ନିଆରା ଖେଳ
By: Ipsita
ଚୀନର ଏକ ଖେଳ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଖେଳରେ ଜଣେ କୃଷକ ବେଶ ନିଆରା ଢଙ୍ଗରେ ଖେଳୁଛନ୍ତି । ଚୀନର ଏହି କୃଷକ ଆଖୁ କ୍ଷେତରୁ ପର୍ଯ୍ୟଟକଙ୍କୁ ଆଖୁ ଚୋରି କରିବାର ଅନୁଭବ ହେବାକୁ ଦେଉଛନ୍ତି । ଏହି ଖେଳର ନାଁ ରହିଛି ହାପି ଫାର୍ମ । ଏହା ଅନ୍ଲାଇନ ଗେମ୍ ହାପି ଫାର୍ମର ଅଫଲାଇନ ଭର୍ସନ । ଏହି ଖେଳର ନିୟମ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଏହାର ଆରମ୍ଭ ଆଖୁ ଚୋରିରୁ ହୋଇଥାଏ, ଯାହାପରେ ଗାର୍ଡ ଓ କୁକୁରମାନେ ଚୋରକୁ ଖୋଜନ୍ତି । ଯଦି ଚୋର ଗାର୍ଡସ କିମ୍ବା କୁକୁରଙ୍କୁ ଧରିଦେଲା ତେବେ ଚୋରଙ୍କୁ ଗୋଟିଏ ଆଖୁ ପାଇଁ ୧୮୫ ଟଙ୍କା ଦେବାକୁ ହେବ । ହେଲେ ଯଦି ଚୋର ଗାର୍ଡଙ୍କୁ ଚକମା ଦେବାରେ ସକ୍ଷମ ହୋଇଗଲା ତେବେ ତାଙ୍କୁ କେବଳ ୧୧୫ ଟଙ୍କା ହିଁ ମିଳିବ । ଏହା ବର୍ତ୍ତମାନ ପର୍ଯ୍ୟଟକଙ୍କ ଭିତରେ ଖୁବ ପପୁଲାର ହେବାରେ ଲାଗିଛି ।
Read More ନିଆରା ଚାକିରି
Tags:


