ନିଆରା ରୋବୋଡଗ

ନିଆରା ରୋବୋଡଗ
Ipsita Picture
By: Ipsita
Published On

 

ଜର୍ମାନୀର ବର୍ଲିନ ମ୍ୟୁଜିୟମରେ ଏବେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳୁଛି, ଯେଉଁଠାରେ ବିଶ୍ୱର ନାମୀଦାମୀ ବ୍ୟକ୍ତିତ୍ୱ ଯଥା ଏଲନ୍ ମସ୍କ, ମାର୍କ ଜକରବର୍ଗ, ଜେଫ୍ ବେଜୋସ୍ ଏବଂ କିମ୍ ଜୋଙ୍ଗ୍ ଉନ୍ଙ୍କ ଚେହେରା ଥିବା 'ରୋବୋଡଗ୍ସ'  ବୁଲୁଥିବାର ନଜର ଆସୁଛନ୍ତି । 'ରେଗୁଲର ଆନିମଲ୍ସ' ନାମକ ଏହି ଅଭିନବ ଆର୍ଟ ଇନଷ୍ଟଲେସନକୁ ଆମେରିକୀୟ ଡିଜିଟାଲ ଆର୍ଟିଷ୍ଟ ବିପଲ୍ (ମାଇକ୍ ୱିଙ୍କଲମ୍ୟାନ୍) ତିଆରି କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ରୋବୋଟଗୁଡ଼ିକ କେବଳ ମ୍ୟୁଜିୟମରେ ବୁଲନ୍ତି ନାହିଁ, ବରଂ ସେମାନଙ୍କ ଦେହରେ ଲାଗିଥିବା କ୍ୟାମେରା ସାହାଯ୍ୟରେ ପରିଦର୍ଶକଙ୍କ ଫଟୋ ଉଠାଇ ଏଆଇ ମାଧ୍ୟମରେ ତାକୁ ଭିନ୍ନ ଶୈଳୀରେ ପ୍ରିଣ୍ଟ କରି ମାଗଣାରେ ଲୋକଙ୍କୁ ପ୍ରଦାନ କରନ୍ତି । ଅନେକ ଲୋକ ଏହାକୁ ଦେଖିବାକୁ ଏଠାରେ ଭିଡ ଯମାଉଛନ୍ତି ।

Tags: