ନିଆରା ଷ୍ଟଣ୍ଟ

ନିଆରା ଷ୍ଟଣ୍ଟ
Ipsita Picture
By: Ipsita
Published On

 

ସୋସିଆଲ ମିଡିଆରେ ଏକ ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଅଷ୍ଟ୍ରିଆର ମାଉଣ୍ଟେନ୍ ବାଇକ୍ ରାଇଡର୍ ଏଲିଆସ୍ ଶ୍ୱାର୍ଜଲର୍ ୩,୧୦୦ ଫୁଟ୍ ଉଚ୍ଚତାରେ ଉଡ଼ୁଥିବା ଏକ ହଟ୍ ଏୟାର୍ ବେଲୁନ୍ ଉପରେ ସାଇକେଲ୍ ଚଲାଇବା ପରେ ସେହି ସାଇକେଲ୍ ସହ ଖୋଲା ଆକାଶକୁ ଡେଇଁ ଏକ ଚାଞ୍ଚଲ୍ୟକର ଷ୍ଟଣ୍ଟ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଏହି ବିପଜ୍ଜନକ କାରନାମା ପାଇଁ ସାଇକେଲ୍ ନିମନ୍ତେ ଏକ ସ୍ୱତନ୍ତ୍ର ପାରାଚୁଟ୍ ସିଷ୍ଟମ୍ ପ୍ରସ୍ତୁତ କରାଯାଇଥିଲା ଏବଂ ଏଥିପାଇଁ ତାଙ୍କୁ ପ୍ରାୟ ଦୁଇ ବର୍ଷର କଠିନ ପ୍ରସ୍ତୁତି କରିବାକୁ ପଡ଼ିଥିଲା । ଉଡ଼ୁଥିବା ହଟ୍ ଏୟାର୍ ବେଲୁନ୍ ଉପରୁ ସାଇକେଲ୍ ସହ ଡେଇଁବାରେ ଏହା ବିଶ୍ୱର ପ୍ରଥମ ଷ୍ଟଣ୍ଟ । ଏହା ପୂର୍ବରୁ ୨୦୨୨ ମସିହାରେ ସାଧାରଣ ସାଇକେଲ୍ରେ ଘଣ୍ଟାପ୍ରତି ୨୭୨ କିଲୋମିଟର ବେଗରେ ସାଇକେଲ୍ ଚଲାଇ ଏଲିଆସ୍ ଗିନିଜ୍ ୱାର୍ଲ୍ଡ ରେକର୍ଡ ମଧ୍ୟ ନିଜ ନାମରେ ହାସଲ କରିସାରିଛନ୍ତି ।

Tags: