ନିଆରା ଯାଆଁଳା ବିବାହ

ନିଆରା ଯାଆଁଳା ବିବାହ
Ipsita Picture
By: Ipsita
Published On

 

କେରଳର ଚଙ୍ଗନାସେରୀ ମେଟ୍ରୋପଲିଟନ୍ ଚର୍ଚ୍ଚରେ ଏକ ଅନନ୍ୟ ବିବାହ ସମ୍ପନ୍ନ ହୋଇଯାଇଛି । ଯେଉଁଠାରେ କେବଳ ବର-କନ୍ୟା ନୁହନ୍ତି, ବରଂ ପାଦ୍ରୀ ଏବଂ ତାଙ୍କୁ ସାହାଯ୍ୟ କରୁଥିବା ଆଲ୍ଟର ବୟ  ମଧ୍ୟ ଯାଆଁଳା ଥିଲେ । ଏହି ବିବାହରେ ଯାଆଁଳା ଭାଇ ଅଖିଲ ଏବଂ ନିଖିଲ, ଯାଆଁଳା ଭଉଣୀ ମ୍ୟାଗି ଏବଂ ମାରିଆଙ୍କୁ ବିବାହ କରିଥିବାବେଳେ ବିବାହର ସମସ୍ତ ନୀତିକାନ୍ତି ଯାଆଁଳା ପାଦ୍ରୀ ଫାଦର ଆଣ୍ଟୋ ଏବଂ ଫାଦର ଅଜୋ ସମ୍ପାଦନ କରିଥିଲେ । ବିବାହରେ ସେମାନଙ୍କୁ ସାହାଯ୍ୟ କରୁଥିବା ଦୁଇଜଣ ଆଲ୍ଟର ବୟ ମଧ୍ୟ ଯାଆଁଳା ଭାଇ ଥିଲେ। କନ୍ୟାମାନେ ପ୍ରକାଶ କରିଛନ୍ତି ଯେ ନିଜ ବିବାହର ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଯାଆଁଳା ବ୍ୟକ୍ତିମାନେ ହିଁ ରହନ୍ତୁ ବୋଲି ସେମାନଙ୍କର ପିଲାଦିନର ସ୍ୱପ୍ନ ଥିଲା । ଯାହା ପାଇଁ ସେମାନେ ନିଜେ ଯାଆଁଳା ପାଦ୍ରୀଙ୍କୁ ଖୋଜି ବାହାର କରି ଚର୍ଚ୍ଚ ମାଧ୍ୟମରେ ନିମନ୍ତ୍ରଣ କରିଥିଲେ । ସୂଚନାଯୋଗ୍ୟ ଯେ, ଦୁଇ ବର ମର୍ଚ୍ଚାଣ୍ଟ ନେଭିରେ କାର୍ଯ୍ୟରତ ଥିବାବେଳେ ଦୁଇ କନ୍ୟା ଆଇଟି ସେକ୍ଟରରେ କାର୍ଯ୍ୟରତ ଅଛନ୍ତି । ଅପରପକ୍ଷରେ, ଏଭଳି ଏକ ନିଆରା ବିବାହ କରାଇବାର ସୁଯୋଗ ପ୍ରଥମ ଥର ମିଳିଥିବାରୁ ଏବଂ ଏହି ସ୍ମରଣୀୟ ମୁହୂର୍ତ୍ତ ସଦାସର୍ବଦା ମନେରହିବ ବୋଲି ପାଦ୍ରୀମାନେ ପ୍ରକାଶ କରିଛନ୍ତି ।

Tags: