ଅଭ୍ୟାସ ବଦଳାଇବା ପାଇଁ ନିଆରା ଉପାୟ

ଅଭ୍ୟାସ ବଦଳାଇବା ପାଇଁ ନିଆରା ଉପାୟ
Ipsita Picture
By: Ipsita
Published On

 

କର୍ଣ୍ଣାଟକର ମୈସୁର ପ୍ରଶାସନ ରାସ୍ତାକଡ଼ରେ ପରିସ୍ରା କରିବା ଅଭ୍ୟାସକୁ ରୋକିବା ପାଇଁ ଏକ ଅଭିନବ ଉପାୟ ଆପଣେଇଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ସାଧାରଣତଃ ଲୋକମାନେ ଖୋଲା ସ୍ଥାନରେ ପରିସ୍ରା କରୁଥିବା ଦେଖିବାକୁ ମିଳୁଥିବା ବେଳେ ଏହାକୁ ବନ୍ଦ କରିବା ପାଇଁ ପ୍ରଶାସନ ବସ୍ ଷ୍ଟାଣ୍ଡ ନିକଟସ୍ଥ କାନ୍ଥଗୁଡ଼ିକରେ ବଡ଼ ବଡ଼ ଦର୍ପଣ ଲଗାଇଛନ୍ତି । ଯେପରିକି ପରିସ୍ରା କରୁଥିବା ବ୍ୟକ୍ତି ନିଜକୁ ଆଇନାରେ ଦେଖି ଲଜ୍ଜିତ ଅନୁଭବ କରିବେ। ହେଲେ ଏହି ପଦକ୍ଷେପକୁ ନେଇ ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । କିଛି ଲୋକ ଦପର୍ଣ ବଦଳରେ ଶୌଚାଳୟ ନିର୍ମାଣ ପାଇଁ ମତ ଦେଇଛନ୍ତି । ତେବେ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଉକ୍ତ ସ୍ଥାନର ୧୦୦ ମିଟର ପରିଧି ମଧ୍ୟରେ ହିଁ ୪ଟି ଶୌଚାଳୟ ରହିଛି, ତଥାପି ଲୋକେ ସେଗୁଡ଼ିକୁ ବ୍ୟବହାର କରୁନାହାନ୍ତି । ପ୍ରଶାସନର ବିଶ୍ୱାସ ଯେ କେବଳ ନିୟମ କରିବା ଦ୍ୱାରା ନୁହେଁ, ବରଂ ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିଲେ ହିଁ ଏଭଳି ଖରାପ ଅଭ୍ୟାସକୁ ଦୂର କରାଯାଇପାରିବ । ତେଣୁ ଲୋକଙ୍କ ଅଭ୍ୟାସ ବଦଳାଇବା ପାଇଁ ଏପରି ପଦକ୍ଷେପ ନିଆଯାଇଥିବା ଦର୍ଶାଯାଇଛି ।

Tags: