଁ ସବୁ ପାରା ବଞ୍ଚିଯାଇଥିଲେ । ଦଳପତି ସମସ୍ତ ପାରାଙ୍କୁ ବୁଝାଇଥିଲେ କି ସମସ୍ତେ ଏକାଠି କାମ କରିଲେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା । ତାଙ୍କ କଥାରେ ସହମତ ହୋଇ ସମସ୍ତେ ପାର ଏକାଠି କାର୍ଯ୍ୟ କରିବାକୁ ରାଜି ହେଲେ । ଦଳପତିଙ୍କ ପ୍ରସ୍ତାବରେ ସବୁ ପାରା ଏକାଠି ଗୋଟିଏ ସମୟରେ ଉଡିବା ଆରମ୍ଭ କରିଥିଲେ, ଯାହାଫଳରେ ଖୁବ ସହଜରେ ଜାଲଟିକୁ ଉଠାଇ ଅନ୍ୟ ଏକ ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ଥିବା ଦଳପତିଙ୍କର ସାଙ୍ଗ ମୂଷା ଜାଲ କାଟିବାରେ ସେମାନଙ୍କୁ ସାହାଯ୍ୟ କରିଥିଲା । ଯାହାପରେ ସମସ୍ତେ ଜାଲରୁ ମୁକ୍ତ ହୋଇ ଆକାଶରେ ଉଡିଥିଲେ । ତେଣୁ ଜୀବନରେ ଏକତା ହିଁ ଆମକୁ ଅନେକ ସାହାଯ୍ୟ କରିବ ବା ଏକତା ହିଁ ବଳ ।

Tags: