ନିଆରା ପରମ୍ପରା
ଜର୍ଜିଆ ଦେଶର ପରମ୍ପରା ଅନୁସାରେ, କ୍ରିସ୍ମସ ଟ୍ରିକୁ "ଚିଚିଲାକି' ବୋଲି କୁହାଯାଇଥାଏ । ଶୁଖିଲା ହେଜେଲ୍ ନଟ୍ ବା ଓ୍ୱାଲ୍ ନଟ୍ ଶାଖାକୁ ବ୍ୟବହାର କରି ଏକ ଛୋଟ କୋଣାକାର ଗଛର ଆକାର ପ୍ରଦାନ କରାଯାଏ । ଚିଚିଲାକି ପ୍ରାୟତଃ ୨୦ ସେଣ୍ଟିମିଟରରୁ ନେଇ ୩ ମିଟର୍ ପର୍ଯ୍ୟନ୍ତ ଉଚ୍ଚତା ବିଶିଷ୍ଟ ହୋଇଥାଏ । ଜର୍ଜିଆର କୃଷ୍ଣ ସାଗର ଉପକୂଳବର୍ତ୍ତୀ ଗୁରିଆ ଓ ସାମେଗ୍ରେଲୋ ଅଞ୍ଚଳରେ ଚିଚିଲାକିି ରଖିବା ଏକ ସାଧାରଣ ପ୍ରଥା । ଜର୍ଜିଆ ପରମ୍ପରା ଅନୁସାରେ, ଗୀର୍ଜାଘରମାନେ ଜାନୁଆରୀ ପହିଲାରେ ସନ୍ଥ ବେସିଲ୍ଙ୍କୁ ପୂଜା କରନ୍ତି ଓ ଜର୍ଜୀୟମାନଙ୍କ ବିଶ୍ୱାସ ଅନୁସାରେ ଚିଚିଲାକି ମହାନ୍ ସନ୍ଥ ବେସିଲ୍ଙ୍କ ଦାଢ଼ି ପରି ଦେଖାଯାଏ ।
ସେହିଭଳି ଖ୍ରୀଷ୍ଟମାସ ଗଛକୁ ନେଇ ପୋଲାଣ୍ଡ ଦେଶରେ ଏକ ନିଆରା ପରମ୍ପରା ଦେଖାଯାଏ । ପୋଲାଣ୍ଡ୍ ଦେଶରେ ଘର ଛାତରୁ ଏକ ପାଇନ୍ ଓ ଫିର୍ ଗଛର ଡାଳ ଝୁଲାଇ ରଖାଯାଏ । ଏହାକୁ "ପ୍ୟାନିକଲ୍' କୁହନ୍ତି । ପରଜୀବୀ ଗୁଳ୍ମ ଓ ଲତା ମଧ୍ୟ ଏହି ପ୍ରଥାନୁସାରେ ଗ୍ରହଣୀୟ ଥିଲା । ସେହି ଲତାର ଡାଳରେ ସେଓ, ବାଦାମ, ବିସ୍କୁଟ୍, ରଙ୍ଗୀନ୍ କାଗଜ, ରିବନ୍ ଫିତା, ତାରା ଓ େଓ୍ୱଫର୍ ଲଗାଇ ସଜା ଯାଏ । ଏପରି କଲେ ଗଛର ଚମତ୍କାରୀ ଶକ୍ତି ଯୋଗୁଁ ଆଗାମୀ ଶସ୍ୟ ଅମଳ ଭଲ ହୁଏ ବୋଲି ବିଶ୍ୱାସ ରହିଛି ।
Related Posts



