ଭାରତୀୟ ଲିପ୍‌ଷ୍ଟିକ ଗଛ

ଅଞ୍ଜା : ଭାରତୀୟ ବନସ୍ପତି ସର୍ବେକ୍ଷଣର ଅନୁସନ୍ଧାନକାରୀମାନେ ୧୦୦ ବର୍ଷରୁ ଅଧିକ ସମୟ ପରେ ଅରୁଣାଚଳ ପ୍ରଦେଶର ଅଞ୍ଜା ଜିଲ୍ଲାରୁ ଏକ ଦୁର୍ଲଭ ଗଛକୁ ଆବିଷ୍କାର କରିଛନ୍ତି । ଏହା ଭାରତୀୟ ଲିପ୍‌ଷ୍ଟିକ ଗଛ ନାଁରେ ଜଣାଶୁଣା । ବୈଜ୍ଞାନିକଙ୍କ ଭାଷାରେ ଏହି ଗଛକୁ ଏସ୍‌ଚିନାନ୍‌ଥସ୍‌ ମନେଟାରିଆ ଡନ୍‌ କୁହାଯାଏ । ଏହାପୂର୍ବରୁ ଏହି ବରଳ ଗଛକୁ ପ୍ରଥମ ଥର ପାଇଁ ବ୍ରିଟିଶ ବନସ୍ପତିଶାସ୍ତ୍ରୀ ଷ୍ଟିଫନ୍‌ ଟ୍ରାଏଟ୍‌ ଡନ୍‌ ୧୯୧୨ ମସିହାରେ ଆବିଷ୍କାର କରିଥିଲେ । ଏହି […]

Samaya Live Picture
Published On

ଅଞ୍ଜା : ଭାରତୀୟ ବନସ୍ପତି ସର୍ବେକ୍ଷଣର ଅନୁସନ୍ଧାନକାରୀମାନେ ୧୦୦ ବର୍ଷରୁ ଅଧିକ ସମୟ ପରେ ଅରୁଣାଚଳ ପ୍ରଦେଶର ଅଞ୍ଜା ଜିଲ୍ଲାରୁ ଏକ ଦୁର୍ଲଭ ଗଛକୁ ଆବିଷ୍କାର କରିଛନ୍ତି । ଏହା ଭାରତୀୟ ଲିପ୍‌ଷ୍ଟିକ ଗଛ ନାଁରେ ଜଣାଶୁଣା । ବୈଜ୍ଞାନିକଙ୍କ ଭାଷାରେ ଏହି ଗଛକୁ ଏସ୍‌ଚିନାନ୍‌ଥସ୍‌ ମନେଟାରିଆ ଡନ୍‌ କୁହାଯାଏ । ଏହାପୂର୍ବରୁ ଏହି ବରଳ ଗଛକୁ ପ୍ରଥମ ଥର ପାଇଁ ବ୍ରିଟିଶ ବନସ୍ପତିଶାସ୍ତ୍ରୀ ଷ୍ଟିଫନ୍‌ ଟ୍ରାଏଟ୍‌ ଡନ୍‌ ୧୯୧୨ ମସିହାରେ ଆବିଷ୍କାର କରିଥିଲେ ।

ଭାରତୀୟ ଲିପ୍‌ଷ୍ଟିକ ଗଛ

ଏହି ସନ୍ଧାନରେ ଅନ୍ୟ ଜଣେ ବନସ୍ପତିଶାସ୍ତ୍ରୀ ହେନେରୀ ବର୍କିଲଙ୍କ ଦ୍ୱାରା ଅରୁଣାଚଳପ୍ରଦେଶରେ ଏହାକୁ ଆବିଷ୍କାର କରାଯାଇପାରିଥିଲା । ତେବେ ଏହି ମାମଲାରେ ବଟନିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆର ବନସ୍ପତିଶାସ୍ତ୍ରୀ କୃଷ୍ଣା ଚୌଲୁ କରେଣ୍ଟ୍‌ ସାଇନ୍ସ ଜର୍ନସରେ ପ୍ରକାଶିତ ଏକ ଆର୍ଟିକଲରେ କହିଛନ୍ତି, ଟୁ୍ୟବଲର୍‌ ରେଡ୍‌ କୋରୋଲାର ଉପସ୍ଥିତି ଯୋଗୁଁ କିଛି ପ୍ରଜାତିକୁ ଲିପିଷ୍ଟିକ୍‌ ପ୍ଲାଣ୍ଟ କୁହାଯାଏ । ଏହି ଲିପିଷ୍ଟିକ ଗଛ ଆଦ୍ର ଜଙ୍ଗଲରେ ସମୁଦ୍ର ପତ୍ତନଠାରୁ ୫୪୩ରୁ ୧୧୩୪ ମିଟର ଉଚ୍ଚରେ ଦେଖିବାକୁ ମିଳେ । ଅକେଫାବରରୁ ଜାନୁଆରୀ ମଧ୍ୟରେ ଏହି ଗଛରେ ଫୁଲ ଫୁଟିଥାଏ ।

ଭାରତୀୟ ଲିପ୍‌ଷ୍ଟିକ ଗଛ

ଅନ୍ୟ ଏକ ବନସ୍ପତିଶାସ୍ତ୍ରୀ ଗୋପାଳ କୃଷ୍ଣଙ୍କ ଅନୁସାରେ ଏସ୍‌ଚିନାନ୍‌ଥସ୍‌ ଦୁଇଟି ଗ୍ରୀକ ଶବ୍ଦ । ଏସ୍‌ଚିନ୍‌ର ଅର୍ଥ ଲଜ୍ଜା ଅନୁଭବ କରିବା ଏବଂ ଆନଥୋସ୍‌ର ଅର୍ଥ ଫୁଲ । କୃଷ୍ଣା ଚୌଲୁ ତାଙ୍କ ସାଇନ୍ସ ରିପୋର୍ଟରେ ଆହୁରି ମଧ୍ୟ କହିଛନ୍ତି ଯେ ଅରୁଣଚାଳପ୍ରଦେଶର ଅଞ୍ଜା ଜିଲ୍ଲାରେ ସବୁବେଳେ ଭୂÕଳନ ହୋଇଥାଏ । ତେଣୁ ଭୂÕଳନ ଏବଂ ବିକାଶଶୀଳ ସହ ଜଡ଼ିତ ନିର୍ମାଣ ଏବଂ ଗତିବିଧି ଏହି ପ୍ରଜାତିର ଗଛ ପାଇଁ ବଡ଼ ବିପଦ ।