ନିଆରା ଚପଲ
ଅନେକ ସମୟରେ ଅଜବ ଅଜବ ଫ୍ୟାଶନ ସୋସିଆଲ ମିଡିଆରେ ଭାଇରାଲ ହେବାର ଦେଖିବାକୁ ମିଳିଥାଏ । ସେହିଭଳି ଏକ ଫ୍ୟାଶନ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଫ୍ୟାଶନ୍ ଦୁନିଆର ପ୍ରସିଦ୍ଧ ବ୍ରାଣ୍ଡ୍ ‘ଶନୈଲ’ଏକ ଅଜବ ଧରଣର ଚପଲ ପ୍ରସ୍ତୁତ କରି ସମସ୍ତଙ୍କୁ ଚକିତ କରିଛି । ଯେଉଁଥିରେ କୌଣସି ସୋଲ୍ ନାହିଁ ଏବଂ ପାଦର ତଳ ଅଂଶ ସମ୍ପୂର୍ଣ୍ଣ ଖୋଲା ରହୁଛି । ପ୍ରଦର୍ଶିତ ଏହି ଅଭିନବ ଡିଜାଇନ୍କୁ ଡିଜାଇନର୍ ମୈଥ୍ୟୁ ବ୍ଲେଜି ପ୍ରସ୍ତୁତ କରିଛନ୍ତି, ଯାହା ଗତ ୨୮ ଏପ୍ରିଲରେ ଫ୍ରାନ୍ସରେ ଏକ ଶୋରେ ପ୍ରଦର୍ଶିତ କରାଯାଇଥିଲା । ଏହି ଚପଲରେ କେବଳ ଗୋଇଠି ବା ହିଲ୍ ଅଂଶ ରହିଛି ଯାହା କେତୋଟି ପତଳା ଷ୍ଟ୍ରିଙ୍ଗ୍ ସାହାଯ୍ୟରେ ପାଦରେ ବନ୍ଧା ହୋଇଥାଏ। ଯାହା ପିନ୍ଧିବା ପରେ ଜଣେ ଖାଲି ପାଦରେ ଚାଲିଲା ପରି ଅନୁଭବ ହୁଏ । ସୋସିଆଲ ମିଡିଆରେ ଏହି ଡିଜାଇନ୍ ବହୁତ ଶୀଘ୍ର ଭାଇରାଲ୍ ହେବାରେ ଲାଗିଛି । ଏହାକୁ କିଛି ଲୋକ ଏକ ଭିନ୍ନ ଡିଜାଇନଭାବେ ପସନ୍ଦ କରୁଥିବାବେଳେ କିଛି ନା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।
Tags:




