ନିଆରା ଦଣ୍ଡବିଧାନ

ନିଆରା ଦଣ୍ଡବିଧାନ
Ipsita Picture
By: Ipsita
Published On

 

ଚୀନ୍ର ଜିୟାଙ୍ଗସୁ ପ୍ରାନ୍ତର ସୁଜୋଉ ସହରରେ ଥିବା 'ୟୁଆନଝୋଙ୍ଗ ସ୍ପେଶାଲ ଏଜୁକେସନ ସ୍କୁଲ'ରେ ଛାତ୍ରଛାତ୍ରୀଙ୍କୁ ସୁଧାରିବା ପାଇଁ ଏକ ନିଆରା ଦଣ୍ଡ ବିଧାନ କରାଯାଇଛି । ଏହି ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ, ଯେଉଁମାନଙ୍କଠାରେ ଅତ୍ୟଧିକ ରାଗ, ପାଠପଢ଼ାରେ ଅନାଗ୍ରହ ଏବଂ ଗେମିଂ ନିଶା ଭଳି ବ୍ୟବହାରିକ ସମସ୍ୟା ଦେଖାଯାଏ, ସେମାନଙ୍କୁ ଦିନସାରା ପ୍ରାୟ ୨.୫ କିଲୋଗ୍ରାମ ଓଜନର ଏକ 'ବେବି ଡଲ୍' ବା କଣ୍ଢେଇକୁ ନିଜ ସହିତ ରଖିବାକୁ ପଡୁଛି । ସ୍କୁଲ କର୍ତ୍ତୃପକ୍ଷଙ୍କ ଅନୁସାରେ, ସାଧାରଣ ଗାଳି ବା ଦଣ୍ଡର ପ୍ରଭାବ ଏହି ପିଲାଙ୍କ ଉପରେ ନପଡ଼ିବାରୁ ସେମାନଙ୍କୁ ଶ୍ରେଣୀଗୃହ, ଖାଇବା ସମୟ ଏବଂ ବୁଲିବା ସମୟରେ ମଧ୍ୟ ଏହି କଣ୍ଢେଇକୁ ପ୍ରକୃତ ଶିଶୁ ଭଳି ଯତ୍ନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପଦକ୍ଷେପ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଅନୁଭବ କରିପାରିବେ ଯେ ଜଣେ ଶିଶୁର ଲାଳନପାଳନ କରିବା କେତେ କଷ୍ଟକର ଏବଂ ସେମାନଙ୍କ ପିତାମାତା ସେମାନଙ୍କ ପାଇଁ କେତେ ପରିଶ୍ରମ କରିଥାନ୍ତି ।

Tags: