ନିଆରା ପରମ୍ପରା

ନିଆରା ପରମ୍ପରା
Ipsita Picture
By: Ipsita
Published On

 

ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଏକ ଅନନ୍ୟ ପରମ୍ପରା ଦେଖିବାକୁ ମିଳିଛି, ଯେଉଁଠାରେ ମାନସିକ ପୂରଣ ହେଲେ ଶ୍ରଦ୍ଧାଳୁମାନେ ଭୂମିରେ ଶୋଇ ରହନ୍ତି ଏବଂ ସେମାନଙ୍କ ଉପରରେ ଗାଈପଲ ଚାଲିଥାଆନ୍ତି । ପ୍ରତିବର୍ଷ ଗୋବର୍ଦ୍ଧନ ପୂଜା ଅବସରରେ ପାଳିତ ହେଉଥିବା ଏହି ପରମ୍ପରାକୁ ଦେଖିବା ପାଇଁ ଆଖପାଖ ଗ୍ରାମରୁ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥାଏ । ଏହି ପରମ୍ପରାରେ ଅଂଶଗ୍ରହଣ କରୁଥିବା ଭକ୍ତମାନେ ପାଞ୍ଚ ଦିନ ଧରି ଉପବାସ ରଖିବା ସହ ଦୀପାବଳିର ପୂର୍ବ ଦିନ ମାତା ମନ୍ଦିରରେ ରାତ୍ରୀଯାପନ କରନ୍ତି । ଏହାପରେ ଗୋବର୍ଦ୍ଧନ ପୂଜା ପରଦିନ ସକାଳେ ପୂଜାର୍ଚ୍ଚନା ପରେ ଢୋଲ ବାଦ୍ୟର ତାଳେ ତାଳେ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥାଏ । ବିଶ୍ୱାସ ରହିଛି ଯେ ଗାଈମାନଙ୍କ ପାଦ ତଳେ ରହିବା ଦ୍ୱାରା ୩୩ କୋଟି ଦେବାଦେବୀଙ୍କ ଆଶୀର୍ବାଦ ମିଳିବା ସହ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଗାଈପଲ ଚାଲିଯିବା ପରେ ଶ୍ରଦ୍ଧାଳୁମାନେ ଭୂମିରୁ ଉଠି ଢୋଲ ତାଳେ ତାଳେ ନୃତ୍ୟ କରିଥାନ୍ତି ଏବଂ ଗ୍ରାମବାସୀଙ୍କ କହିବା ଅନୁଯାୟୀ କେବଳ ମାନସିକ କରିଥିବା ବ୍ୟକ୍ତି ହିଁ ଏଥିରେ ଭାଗ ନେଇପାରିବେ, ଯେଉଁଥିରେ ଗତ ବର୍ଷ ଏକ ଡଜନରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ ।

Tags: