ନିଆରା ପରମ୍ପରା
ରାଜସ୍ଥାନର ମେୱାଡ଼ ଅଞ୍ଚଳରେ ଭଲ ବର୍ଷା ପାଇଁ ଏକ ଶତାବ୍ଦୀ ପୁରୁଣା ଲୋକ ପରମ୍ପରା ଅନୁସାରେ ଆଶ୍ଚର୍ଯ୍ୟଜନକ ପନ୍ଥା ଦେଖିବାକୁ ମିଳିଛି । ଯେଉଁଥିରେ ମହିଳାମାନେ ଦୋକାନ ଓ ମନ୍ଦିର ଭିତରେ ଏବଂ ବାହାରେ ଖରାପ ପାଣି ଭର୍ତ୍ତି ମାଠିଆ ଭାଙ୍ଗୁଥିବାର ନଜର ଆସିଛନ୍ତି । ଏହି ପରମ୍ପରା ଅନୁସାରେ ମହିଳାମାନେ ପ୍ରଥମେ ଗଣଗୌର ଘାଟରେ ପୂଜାର୍ଚ୍ଚନା କରିବା ପରେ ହ୍ରଦରୁ ଅଶୁଦ୍ଧ ପାଣି ମାଠିଆରେ ଭରି ଲୋକଗୀତ ଗାଇ ଗାଇ ସହରର ବଜାରକୁ ବାହାରିଥାନ୍ତି । ଏହାପରେ ସେମାନେ ଦୋକାନ ଓ ମନ୍ଦିରଗୁଡ଼ିକରେ ଏହି ପାଣି ମାଠିଆଗୁଡ଼ିକୁ ଫିଙ୍ଗି ଭାଙ୍ଗି ଦିଅନ୍ତି । ଯାହାଫଳରେ ପରମ୍ପରା ମୁତାବକ କିଛି ଦୋକାନୀ ଅସନ୍ତୋଷ ଓ ରାଗ ମଧ୍ୟ ପ୍ରକାଶ କରିଥାନ୍ତି । ଏଠାରେ ବିଶ୍ୱାସ ରହିଛି ଯେ ଦୋକାନୀମାନଙ୍କର ଏହି ରାଗ ଓ ଅଭିଯୋଗ ଇନ୍ଦ୍ରଦେବଙ୍କ ପାଖରେ ପହଞ୍ଚିଥାଏ, ଯାହା ପରେ ସେ ପ୍ରସନ୍ନ ହୋଇ ଭଲ ବର୍ଷା କରାନ୍ତି । ମେୱାଡ଼ରେ ଅନେକ ପିଢ଼ିରୁ ଏହି ପରମ୍ପରା ପାଳିତ ହୋଇଆସୁଥିଲେ ବି ଇତିହାସକାରଙ୍କ ମତରେ ଏହାର କୌଣସି ଶାସ୍ତ୍ରୀୟ କିମ୍ବା ଧାର୍ମିକ ପ୍ରମାଣ ନାହିଁ ।




