ନୂଆ ବର୍ଷର ନିଆରା ପରମ୍ପରା
ଜାପାନରେ ନୁଡଲର ଅନେକ ଫ୍ୟାନ ମିଳିବେ । ଆମେ ଯେଉଁଭଳି ଭାତ ରୁଟି ଖାଇଥାଉ ସେମାନେ ସେହିଭଳି ନୁଡଲସକୁ ନିଜର ମୁଖ୍ୟ ଖାଦ୍ୟଭାବେ ଖାଇଥାଆନ୍ତି । ତେବେ ଏହି ନୁଡଲସ ଖାଇବା ପଛରେ ସେମାନଙ୍କର ନାନା ପରମ୍ପରା ଲୁଚି ରହିଛି । ଜାପାନରେ ନୂଆ ବର୍ଷରେ ନୁଡଲସ୍ ଖାଇବାର ଏକ ପରମ୍ପରା ରହିଛି, ଯାହା ପଛରେ କାରଣ ରହିଛି ନିଜ ବୟସ ବଢାଇବା । ସେମାନେ ନିଜ ବୟସ ବଢାଇବା ପାଇଁ ଏହି ଦିନ ନୁଡଲସ ଖାଇଥାଆନ୍ତି । ଗତ ବର୍ଷର ସମସ୍ତ ଖରାପ କଥା ଓ ଘଟଣାକୁ ଭୁଲାଇ ନୂଆ ଭାବେ ଜୀବନ ଆରମ୍ଭ କରିବାକୁ ସେମାନେ ଏହି ନୁଡଲସ ଖାଇବାର ପରମ୍ପରା ଅନୁକରଣ କରିଥାଆନ୍ତି । ସେମାନଙ୍କର ଏହି ପରମ୍ପରା ୧୮ତମ ଶତାବ୍ଦୀରୁ ଚାଲି ଆସୁଛି । ଆଜି ବି ଏହା ଜାପାନ ସଂସ୍କୃତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ । ଏହି ସ୍ବତନ୍ତ୍ର ନୁଡଲସକୁ ଏଠାରେ ତାଶିକୋଶି ସୋବା କୁହାଯାଇଥାଏ । ଏହା ଖୁବ ପତଳା ଓ ଲମ୍ବା ହୋଇଥାଏ । ଏହାର ଲମ୍ବ ବୟସ ଓ ଜୀବନର ଖୁସିର ପ୍ରତୀକ ହୋଇଥାଏ । ମାନତ୍ୟା ଅନୁସାରେ ଏହାକୁ ଦୁଇ ଦାନ୍ତରେ ଛିଡାଇ ଖାଇବା ବିଗତ ବର୍ଷର ସମସ୍ତ ସମସ୍ୟା ଓ ଦୁର୍ଭାଗ୍ୟକୁ ଦୂର କରିବା । ଜାପାନରେ ନୂଆ ବର୍ଷକୁ ଓମିସୋକା ନାମରେ ସମ୍ଭୋଧନ କରିଥାଆନ୍ତି । ଏହି ରାତିରେ ଜାପାନର ମନ୍ଦିରରେ ଜୋୟା ନୋ କାନୋ ନାମରେ ଏକ ସ୍ବତନ୍ତ୍ର ନୀତି ମଧ୍ୟ ପାଳନ କରାଯାଇଥାଏ । ଏହି ସମୟରେ ମନ୍ଦିରରେ ଥିବା ଘଣ୍ଟିକୁ ୧୦୮ ଥର ବଜାଯାଇଥାଏ । ଯାହାର ଅର୍ଥ ମଣିଷ ମନରେ ଥିବା ସମସ୍ତ ଖରାପ ଚିନ୍ତାଧାରା ଦୂର ହୋଇଥାଏ ।
Related Posts



