ଅନନ୍ୟ ପୁରୀ , ସାହି ଯାତ୍ରା

ଶ୍ରୀକ୍ଷେତ୍ରର ରଥଯାତ୍ରା ଏହାକୁ ସାରା ବିଶ୍ୱରେ ଦେଇଥାଏ ସ୍ୱତନ୍ତ୍ର ପରିଚୟ । ତେବେ ପୁରୀରେ କେବଳ ରଥଯାତ୍ରା ନୁହେଁ, ମହାପ୍ରଭୁଙ୍କର ଅନେକ ଯାତ୍ରା ପୁରୀରେ ଅନୁଷ୍ଠିତ ହୋଇଥାଏ । ସେଥିମଧ୍ୟରୁ ପୁରୀର ସାହିଯାତ୍ରା ଅନ୍ୟତମ, ଯାହା ଉତ୍କଳୀୟ ପରମ୍ପରାର ଏକ ଅନନ୍ୟ ଉଦାହରଣ । ଶ୍ରୀକ୍ଷେତ୍ର ସମୁଦାୟ ୭ଟି ସାହିରେ ବିଭକ୍ତ । ପ୍ରତ୍ୟେକ ସାହିରେ ରହିଛି ଗୋଟିଏ ଲେଖାଏଁ ପଞ୍ଚାୟତ ଆଖେଡା । ଏଗୁଡିକ ଉତ୍କଳୀୟ ପରମ୍ପରାର ପୀଠସ୍ଥଳୀ । ଏଠାରେ ସାହିତ୍ୟ, ସଙ୍ଗୀତ, ନୃତ୍ୟ […]

ଅନନ୍ୟ ପୁରୀ , ସାହି ଯାତ୍ରା
Samaya Live Picture
Published On

ଶ୍ରୀକ୍ଷେତ୍ରର ରଥଯାତ୍ରା ଏହାକୁ ସାରା ବିଶ୍ୱରେ ଦେଇଥାଏ ସ୍ୱତନ୍ତ୍ର ପରିଚୟ । ତେବେ ପୁରୀରେ କେବଳ ରଥଯାତ୍ରା ନୁହେଁ, ମହାପ୍ରଭୁଙ୍କର ଅନେକ ଯାତ୍ରା ପୁରୀରେ ଅନୁଷ୍ଠିତ ହୋଇଥାଏ । ସେଥିମଧ୍ୟରୁ ପୁରୀର ସାହିଯାତ୍ରା ଅନ୍ୟତମ, ଯାହା ଉତ୍କଳୀୟ ପରମ୍ପରାର ଏକ ଅନନ୍ୟ ଉଦାହରଣ ।

ଶ୍ରୀକ୍ଷେତ୍ର ସମୁଦାୟ ୭ଟି ସାହିରେ ବିଭକ୍ତ । ପ୍ରତ୍ୟେକ ସାହିରେ ରହିଛି ଗୋଟିଏ ଲେଖାଏଁ ପଞ୍ଚାୟତ ଆଖେଡା । ଏଗୁଡିକ ଉତ୍କଳୀୟ ପରମ୍ପରାର ପୀଠସ୍ଥଳୀ । ଏଠାରେ ସାହିତ୍ୟ, ସଙ୍ଗୀତ, ନୃତ୍ୟ ଆଦି ଅନେକ ଉତ୍ସବ ଦେଖିବାକୁ ମିଳିଥାଏ । ପ୍ରତିପର୍ବରେ ଏଠାରେ ଦେଖିବାକୁ ମିଳିଥାଏ ବିଭିନ୍ନ ସାହି ଯାତ । ଏଠାରେ ବିଭିନ୍ନ ପର୍ବରେ କେଉଁ ସାହିରେ ପର୍ଶୁରାମଙ୍କର ଆର୍ବିଭାବ ହୋଇଥାଏ ତ କେଉଁଠି ରାମ ରାବଣ ଯୁଦ୍ଧକୁ ସାହି ଯାତରେ ସ୍ଥାନ ମିଳିଥାଏ । ତେବେ ଏଥି ମଧ୍ୟରେ କିଛି ଏଭଳି ଅଭିନୟ ରହିଛି ଯାହା ଜଗତ ବିଖ୍ୟାତ । ଆସନ୍ତୁ ସେହିଭଳି କିଛି ଅଭିନୟ ବିଷୟରେ ସଂକ୍ଷେପରେ ଜାଣିବା, ଯେଉଁଗୁଡିକ ସାହି ଯାତ୍ରାର ମୁଖ୍ୟ ଅଂଶ ହୋଇଥାଆନ୍ତି ।

ନାଗା
ପୁରୀ ସାହିଯାତର ବିଶେଷ ଅଂଶ ହେଲା ନାଗା ନୃତ୍ୟ । ସାହିର କିଛି ବ୍ୟକ୍ତିଙ୍କୁ ନାଗା ହେବା ପାଇଁ ଚୟନ କରାଯାଇଥାଏ । ସେମାନେ ଏକ ବେଶ ପରିଧାନ କରି ନୃତ୍ୟ କରିଥାଆନ୍ତି । ସେମାନଙ୍କରର ବେଶ ସ୍ୱତନ୍ତ୍ର ହୋଇଥାଏ । ସେମାନଙ୍କ ପରିଧାନ, ଚାଲି ଓ ନୃତ୍ୟରେ ଏକ ବୀର ତେଜ ଦେଖିବାକୁ ମିଳିଥାଏ । ଏମାନେ ବୀରବାଦ୍ୟର ତାଳେତାଳେ ସାହିରେ ଚାଲିଥାଆନ୍ତି, ଯାହା ଦେଖିବାକୁ ଖୁବ ମନୋରମ ହୋଇଥାଏ । ଏହା ଉତ୍କଳୀୟ ସଂସ୍କୃତିର ଏକ ଅନନ୍ୟ ଉଦାହରଣ ହୋଇଥାଏ ।
ସନ୍ୟାସୀ
ସାହିଯାତ୍ରାର ଆଉ ଏକ ଆକର୍ଷଣ ହୋଇଥାଆନ୍ତି ସନ୍ନ୍ୟାସୀ । ଏମାନଙ୍କ ତେଜ ଅତ୍ୟନ୍ତ ସୁନ୍ଦର ହୋଇଥାଏ । ସେମାନେ କୌଣସି କୃତ୍ରିମ ବେଶ ନୁହେଁ ବରଂ ନିଜ ବଳିଷ୍ଠ ସ୍ୱାସ୍ଥ୍ୟ ଓ ମୁଖର ତେଜ କାରଣରୁ ଖୁବ ସୁନ୍ଦର ଦେଖାଯାଇଥାଆନ୍ତି । ଏମାନେ ତରବାରି, ବାଙ୍କଛୁରି, ବାନାପଟା, ଫରୀ, ମୁଦ୍‌ଗର,ଛଡି, ନିଝାମ ଆଦି ଅସ୍ତ୍ରର ଖେଳ ଦେଖାଇ ସାହିଯାତରେ ଭାଗ ନେଇଥାଆନ୍ତି । ଯେଉଁମାନେ ଏଥିରେ ଭାଗ ନେଇଥାଆନ୍ତି ସେମାନେ ଅନେକ ମାସ ଧରି ଏଥିପାଇଁ ପ୍ରସ୍ତୁତି ହୋଇଥାଆନ୍ତି । ଏମାନଙ୍କ ଅଭିନୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥାଆନ୍ତି ।

ମେଢ଼
ସାହିଯାତ୍ରାରେ ଦେଖିବାକୁ ମିଳୁଥିବା ମେଢ଼ ଖୁବ ସୁନ୍ଦର ହୋଇଥାଆନ୍ତି । ଏଥିରେ ବିଭିନ୍ନ ମୁଖା ପିନ୍ଧି କିଏ ଦଶଭୁଜା, କିଏ ମହାଦେବ, ନୃଂସିହ, ଗଣେଶଙ୍କ ଭଳି ବିଭିନ୍ନ ଭଗବାନଙ୍କ ରୂପରେ ମେଢ ଦେଖିବାକୁ ମିଳିଥାଆନ୍ତି । ସେମାନଙ୍କ ଅଭିନୟ ଖୁବ ସୁନ୍ଦର ହୋଇଥାଏ । ସେହିଭଳି ସେମାନଙ୍କ ନୃତ୍ୟ ମଧ୍ୟ ଖୁବ ସୁନ୍ଦର ହୋଇଥାଏ ଯେଉଁଗୁଡିକୁ ଦର୍ଶକ ଉପଭୋଗ କରୁଥିବାର ଦେଖିବାକୁ ମିଳିଥାଏ । ଏହାସହ ଏହି ଶୋଭାଯାତ୍ରା ଗୁଡିକରେ ବିଭିନ୍ନ ପ୍ରକାରର ଅନ୍ୟ ନୃତ୍ୟ, ବାଦ୍ୟ, ପତାକା ଶୋଭା ପାଇଥାଏ । ଏହି ଯାତ୍ରା ମୁଖ୍ୟତଃ କାଳୀକା ଦେବୀ ସାହି, ମାଟିମଣ୍ଡପ ସାହି, ହରଚଣ୍ଡୀ ସାହି, ବାଲି ସାହି, କୁେଣ୍ଢେଇବେଣ୍ଟ ସାହି, ଦୋଳମଣ୍ଡପ ସାହି, ମାର୍କଣ୍ଡେଶ୍ୱର ସାହି, ଗୌଡବାଡ ସାହି ଆଦିରେ ଦେଖିବାକୁ ମିଳିଥାଏ ।